ତାଲିବାନ୍ ସରକାର ପାଇଁ ଖଜାନା ଖୋଲିଦେଲା ଚୀନ୍ : ୩୧୦ ଲକ୍ଷ ଡଲାରର ସାହାଯ୍ୟ ଦେବ ଜିନପିଙ୍ଗ ପ୍ରଶାସନ

ମୁକ୍ତହସ୍ତରେ ତାଲିବାନ୍ ସରକାରଙ୍କୁ ସାହାଯ୍ୟ କରୁଛି ଚୀନ୍ । ଆଫଗାନିସ୍ତାନରେ ସରକାର ଗଠନର୨୪ ଘଣ୍ଟା ମଧ୍ୟରେ ତାଲିବାନୀଙ୍କ ପାଇଁ ଚୀନ୍ ନିଜର ରାଜକୋଷ ଖୋଲି ଦେଇଛି । ତାଲିବାନୀ ଯେପରି ସୁରୁଖୁରୁରେ ସରକାର ଚଳାଇବା ପାରବେ, ସେଥିପାଇଁ ୩୧୦ଲକ୍ଷ ଡଲାର ସହାୟତା ଘୋଷଣା କରିଛି ଚୀନ୍ । ଏହା ସହିତ ଆଫଗାନିସ୍ତାନକୁ କରୋନା ଟିକା ମଧ୍ୟ ପଠାଇଛି ଚୀନ୍

ତାଲିବାନ ନେତା ମୁଲ୍ଲା ବାରଦାରଙ୍କ ସହ ଚୀନର ବୈଦେଶିକ ମନ୍ତ୍ରୀ

News Summary

ଆଫଗାନିସ୍ତାନର ନୂଆ ସରକାରଙ୍କୁ ସାହାଯ୍ୟ କରିବ ଚୀନ୍

ଖାଦ୍ୟ ଶସ୍ୟ, ଶୀତକାଳୀନ ସାମଗ୍ରୀ, କରୋନା ଟିକା ସମେତ ଔଷଧ ମଧ୍ୟ ଯୋଗାଇବ

ବେଜିଂ : ମୁକ୍ତହସ୍ତରେ ତାଲିବାନ୍ ସରକାରଙ୍କୁ ସାହାଯ୍ୟ କରୁଛି ଚୀନ୍ । ଆଫଗାନିସ୍ତାନରେ ସରକାର ଗଠନର୨୪ ଘଣ୍ଟା ମଧ୍ୟରେ ତାଲିବାନୀଙ୍କ ପାଇଁ ଚୀନ୍ ନିଜର ରାଜକୋଷ ଖୋଲି ଦେଇଛି । ତାଲିବାନୀ ଯେପରି ସୁରୁଖୁରୁରେ ସରକାର ଚଳାଇବା ପାରବେ, ସେଥିପାଇଁ ୩୧୦ଲକ୍ଷ ଡଲାର ସହାୟତା ଘୋଷଣା କରିଛି ଚୀନ୍ । ଏହା ସହିତ ଆଫଗାନିସ୍ତାନକୁ କରୋନା ଟିକା ମଧ୍ୟ ପଠାଇଛି ଚୀନ୍ । ଅରାଜକତାକୁ ଶେଷ କରିବା ତଥା ଦେଶରେ ଶୃଙ୍ଖଳା ଫେରାଇ ଆଣିବା ପାଇଁ ଏହି ସହାୟତା ଆବଶ୍ୟକ ବୋଲି କହିଛି ଚୀନ୍ ।

ଆଫଗାନିସ୍ତାନର ସ୍ଥିତିକୁ ଦୃଷ୍ଟିରେ ରଖି ପଡ଼ୋଶୀ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପାକିସ୍ତାନ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଇରାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ବୈଦେଶିକ ମନ୍ତ୍ରୀମାନେ ଯୋଗ ଦେଇଥିଲେ । ତେବେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶିଙ୍କ ଦ୍ୱାରା ଆୟୋଜିତ ଏହି ବୈଠକରେ ଋଷ ଭାଗ ନେଇନଥିଲା । ତେବେ ଏହି ବୈଠକରେ ଚୀନ୍‌ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି, ଚୀନ୍ ଆଫଗାନିସ୍ତାନକୁ ଖାଦ୍ୟ ଶସ୍ୟ, ଶୀତକାଳୀନ ସାମଗ୍ରୀ, କରୋନା ଟିକା ସମେତ ୨୦୦ ମିଲିୟନ୍ ୟୁଆନ୍ (୩୧ ମିଲିୟନ୍ ଆମେରିକୀ ଡଲାର୍) ସହାୟତା ପ୍ରଦାନ କରିବ । ଏହାସହ ଆବଶ୍ୟକତା ଅନୁସାରେ ଔଷଧ ମଧ୍ୟ ପ୍ରଦାନ କରାଯିବ ।

ଆଫଗାନିସ୍ତାନ ଦଖଲ ପରେ ତାଲିବାନ ସହିତ ମିଳିତ ଭାବେ କାମ କରିବା ପାଇଁ ଚୀନ୍ ପୂର୍ବରୁ ଅପିଲ୍ କରିଥିଲା । ଆଫଗାନିସ୍ତାନର ନୂଆ ତାଲିବାନ୍ ସରକାରକୁ ଆର୍ଥିକ ସହାୟତା ଯୋଗାଇବା ଆବଶ୍ୟକ ବୋଲି ଚୀନ୍ ପକ୍ଷରୁ କୁହାଯାଇଥିଲା । ଏହି କ୍ରମରେ ତାଲିବାନ୍ ସରକାରଙ୍କୁ ବର୍ତ୍ତମାନ ସାହାଯ୍ୟ କରୁଛି ଜନିପିଙ୍ଗ୍ ପ୍ରଶାସନ । ଆଫଗାନିସ୍ତାନର ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଏପରି ପଦକ୍ଷେପ ଜରୁରୀ ବୋଲି କହିଛି ଚୀନ୍ ।

ସେପଟେ ଗତ ସପ୍ତାହରେ ଚୀନକୁ ପ୍ରଶଂସାରେ ପୋତି ପକାଇଥିଲା ତାଲିବାନୀ ସଂଗଠନ । ଚୀନ୍ ଏକ ଅର୍ଥନୈତିକ ଶକ୍ତି, ତେଣୁ ଚୀନକୁ ନିଜର ବଡ଼ ସାଥୀ ବୋଲି କହିଥିଲା । ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ ଏକ ଇଟାଲୀ ଖବରକାଗଜକୁ କହିଥିଲେ, ତାଙ୍କ ଗୋଷ୍ଠୀ ମୁଖ୍ୟତ ଚୀନ୍‌ର ଆର୍ଥିକ ସହାୟତା ଉପରେ ନିର୍ଭରଶୀଳ। ନିକଟ ଅତୀତରେ ଆମେରିକା ସମେତ ପାଶ୍ଚାତ୍ୟ ଦେଶମାନେ ଆଫଗାନିସ୍ତାନକୁ ଆର୍ଥିକ ସହାୟତାକୁ ସୀମିତ ରଖିଛନ୍ତି । ଫଳରେ ସରକାର ଚଳାଇବା ପାଇଁ ତାଲିବାନୀମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏଭଳି ପରିସ୍ଥିତିରେ ଚୀନ୍ ଏକ ସାହାଯ୍ୟ ହାତ ବଢ଼ାଇଛି, ଯାହା ନିଶ୍ଚିତଭାବେ ସ୍ୱାଗତଯୋଗ୍ୟ ।