Advertisment

ବିଗୁଡୁଛି କାବୁଲ ସ୍ଥିତି: ୨୬ରେ ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି ଭାରତ। କାବୁଲରେ ଫସି ରହିଥିବା ଭାରତୀୟଙ୍କୁ ଏୟାର ଲିଫ୍ଟ ଜାରି ରହିଛି। ଏଭଳି ସ୍ଥିତିରେ ସମସ୍ତ ରାଜନୈତିକ ଦଳର ନେତାଙ୍କୁ ଆଫଗାନ ସ୍ଥିତି ନେଇ ଅବଗତ କରିବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର। ଆସନ୍ତା ୨୬ରେ ସର୍ବଦଳୀୟ ବୈଠକ ଆହୂତ କରାଯାଇଛି। ଆଫଗାନିସ୍ତାନର ସ୍ଥିତି ଓ ଭାରତର ପଦକ୍ଷେପ ନେଇ ଏହି ବୈଠକରେ ରାଜନୈତିକ ଦଳରେ ନେତାଙ୍କୁ ବୈଦେଶିକ ମନ୍ତ୍ରଣାଳୟ ଅବଗତ କରିବ

All Party Meeting

All Party Meeting

Advertisment

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି ଭାରତ। କାବୁଲରେ ଫସି ରହିଥିବା ଭାରତୀୟଙ୍କୁ ଏୟାର ଲିଫ୍ଟ ଜାରି ରହିଛି। ଏଭଳି ସ୍ଥିତିରେ ସମସ୍ତ ରାଜନୈତିକ ଦଳର ନେତାଙ୍କୁ ଆଫଗାନ ସ୍ଥିତି ନେଇ ଅବଗତ କରିବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର। ଆସନ୍ତା ୨୬ରେ ସର୍ବଦଳୀୟ ବୈଠକ ଆହୂତ କରାଯାଇଛି। ଆଫଗାନିସ୍ତାନର ସ୍ଥିତି ଓ ଭାରତର ପଦକ୍ଷେପ ନେଇ ଏହି ବୈଠକରେ ରାଜନୈତିକ ଦଳରେ ନେତାଙ୍କୁ ବୈଦେଶିକ ମନ୍ତ୍ରଣାଳୟ ଅବଗତ କରିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର।

Advertisment

ସେପଟେ, ତାଲିବାନୀ ଆତଙ୍କବାଦୀଙ୍କୁ ନାଗରିକଙ୍କ ବିରୋଧ ତାଲିବାନା ଶାସନକୁ ବିରୋଧ କରୁଥିବା ଉତ୍ତର-ପୂର୍ବ ଆଫଗାନରେ ସକ୍ରିୟ ନର୍ଦନ ଆଲାୟାନ୍ସକୁ ସମର୍ଥନ କରି ଶୋଭାଯାତ୍ରାରେ ବାହାରିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସଲେହ। ଆଫଗାନିସ୍ଥାନର ଅନ୍ଦ୍ରାବ ଅଂଚଳରେ ନର୍ଦନ ଆଲାୟାନ୍ସ ସଦସ୍ୟଙ୍କ ସହ ମୁହାଁମୁହିଁ ହୋଇ ୩ଶହ ତାଲିବାନୀ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ତାଲିବାନୀଙ୍କୁ ବିରୋଧ କରି ହଜାର ହଜାର ସଂଖ୍ୟାରେ ସାଧାରଣ ନାଗରିକ ନର୍ଦନ ଆଲାୟାନ୍ସ ସହ ସାମିଲ ହୋଇଛନ୍ତି। ଆଫଗାନିସ୍ଥାନର ପଂଜଶିର ଅଂଚଳରେ ପ୍ରବେଶ ନକରିବାକୁ ତାଲିବାନୀମାନଙ୍କୁ ଚେତାବନୀ ଦେଇଛନ୍ତି।

Advertisment

ଆଫଗାନିସ୍ତାନର ପଂଜଶିର ଅଂଚଳରେ ନାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ୍ର ଦବଦବା ରହିଛି। ତାଲିବାନୀଙ୍କ ବିରୋଧରେ ଜୋରଦାର ପ୍ରଦର୍ଶନ ଚଳାଇଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସଲେହ। ସେପଟେ କାବୁଲ ବିମାନବନ୍ଦରରେ ଗୁଳିକାଣ୍ଡ ଘଟି ଜଣେ ଆଫଗାନ ସୁରକ୍ଷାକର୍ମୀଙ୍କର ଜୀବନ ଯାଇଛି। ଆଉ ୩ ଜଣ କ୍ଷତାକ୍ତ ହୋଇଛନ୍ତି। ତାଲିବାନୀ ଶାସନରୁ ମୁକ୍ତି ପାଇଁ ହଜାର ହଜାର ଆଫଗାନ କାବୁଲ ଏୟାରପୋର୍ଟ ପରିସରରେ ରୁଣ୍ଡ ହୋଇଥିଲେ। ସେମାନଙ୍କ ଭିତରେ ଆମେରିକା ଓ ଜର୍ମାନୀର ଫୋର୍ସ ମଧ୍ୟ ସାମିଲ ଥିବା ଜର୍ମାନୀର ସେନା ପକ୍ଷରୁ ଟ୍ୱିଟରରେ ସୂଚନା ଦିଆଯାଇଛି। ଏହି ସମୟରେ ଏୟାରପୋର୍ଟ ବାହାରେ ତାଲିବାନୀ ମାନେ ଆତଙ୍କବାଦୀଙ୍କୁ ମଧ୍ୟ ମୁତୟନ କରିଛନ୍ତି। ତେବେ ହଜାର ହଜାର ଆଫଗାନୀ ଏକାଠି ଥିବା ବେଳେ ଏୟାରପୋର୍ଟ ବାହାରୁ କେହି ଅଜଣା ଆତତାୟୀ ଗୁଳିମାଡ଼ କରିଥିଲା।

ସେପଟେ, ଯନ୍ତ୍ରଣା ଓ କ୍ଷତି ବିନା ଫେରିବା ଅସମ୍ଭବ । ଆଫଗାନିସ୍ତାନରୁ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଏଭଳି ସୂଚନା ଦେଇଛନ୍ତି । ଯନ୍ତ୍ରଣା ଓ କ୍ଷତି ବିନା ଏତେ ସଂଖ୍ୟାରେ ଲୋକଙ୍କୁ ଫେରାଇବାର ଅନ୍ୟ ବାଟ ନାହିଁ ବୋଲି ସେ କହିଛନ୍ତି । ଆଫଗାନିସ୍ତାନରୁ ଫେରିବାର ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି । ଏପରି ଦୃଶ୍ୟ ତାଙ୍କ ହୃଦୟରେ ଆଘାତ ଦେଇଛି ବୋଲି ମଧ୍ୟ ଜୋ ବାଇଡେନ କହିଛନ୍ତି ।

Advertisment
Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ