Advertisment

ଭୟଙ୍କର ବିମାନ ଦୁର୍ଘଟଣା: ଏର୍ମଜେନ୍ସି ଲ୍ୟାଣ୍ଡିଂ ବେଳେ ୨ ଖଣ୍ଡ ହୋଇଗଲା ବିମାନ

ସେଣ୍ଟ୍ରାଲ ଆମେରିକାର କୋଷ୍ଟା ରିକା(Costa Rica) ଦେଶରେ ଗୁରୁବାର ଏକ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି। ଏର୍ମଜେନ୍ସି ଲ୍ୟାଣ୍ଡିଂ ବେଳେ ବିମାନଟି ମଝିରୁ ୨ ଖଣ୍ଡ ହୋଇଯାଇଛି। ବିମାନ ଦୁର୍ଘଟଣା ବେଳର ଦୃଶ୍ୟ ଏବେ ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Cargo Plane Splits

Cargo Plane Splits

Advertisment

ସେଣ୍ଟ୍ରାଲ ଆମେରିକାର କୋଷ୍ଟା ରିକା(Costa Rica) ଦେଶରେ ଗୁରୁବାର ଏକ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି। ଏର୍ମଜେନ୍ସି ଲ୍ୟାଣ୍ଡିଂ ବେଳେ ବିମାନଟି ମଝିରୁ ୨ ଖଣ୍ଡ ହୋଇଯାଇଛି। ବିମାନ ଦୁର୍ଘଟଣା ବେଳର ଦୃଶ୍ୟ ଏବେ ସାମ୍ନାକୁ ଆସିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସକାଳ ସାଢ଼େ ୧୦ଟାରେ କୋଷ୍ଟା ରିକାର Juan Santa Maria ଅର୍ନ୍ତଜାତୀୟ ବିମାନବନ୍ଦରରେ ଏହି ଦୁର୍ଘଟଣା ଘଟିଛି। Boeing-757 ବିମାନଟି ଜୁଆନ୍‌ ସାନ୍ତାମାରିଆ ଅର୍ନ୍ତଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା। ହେଲେ ୨୫ ମିନିଟ୍‌ ପରେ ଏହା ପୁଣିଥରେ ଫେରିଥିଲା ଓ ଏର୍ମଜେନ୍ସି ଲ୍ୟାଣ୍ଡିଂ ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 

କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନଟି ଜୁଆନ୍‌ ସାନ୍ତାମାରିଆ ଅର୍ନ୍ତଜାତୀୟ ବିମାନବନ୍ଦରରେ ଏର୍ମଜେନ୍ସି ଲ୍ୟାଣ୍ଡିଂ କରିଥିଲା। ହେଲେ ଏହି ସମୟରେ ବିମାନଟି ୨ ଖଣ୍ଡ ହୋଇଯାଇଥିଲା। ଦୁର୍ଘଟଣାଗ୍ରସ୍ତ ବିମାନଟି ଡିଏଚ୍‌ଏଲ୍‌ କାର୍ଗୋ ବିମାନ ବୋଲି ଜଣାପଡ଼ିଛି।

Advertisment

ଆଶ୍ୱସ୍ତିକର କଥା, ଦୁର୍ଘଟଣା ସମୟରେ ବିମାନରେ କୌଣସି ଯାତ୍ରୀ ନଥିଲେ। କାରଣ ଏହା ଏକ କାର୍ଗୋ ବିମାନ ଥିଲା। ତେଣୁ ଏଥିରେ କୌଣସି ଯାତ୍ରୀ ଯାତ୍ରା କରି ନଥାନ୍ତି। ଏଥିରେ କେବଳ ଜିନିଷପତ୍ର ପରିବହନ ହୋଇଥାଏ। ଦୁର୍ଘଟଣାଗ୍ରସ୍ତ ଏହି ବିମାନରେ କେବଳ ୨ ଜଣ crew ମେମ୍ବର ଥିଲେ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବାବେଳେ ପାଇଲଟ୍‌ ମଧ୍ୟ ଆହତ ହୋଇ ନାହାନ୍ତି। 

Advertisment

ଲ୍ୟାଣ୍ଡିଂ ବେଳେ ଜର୍ମାନୀ କମ୍ପାନୀ DHLର ଏହି ହଳଦିଆ ରଙ୍ଗର ବିମାନରୁ ଧୂଆଁ ବାହାରୁଥିଲା। ଏହି ସମୟରେ ଏହା ରନ୍‌ ୱେରୁ ଖସି ଯାଇଥିଲା ଓ ବିମାନର ମଝି ଭାଗରୁ ଏହା ୨ ଖଣ୍ଡ ହୋଇଯାଇଥିବା ସୂଚନା ମିଳିଛି। 

Plane Crash Cargo Plane Crash Costa Rica Airport
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ