Advertisment

ମହାସାଗରର ଅକାତ କାତ ପାଣିରେ ଜାହାଜରେ ଲାଗିଲା ନିଆଁ, ଜାହାଜରେ ଥିଲା ଦାମୀ କାର୍‌...

ଆଟଲାଣ୍ଟିକ୍ ମହାସାଗରରେ ଜଳିଗଲା ଲାମ୍ବୋରଗିନି, Porsche, ଅଡି ଭଳି ଦାମୀ କାର୍‌ ବୋଝେଇ କାର୍ଗୋ ଜାହାଜ। ଜାହାଜଟି ମହାସାଗରର ଅକାତ କାତ ପାଣି ଭିତରେ ଜଳି ଯାଇଥିଲା।

ଅଦ୍ୟତନ ହୋଇଛି
Burning Ship Drifts In Atlantic

Burning Ship Drifts In Atlantic

Advertisment

ଆଟଲାଣ୍ଟିକ୍ ମହାସାଗରରେ ଜଳିଗଲା ଲାମ୍ବୋରଗିନି, Porsche, ଅଡି ଭଳି ଦାମୀ କାର୍‌ ବୋଝେଇ କାର୍ଗୋ ଜାହାଜ। ଜାହାଜଟି ମହାସାଗରର ଅକାତ କାତ ପାଣି ଭିତରେ ଜଳି ଯାଇଥିଲା। ଆଟଲାଣ୍ଟିକ୍ ମହାସାଗରର ଏଜୋରେସ ଆଇଲ୍ୟାଣ୍ଡ ନିକଟରେ ଜାହାଜରେ ନିଆଁ ଲାଗିଯାଇଥିଲା। ବୁଧବାର ଅପରାହ୍ଣରେ ଏହି ଅଘଟଣ ହୋଇଥିଲା।

Advertisment

Volkswagen କମ୍ପାନୀର ସୂଚନା ଅନୁଯାୟୀ, ଜାହାଜରେ ୩ ହଜାର ୯୬୫ଟି ଦାମୀ ତଥା ଲଗ୍‌ଜୁରୀ କାର୍‌ ଥିଲା। ସେହିପରି ଜାହାଜରେ Porsche କମ୍ପାନୀର ୧୧ଶହ କାର୍‌ ଥିଲା।  ଜାହାଜରେ ଥିବା ୨୨ ଜଣ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପର୍ତ୍ତୁଗିଜ୍ ନୌସେନା ଓ ବାୟୁସେନା ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। 

‘Felicity Ace’  ଜାହାଜଟି ଜର୍ମାନୀର ଇଡେନ୍‌ରୁ ଆସୁଥିଲା। ଏହି ସମୟରେ ଏଭଳି ଦୁର୍ଘଟଣା ଘଟିଛି। ପର୍ତ୍ତୁଗିଜ୍ ନୌସେନାର ସୂଚନା ଅନୁଯାୟୀ, ଜାହାଜଟି ସମ୍ପୂର୍ଣ୍ଣ ଜଳିବା ପୂର୍ବରୁ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଏକ ହୋଟେଲ୍‌ରେ ରଖାଯାଇଛି। ତେବେ ଜାହାଜରେ କିଭଳି ନିଆଁ ଲାଗିଲା ତାହ ଜଣାପଡ଼ ନାହିଁ। 

Advertisment

ସୂଚନା ମୁତାବକ, ୨୦୧୯ରେ ବି ଆମେରିକାରେ ଏଭଳି ଦୁର୍ଘଟଣା ଘଟିଥିଲା। ଏକ କାର୍‌ ବୋଝେଇ କାର୍ଗୋ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ୨ ହଜାର ବିଳାସପୂର୍ଣ୍ଣ କାର୍‌ ନଷ୍ଟ ହୋଇଯାଇଥିଲା।

Atlantic Ocean Cargo Ship
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ