Advertisment

ଆଫଗାନିସ୍ତାନ ପୂର୍ବତନ ଉପ-ରାଷ୍ଟ୍ରପତିଙ୍କ ଭାଇଙ୍କୁ ଛଟପଟ କରି ମାରିଲେ ତାଲିବାନ ଆତଙ୍କୀ

ଆଫଗାନିସ୍ତାନର ପୂର୍ବତନ ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ବଡ଼ ଭାଇ ରୋହୁଲ୍ଲା ଅଜିଜିଙ୍କୁ ତାଲିବାନ ଆତଙ୍କୀ ପଞ୍ଜଶିରରେ ହତ୍ୟା କରିଥିବା ସୂଚନା ମିଳିଛି। ଏନେଇ ଅମରୁଲ୍ଲା ସାଲେହଙ୍କ ଭଣଜା ସ୍ପଷ୍ଟ କରିଛନ୍ତି।

ଅଦ୍ୟତନ ହୋଇଛି
Amrullah Saleh's Brother Rohullah Azizi

Amrullah Saleh's Brother Rohullah Azizi

Advertisment

କାବୁଲ: ଏବେ ବି ଆଫଗାନିସ୍ତାନରେ ରକ୍ତର ହୋଲି ଖେଳୁଛି ତାଲିବାନ। କେତେବେଳେ ମହିଳାଙ୍କ ଉପରେ ଅତ୍ୟାଚାର ତ ଆଉ କେତେବେଳେ ସାମ୍ବାଦିକଙ୍କ ଉପରେ ଆକ୍ରମଣ। ଏଭଳି ଭାବେ ତାଲିବାନ ଗୋଟିଏ ପରେ ଗୋଟିଏ ଅସଲ ରୂପ ଦେଖାଉଛି। ଏସବୁ ଭିତରେ ତାଲିବାନୀ ଆତଙ୍କୀଙ୍କ ଆଉ ଏକ ବର୍ବରତା ସାମ୍ନାକୁ ଆସିଛି। ଆଫଗାନିସ୍ତାନର ପୂର୍ବତନ ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ବଡ଼ ଭାଇ ରୋହୁଲ୍ଲା ଅଜିଜିଙ୍କୁ ତାଲିବାନ ଆତଙ୍କୀ ପଞ୍ଜଶିରରେ ହତ୍ୟା କରିଥିବା ସୂଚନା ମିଳିଛି। ଏନେଇ ଅମରୁଲ୍ଲା ସାଲେହଙ୍କ ଭଣଜା ସ୍ପଷ୍ଟ କରିଛନ୍ତି। ଅମରୁଲ୍ଲାଙ୍କ ଭାଇଙ୍କ ହତ୍ୟା ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ତାଲିବାନ ସମ୍ପୂର୍ଣ୍ଣ ଭାବେ ପଞ୍ଜଶିରକୁ ନିଜ ଅକ୍ତିଆରକୁ ନେଇ ଯାଇଥିଲା। 

Advertisment

ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ୯ ରାତିରେ ପଞ୍ଜଶିର ଉପତ୍ୟକାରେ ତାଲିବାନ ଓ ନର୍ଦନ ରେସିଷ୍ଟାନ୍ସ ଫ୍ରଣ୍ଟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସମୟରେ ତାଲିବାନୀ ଆତଙ୍କୀ ଅମରୁଲ୍ଲାଙ୍କ ଭାଇ ରୋହୁଲ୍ଲାଙ୍କୁ ଚିହ୍ନଟ କରିଥିଲେ। ଏହାପରେ ତାଲିବାନ ସୈନିକ ରୋହୁଲ୍ଲାଙ୍କୁ ନିର୍ଯାତନା ଦେବା ପରେ ହତ୍ୟା କରିଥିଲେ। ଏପରିକି ତାଲିବାନ ସୈନିକମାନେ ରୋହୁଲ୍ଲାଙ୍କ ଅନ୍ତିମ ସଂସ୍କାର କରିବା ଲାଗି ତାଙ୍କ ପରିବାରକୁ ଅନୁମତି ଦେଇନଥିଲେ। ରୋହୁଲ୍ଲାଙ୍କ ମୃତଦେହ ପଚି ନଷ୍ଟ ହୋଇଯାଉ ବୋଲି ତାଲିବାନ ସୈନିକ କହିଥିଲେ ବୋଲି ମୃତ ରୋହୁଲ୍ଲାଙ୍କ ଜଣେ ପରିବାର ସଦସ୍ୟ ଏହା କହିଛନ୍ତି।  

Advertisment

ସୂଚନାଥାଉ କି, ଏହାପୂର୍ବରୁ ପଞ୍ଜଶିରକୁ ତାଲିବାନ ସମ୍ପୂର୍ଣ୍ଣ ଭାବେ ନିଜ ଅକ୍ତିଆରକୁ ନେଇଥିବା ଦାବି କରିଥିଲା। ହେଲେ ନ୍ୟାସନାଲ ରେସିଷ୍ଟାନ୍ସ ଫ୍ରଣ୍ଟ, ତାଲିବାନର ଏହି ଦାବିକୁ ଖଣ୍ଡନ କରିଥିଲା। କିଛି ରିପୋର୍ଟରେ କୁହାଯାଇଛି ଯେ, ତାଲିବାନକୁ ବିରୋଧ କରୁଥିବା ବିରୋଧୀ ନେତା ଅହମଦ ମସୁଦ ଓ ଅମରୁଲ୍ଲା ସାଲେହ ପୁରା ପଞ୍ଜଶିର ତାଲିବାନର ଅକ୍ତିଆରକୁ ଚାଲି ଯିବା ପରେ ତାଜିକିସ୍ତାନ ଚାଲି ଯାଇଛନ୍ତି। ହେଲେ ତାଜିକିସ୍ତାନରେ ଆଫଗାନିସ୍ତାନ ସରକାରଙ୍କ ବହିଷ୍କୃତ ରାଷ୍ଟ୍ରଦୂତ ଏହି ଖବରକୁ ଖଣ୍ଡନ କରିଛନ୍ତି। 

Afghanistan Taliban Taliban Attacks Amrullah Saleh Rohullah Azizi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ