ଭୋଜିକୁ ଆସିପାରିଲେନି, ଏବେ ଗଣିବେ ମୋଟା ଅଙ୍କର ଫାଇନ୍‌

୧୦ ଜଣ ଅତିଥି କଥା ଦେଇ ଶେଷ ମୁହୂର୍ତ୍ତରେ ନଆସିବାରୁ ସେମାନଙ୍କ ପାଇଁ ହୋଇଥିବା ଖର୍ଚ୍ଚକୁ ସେମାନଙ୍କଠାରୁ ଆଦାୟ କରିବାକୁ ଯୋଜନା କରିଛନ୍ତି ଅଷ୍ଟ୍ରେଲିଆର ଜଣେ ତରୁଣୀ ।

Marriage

ବାହାଘର ଗୋଟେ ଝିଅ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ସମୟ । ବାହାଘର ବି ଖୁସି ସମୟ । ବନ୍ଧୁ ବାନ୍ଧବ ଆସିଲେ ଭଲ ଲାଗେ । ସେଥିପାଇଁ ବହୁ ଆଗରୁ ଘନିଷ୍ଠ ବନ୍ଧୁ ବାନ୍ଧବଙ୍କୁ ଡକାଯାଏ । ହେଲେ କଥା ଦେଇ ନଆସିଲେ ମନ ଖଟା ପଡିଯାଏ । ଆଗରୁ କେବଳ ମନ ଦୁଖ କରୁଥିଲେ । ଏବେ କିନ୍ତୁ ଦେଖିବାକୁ ମିଳିଛି ନୂଆ ଟ୍ରେଣ୍ଡ।

୧୦ ଜଣ ଅତିଥି କଥା ଦେଇ ଶେଷ ମୁହୂର୍ତ୍ତରେ ନଆସିବାରୁ ସେମାନଙ୍କ ପାଇଁ ହୋଇଥିବା ଖର୍ଚ୍ଚକୁ ସେମାନଙ୍କଠାରୁ ଆଦାୟ କରିବାକୁ ଯୋଜନା କରିଛନ୍ତି ଅଷ୍ଟ୍ରେଲିଆର ଜଣେ ତରୁଣୀ । ମାତ୍ରାଧିକ ବିମାନ ଭଡା ଲାଗୁଥିବା ଦର୍ଶାଇ ଉକ୍ତ ଅତିଥିମାନେ ବିବାହରେ ଯୋଗ ଦେଇ ପାରିବେନି ବୋଲି ଶେଷ ମୁହୁର୍ତ୍ତରେ ଜଣାଇଥିଲେ ।

ତେବେ ସେମାନଙ୍କ ଲାଗି ସମସ୍ତ ବନ୍ଦୋବସ୍ତ ହୋଇ ସାରିଥିବାରୁ କନ୍ୟା ଜଣଙ୍କୁ ଅଯଥାରେ ପ୍ରାୟ ୧୩୩୬ ଡଲାର ଖର୍ଚ୍ଚ କରିବାକୁ ପଡିଛି । ୬ ମାସ ଆଗରୁ ନିମନ୍ତ୍ରଣ ପଠାଯାଇଥିଲେ ମଧ୍ୟ ଅତିଥିମାନେ କାହିଁକି ଆଗରୁ ଜଣାଇଲେନି ବୋଲି ତରୁଣୀ ଜଣଙ୍କ ସେମାନଙ୍କ ଖର୍ଚ୍ଚ ବାବଦକୁ ହୋଇଥିବା ଅର୍ଥ ସେମାନଙ୍କଠୁ ଫାଇନ ଭାବେ ଆଦାୟ କରିବାକୁ ଚିନ୍ତା କରୁଛନ୍ତି ।

ଏକ ପଡକାଷ୍ଟରେ ଭାଗ ନେଇ ଯୁବତୀ ଜଣଙ୍କ ଏହି ବିଷୟରେ କହିବା ପରେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି । କିଛି ଏହାକୁ ସମର୍ଥନ କରିଥିବାବେଳେ ଆଉ କିଛି ନାପସନ୍ଦ କରିଛନ୍ତି । ଆମ ଦେଶରେ ବି ଏଭଳି ବ୍ୟବସ୍ଥା ଲାଗୁ ହୋଇପାରିବ କି ?