Advertisment

ବ୍ରିକ୍ସ ସମ୍ମିଳନୀରେ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଆଲୋଚନା

ଦକ୍ଷିଣ ଆଫ୍ରିକାରେ ଜୋହାନ୍ସବର୍ଗରେ ଚାଲିଥିବା ବ୍ରିକ୍ସ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଏ ପ୍ରସଙ୍ଗରେ ଆଲୋଚନା ହୋଇଛି।

PM Modi and Chinese President Xi Jinping Engage In Interaction

PM Modi and Chinese President Xi Jinping Engage In Interaction

Advertisment

ପୂର୍ବ ଲଦାଖ ଏଲ୍‌ଏସିରେ ଉତ୍ତେଜନା ହ୍ରାସ ପ୍ରସଙ୍ଗ ନେଇ ବ୍ରିକ୍ସ ସମ୍ମିଳନୀରେ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଆଲୋଚନା ହୋଇଛି। ଦକ୍ଷିଣ ଆଫ୍ରିକାରେ ଜୋହାନ୍ସବର୍ଗରେ ଚାଲିଥିବା ବ୍ରିକ୍ସ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଏ ପ୍ରସଙ୍ଗରେ ଆଲୋଚନା ହୋଇଛି।

Advertisment

ମେ ୨୦୨୦ରେ ଗଲୱାନ୍ ଘାଟିରେ ଉତ୍ତେଜନା ପରଠୁ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ସମ୍ପର୍କ ତିକ୍ତ ରହିଛି। ତେବେ ଏ ତିକ୍ତତା ଦୂର ପାଇଁ ଦୁଇ ରାଷ୍ଟ୍ରମୁଖ୍ୟ ଏ ଦିଗରେ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ଗଲୱାନ୍ ଘାଟିରେ ଦୁଇ ଦେଶରେ ସେନା ମୁହାମୁହିଁ ପରଠୁ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ବିଭିନ୍ନ ସ୍ତରରେ ୧୯ଟି ପର୍ଯ୍ୟାୟରେ ବୈଠକ ସରିଛି। ଏହାସତ୍ତ୍ୱେ ଏହି ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ ଆଜି ବି ସମ୍ପର୍କରେ ସୁଧାର ଆସିନଥିବା ବେଳେ ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ବାଧାପ୍ରାପ୍ତ ହୋଇଛି।

Advertisment
BRICS Summit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ