Advertisment

୪୦ ମନ୍ତ୍ରୀଙ୍କ ଇସ୍ତଫା ପରେ ବଢ଼ିଲା ଅଡ଼ୁଆ, ଇସ୍ତଫା ଦେବେ ବୋରିସ୍‌ !

ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ। ମନ୍ତ୍ରିମଣ୍ଡଳରେ ବିଦ୍ରୋହ ପରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ଇସ୍ତଫା ଦେବାକୁ ରାଜି ହୋଇଯାଇଛନ୍ତି। ଏ ନେଇ ବ୍ରିଟିଶ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

Boris Johnson

Boris Johnson

Advertisment

ଇସ୍ତଫା ଦେବେ ୟୁକେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ସେ ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି ବୋଲି ବ୍ରିଟିଶ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ବୋରିସ ଜନସନଙ୍କ ନେତୃତ୍ୱରେ ଅସନ୍ତୋଷ ପ୍ରକାଶ କରି ପୂର୍ବରୁ ତାଙ୍କ ମନ୍ତ୍ରିମଣ୍ଡଳରୁ ତିନିଜଣ କ୍ୟାବିନେଟ ମନ୍ତ୍ରୀଙ୍କ ସହ ୪୦ଜଣ ସହଯୋଗୀ ଇସ୍ତଫା ଦେଇସାରିଛନ୍ତି । ସମୂହ ଇସ୍ତଫା ପରେ ବୋରିସ ଜନସନଙ୍କ ପାଇଁ ଅଡୁଆ ବଢିଛି । ତେଣୁ ସେ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କନ୍‌ଜରଭେଟିଭ୍‌ ପାର୍ଟିରୁ କିଏ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ସେନେଇ କିଛି ସ୍ପଷ୍ଟ ହୋଇନି ।

Advertisment

ବିବିସି ନ୍ୟୁଜ୍‌ର ସୂଚନା ମୁତାବକ, ନବ ନିଯୁକ୍ତ ମନ୍ତ୍ରୀମାନେ ମଧ୍ୟ ବୋରିସଙ୍କ ହାତ ଛାଡି ଦେଇଥିଲେ। ତାଙ୍କ କ୍ୟାବିନେଟ୍‌ରୁ ପାଖାପାଖି ୫୦ରୁ ଅଧିକ ସଦସ୍ୟ ଇସ୍ତଫା ଦେଇଥିଲେ। ଏଥିମଧ୍ୟରୁ ୮ଜଣ ମନ୍ତ୍ରୀ ଏବଂ ଦୁଇ ରାଜ୍ୟ ସଚିବ ଗତ ୨ଘଣ୍ଟା ମଧ୍ୟରେ ଇସ୍ତଫା ଦେଇଛନ୍ତି। ଏହା ଜନସନଙ୍କୁ ଅତ୍ୟଧିକ ଝଟ୍‌କା ଦେଇଥିଲା।  ମିଡିଆ ରିପୋର୍ଟ ଅନୁଯାୟୀ ଜନସନଙ୍କୁ ବର୍ତ୍ତମାନ ବିଦ୍ରୋହୀ ନେତାଙ୍କ ଦାବିରେ ମୁଣ୍ଡ ନୁଆଁଇବାକୁ ପଡିଛି। ସେ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି।

ଅନେକ ଦିନ ଧରି ନିଜ ପଦ ପାଇଁ ଲଢ଼ିବା ପରେ ଜନ୍‌ସନ ତାଙ୍କ ଦଳର କିଛି ନେତାଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ ତାଙ୍କ ହାତ ଛାଡି ଦେଇଥିଲେ। ୨୦୧୯ ରେ ଅଧିକାଂଶ ଭୋଟ୍‌ ହାତେଇ କ୍ଷମତାକୁ ଆସିଥିବା ୫୮ ବର୍ଷିୟ ଜନସନ ଏହାକୁ ଗ୍ରହଣ କରିବା କଷ୍ଟସାଧ୍ୟ ଥିଲା।

Advertisment
Boris Johnson Resignation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ