Advertisment

ମହଙ୍ଗା ପଡ଼ିଲା ଶକ୍ତି ବର୍ଦ୍ଧକ ଇଞ୍ଜେକ୍ସନ, ଜନ୍ମଦିନରେ ବଡି ବିଲ୍ଡରଙ୍କ ମୃତ୍ୟୁ

ବ୍ରାଜିଲର ବଡି ବିଲ୍ଡର ତଥା ଟିକ୍‌ଟକ୍‌ ଷ୍ଟାର୍‌ ଭ୍ଲାଦିର୍‌ ସେଗାତୋ ମସଲ୍‌ ବଢ଼ାଇବା ପାଇଁ ଏମିତି କିଛି ଉପାୟ ଆପଣାଇଲେ ଯେଉଁଥିରେ ତାଙ୍କର ଜୀବନ ଚାଲି ଯାଇଛି। ‘ହଲ୍‌କ’ ନାମରେ ଜଣାଶୁଣା ବ୍ରାଜିଲର ଏହି ବଡି ବିଲ୍ଡର ୨୩ ଇଞ୍ଚ ବାଇସ୍ପେସ୍‌ କରିବା ପାଇଁ ଏକ ବିପଦପୂର୍ଣ୍ଣ ଅଏଲର ଇଞ୍ଜେକ୍ସନ ନେଇଥିଲେ।

ଅଦ୍ୟତନ ହୋଇଛି
Brazilian Body Builder Valdir Segato Dies On His Birthday

Brazilian Body Builder Valdir Segato Dies On His Birthday

Advertisment

ଆଜିକାଲିର ଯୁବପିଢ଼ି ସୁନ୍ଦର ଶରୀର ଅର୍ଥାତ୍‌ ସୁନ୍ଦର ଦିଶିବା ପାଇଁ ଜିମ୍‌ରେ ଝାଳ ବୁହାଉଛନ୍ତି। ଅଧିକାଂଶ ଲୋକ ମସଲ୍‌ ଓ ବାଇସ୍ପେସ୍‌ ବଢ଼ାଇବା ପାଇଁ ଜିମ୍‌ ଯାଇଥାନ୍ତି। ଆଉ କିଛି ଲୋକ  ଜଲ୍‌ଜି ରେଜଲ୍ଟ ପାଇବା ପାଇଁ ଅନେକ ଜିନିଷ ବ୍ୟବହାର କରିଥାନ୍ତି। ଯେପରିକି ଷ୍ଟେରଏଡ୍‌ ଓ ଇଞ୍ଜେକ୍ସନ ଇତ୍ୟାଦି। ହେଲେ ସେମାନଙ୍କର ଏହି ନିଶା କେତେବେଳେ ଯେ ସେମାନଙ୍କୁ ମୃତ୍ୟୁମୁଖକୁ ଠେଲି ଦେବ ହୁଏତ ତାହା ସେମାନଙ୍କୁ ଜଣାନଥିବ। ବ୍ରାଜିଲରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ବ୍ରାଜିଲର ବଡି ବିଲ୍ଡର ତଥା ଟିକ୍‌ଟକ୍‌ ଷ୍ଟାର୍‌ ଭ୍ଲାଦିର୍‌ ସେଗାତୋ ମସଲ୍‌ ବଢ଼ାଇବା ପାଇଁ ଏମିତି କିଛି ଉପାୟ ଆପଣାଇଲେ ଯେଉଁଥିରେ ତାଙ୍କର ଜୀବନ ଚାଲି ଯାଇଛି। 

Advertisment

‘ହଲ୍‌କ’ ନାମରେ ଜଣାଶୁଣା ବ୍ରାଜିଲର ଏହି ବଡି ବିଲ୍ଡର ୨୩ ଇଞ୍ଚ ବାଇସ୍ପେସ୍‌ କରିବା ପାଇଁ ଏକ ବିପଦପୂର୍ଣ୍ଣ ଅଏଲର ଇଞ୍ଜେକ୍ସନ ନେଇଥିଲେ। ଏଥିଯୋଗୁ ୫୫ତମ ଜନ୍ମଦିନରେ ତାଙ୍କର ମୃତ୍ୟୁ ଘଟିଛି। ଷ୍ଟ୍ରୋକ୍‌ ଓ ଇନ୍‌ଫେକ୍ସନ(ସଂକ୍ରମଣ) ସତ୍ତ୍ୱେ ମଧ୍ୟ ସେ ବାଇସ୍ପେସ୍‌ ଓ ବ୍ୟାକ୍‌ ମସଲ୍‌ ବଢ଼ାଇବା ପାଇଁ ଦୀର୍ଘ ଦିନ ଧରି ସେ ଏହି ବିପଦପୂର୍ଣ୍ଣ ଇଞ୍ଜେକ୍ସନ ନେଉଥିଲେ। 

Body Builder Valdir Segato
Body Builder Valdir Segato

ଡେଲି ମେଲ୍‌ର ରିପୋର୍ଟ ଅନୁସାରେ, ୨୦୧୬ରେ ଭ୍ଲାଦିର୍‌ କହିଥିଲେ ଯେ, ‘ଲୋକମାନେ ସବୁବେଳେ ମୋତେ Schwarzenegger, Hulk, He-Man ନାଁରେ ଡାକିଥାନ୍ତି। ଏସବୁ ଶୁଣିବା ପାଇଁ ମଧ୍ୟ ମୋତେ ବୁହତ ଭଲ ଲାଗେ। ତେଣୁ ମୁଁ ନିଜର ବାଇସ୍ପେସ୍‌କୁ ଡବଲ୍‌ କରିଛି।’ ହେଲେ ଆହୁରି ବଡ଼ ବାଇସ୍ପେସ୍‌ ଚାହୁଁଛି ବୋଲି ଭ୍ଲାଦିର୍‌ କହିଥିଲେ।

Advertisment

୬ ବର୍ଷ ପୂର୍ବେ ଭ୍ଲାଦିର୍‌ଙ୍କୁ ଡାକ୍ତର ଚେତାବନୀ ମଧ୍ୟ ଦେଇଥିଲେ। ସୁନ୍ଦର ଶରୀର ପାଇଁ ଯଦି ଏଭଳି ଭାବେ ସେ ଇଞ୍ଜେକ୍ସନର ବ୍ୟବହାର କରନ୍ତି, ତା’ହେଲେ ଏହା ତାଙ୍କ ଜୀବନ ନେଇପାରେ ବୋଲି ଡାକ୍ତର କହିଥିଲେ। ଡାକ୍ତରଙ୍କ ଚେତାବନୀ ସତ୍ତ୍ୱେ ଭ୍ଲାଦିର୍‌ ଲଗାତାର ଭାବେ ଇଞ୍ଜେକ୍ସନ ନେଉଥିଲେ। ଲଗାତାର ଇଞ୍ଜେକ୍ସନ ନେବା ପରେ ତାଙ୍କ ମସଲ୍‌ ୨୩ ଇଞ୍ଚ ହେବା ଯୋଗୁ ଲୋକମାନେ ତାଙ୍କୁ ‘The Monster’ ନାଁରେ ଡାକିବା ଆରମ୍ଭ କରିଥିଲା। ଏଥିପାଇଁ ସେ ନିଜକୁ ଗର୍ବିତ ଅନୁଭବ କରିଥିଲେ। ସୋସିଆଲ୍ ମିଡିଆରେ ଭ୍ଲାଦିର୍‌ ନିଜ ବଡି ଟ୍ରାନ୍ସଫର୍ମେସନ୍‌ର ଅନେକ ଫଟୋ ଓ ଭିଡିଓ ଶେଆର କରିଥିଲେ। 

Body Builder Valdir SegatoBody Builder Valdir Segato

ଭ୍ଲାଦିର୍‌ଙ୍କ ବନ୍ଧୁ ଓ ସମ୍ପର୍କୀୟ ବହୁତ କମ୍‌ ଥିଲେ। ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ କହିବାନୁସାରେ, ମୃତ୍ୟୁ ଦିନ ଭ୍ଲାଦିର୍‌ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଫଳରେ ସେ ତାଙ୍କ ମା’ଙ୍କୁ ଡାକିଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲା। ହେଲେ ସେଠାରେ ହୃଦ୍‌ଘାତ ଆସିବା ଯୋଗୁ ସେ ତଳେ ପଡ଼ି ଯାଇଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା। 

Advertisment
Body Builder Valdir Segato Brazilian Body Builder Valdir Segato Brazilian Body Builder Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ