Advertisment

ଜେଲେନସ୍କିଙ୍କ ସହ ଚାଲି ଚାଲି କିଭ୍‌ର ଗଳିକନ୍ଦି ବୁଲିଲେ ବୋରିସ ଜନ୍‌ସନ୍

ଋଷ୍- ୟୁକ୍ରେନ୍ ଘମାଘୋଟ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଜଧାନୀ କିଭ୍‌ ଗସ୍ତ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍। ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ ସେ ସହରର ଗଳିକନ୍ଦି ବୁଲି ଦେଖିଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Boris Johnson And Zelensky Visit Kyiv

Boris Johnson And Zelensky Visit Kyiv

Advertisment

ଋଷ୍- ୟୁକ୍ରେନ୍ ଘମାଘୋଟ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଜଧାନୀ କିଭ୍‌ ଗସ୍ତ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍। ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ ସେ ସହରର ଗଳିକନ୍ଦି ବୁଲି ଦେଖିଥିବାର ଦୃଶ୍ୟ ଦେଖିବାକୁ ମିଳିଛି।  ଏହି ଅବସରର ଯୁଦ୍ଧ ତ୍ରସ୍ତ ୟୁକ୍ରେନକୁ  ସମସ୍ତ ପ୍ରକାର ସାମରିକ ଓ ଆର୍ଥିକ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋରିସ।

Advertisment

ବ୍ରିଟେନ୍ ପକ୍ଷରୁ ୟୁକ୍ରେନ୍ ୧୦୦ ମିଲିୟନ ପାଉଣ୍ଡର ସାମରିକ ସହାୟତା ପ୍ରଦାନ ପାଇଁ ଘୋଷଣା କରାଯାଇଛି।  ଏଥିରେ ଆଣ୍ଟି ଟାଙ୍କ୍ ଏବଂ ଆଣ୍ଟି ଏୟାରକ୍ରାଫ୍ଟ ମିଶାଇଲ ଅନ୍ତର୍ଭୁକ୍ତ। କୌଣସି ନିର୍ଦ୍ଧାରିତ ଗସ୍ତ କାର୍ଯ୍ୟକ୍ରମ ନଥାଇ ବୋରିସ ଜନ୍‌ସନ୍‌ ୟୁକ୍ରେନରେ ପହଞ୍ଚିଥିଲେ।  ଲଣ୍ଡନ ସ୍ଥିତ ୟୁକ୍ରେନ୍ ଦୂତାବାସ ପକ୍ଷରୁ ବୋରିସଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ପରବର୍ତ୍ତୀ ସମୟରେ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଥିଲା।

Advertisment

ୟୁକ୍ରେନକୁ ବୋରିସ ଜନ୍‌ସନ୍‌ଙ୍କ ଏଭଳି ସର୍‌ପ୍ରାଇଜ୍ ଭିଜିଟ୍‌କୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି। ସେପଟେ ୟୁକ୍ରେନବାସୀଙ୍କ ସହ ସେ ସବୁବେଳେ ଛିଡ଼ା ହୋଇଛନ୍ତି ଏବଂ ଆଗକୁ ବି ରହିବେ ବୋଲି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍ କହିଛନ୍ତି। 

UK PM Boris Johnson Russia Ukraine Crisis Ukraine Russia War Ukraine President Zelenskyy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ