Advertisment

କାବୁଲ୍‌ ବିମାନ ବନ୍ଦରରେ ପୁଣି ବିସ୍ଫୋରଣ: ୨ ମୃତ, ୩ ରୁ ଅଧିକ ଆହତ

ସତ ହୋଇଛି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସତର୍କବାଣୀ। କାବୁଲ ବିମାନ ବନ୍ଦର ନିକଟରେ ପୁଣି ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏକ ଅଟ୍ଟାଳିକାକୁ ଟାର୍ଗେଟ କରି ରକେଟ୍ ମାଡ଼ କରାଯାଇଥିବା ସୂଚନା ଆସୁଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଗତ ଗୁରୁବାର ଏୟାରପୋର୍ଟ ବାହାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୧୩ ଆମେରିକୀୟ ସୈନ୍ୟଙ୍କୁ ମିଶାଇ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିଲା

Kabul blast

Kabul blast

Advertisment

କାବୁଲ: ସତ ହୋଇଛି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସତର୍କବାଣୀ। କାବୁଲ ବିମାନ ବନ୍ଦର ନିକଟରେ ପୁଣି ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏକ ଅଟ୍ଟାଳିକାକୁ ଟାର୍ଗେଟ କରି ରକେଟ୍ ମାଡ଼ କରାଯାଇଥିବା ସୂଚନା ଆସୁଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଗତ ଗୁରୁବାର ଏୟାରପୋର୍ଟ ବାହାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୧୩ ଆମେରିକୀୟ ସୈନ୍ୟଙ୍କୁ ମିଶାଇ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିଲା। ବହୁସଂଖ୍ୟାରେ ଲୋକ ଆହତ ହୋଇଥିଲେ। ଏହି ଆକ୍ରମଣ ଲାଗି ISIS-KP ବା ଆଇସିସ୍-ଖୋରାସିନ୍ ନିଜକୁ ଦାୟୀ କରିଥିଲା। ଏହାପରେ ଗତକାଲି ଆମେରିକା ପକ୍ଷରୁ ଡ୍ରୋନ ଆକ୍ରମଣ କରାଯାଇଥିଲା। ଏଥିରେ ଆଇସିସ ଖୋରାସାନର ପ୍ଲାନରଙ୍କ ସମେତ ୨ ଜଣ ନିହତ ହୋଇଥିବା ଆମେରିକା ଦାବି କରିଥିଲା। ଅନ୍ୟପକ୍ଷରେ ଆଇସିସ୍ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ରାଷ୍ଟ୍ରପତି ବାଇଡେନ୍ ଚେତାବନୀ ଦେଇଛନ୍ତି।

Advertisment

ସେପଟେ, ଧୀରେ ଧୀରେ ଉଗ୍ର ହେଉଛି ତାଲିବାନ୍‌। ଗୋଟିଏ ପରେ ଗୋଟିଏ ହରକତ୍‌ ହିଁ ତାଲିବାନର ଅସଲ ମୁଖା ପୂରା ବିଶ୍ୱ ଦେଖୁଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁସାରେ, ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କୁ ଟ୍ୱିଟର ବନ୍ଦ କରିବାକୁ ଚକ୍ରାନ୍ତ କରିଛି ତାଲିବାନ। ସୂଚନା ଅନୁସାରେ କଞ୍ଜଶିର ଅଂଚଳରେ ଇଂଟର୍‌ନେଟ୍‌ ସେବା ବନ୍ଦ କରିଛି ତାଲିବାନ୍‌। ଯାହା ଫଳରେ ଅମରୁଲ୍ଲା ଟ୍ୱିଟ୍‌ରରେ ହେଉ କିମ୍ବା ଅନ୍ୟ କୌଣସି ସୋସିଆଲ ମିଡ଼ିଆରେ ନିଜର ବାର୍ତ୍ତି ରଖିପାରୁନାହାନ୍ତି। ତାଲିବାନ ପୂରା ଆଫଗାନିସ୍ତାନକୁ କବଜା କରିଥିବା ବେଳେ କେବଳ ପଞ୍ଜଶିର ଅଂଚଳରେ ପ୍ରବେଶ କରିପାରିନାହିଁ। କିପରି ଭାବରେ ଏହି ଅଂଚଳକୁ ସେ କବଜା କରିବ ସେନେଇ ଚିନ୍ତାରେ ଅଛି ତାଲିବାନ।

Advertisment

ଏପଟେ, ଆଫଗାନିସ୍ତାନରେ ଆତଙ୍କୀଙ୍କୁ ନିପାତ କରିବା ପାଇଁ ଆଗକୁ ଆହୁରି ହେବ ଡ୍ରୋନ୍ ଆକ୍ରମଣ। ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍ ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି। କାବୁଲ ସିରିଜ ବିସ୍ଫୋରଣର ପରେ ଆମେରିକା ଡ୍ରୋନ୍ ଆକ୍ରମଣ କରିଥିଲା। ଏଥିରେ ଆକ୍ରମଣର ମାଷ୍ଟରମାଇଣ୍ଡ ଓ ଜଣେ ସହଯୋଗୀ ନିହତ ହୋଇଥିବା ବେଳେ ଅନ୍ୟ ଜଣେ ଆତଙ୍କୀ ଆହତ ହୋଇଥିବା ପେଣ୍ଟାଗନ୍ ପକ୍ଷରୁ କୁହାଯାଇଛି ।

Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ