Advertisment

ପାର୍କରେ ଦମ୍ପତିଙ୍କ ଉପରକୁ ଡିଆଁ ମାରିଲା ଭାଲୁ

ପାର୍କରେ ବସିଥିବା ବେଳେ ଦମ୍ପତିଙ୍କ ଉପରକୁ ଡିଆଁ ମାରିଲା ଭାଲୁ। ଏଭଳି ଏକ ଘଟଣା ଆମେରିକାର ନର୍ଥ କାରୋଲିନା ସହରରେ ଦେଖିବାକୁ ମିଳିଛି। ଦମ୍ପତି ଜଣକ ନିଜର ପୋଷା କୁକୁରକୁ ନେଇ ପାର୍କ ଯାଇଥିବା ବେଳେ ହଠାତ୍ ଏକ କଳା ଭାଲୁ ତାଙ୍କ ଆଡକୁ ମାଡି ଆସିଥିଲା। ଭାଲୁକୁ ଦେଖି ତାଙ୍କର ଅବସ୍ଥା ଶୋଚନୀୟ ହୋଇ ପଡିଥିଲା।

Bear

Bear

Advertisment

ଆମେରିକା: ପାର୍କରେ ବସିଥିବା ବେଳେ ଦମ୍ପତିଙ୍କ ଉପରକୁ ଡିଆଁ ମାରିଲା ଭାଲୁ। ଏଭଳି ଏକ ଘଟଣା ଆମେରିକାର ନର୍ଥ କାରୋଲିନା ସହରରେ ଦେଖିବାକୁ ମିଳିଛି। ଦମ୍ପତି ଜଣକ ନିଜର ପୋଷା କୁକୁରକୁ ନେଇ ପାର୍କ ଯାଇଥିବା ବେଳେ ହଠାତ୍ ଏକ କଳା ଭାଲୁ ତାଙ୍କ ଆଡକୁ ମାଡି ଆସିଥିଲା। ଭାଲୁକୁ ଦେଖି ତାଙ୍କର ଅବସ୍ଥା ଶୋଚନୀୟ ହୋଇ ପଡିଥିଲା। ପାର୍କରେ କେଉଁଠୁ ଆସିଲା ଭାଲୁ, ଏନେଇ ପାର୍କ କର୍ମଚାରୀଙ୍କ ତରଫରୁ ସନ୍ଧାନ ଜାରି ରହିଛି।

Advertisment

ଖାଲି ସମୟରେ ସମସ୍ତେ ନିଜର ପ୍ରିୟଜନଙ୍କ ସହ କେଉଁଠି ନା କେଉଁଠିକି ବୁକିବାକୁ ଯିବା ପାଇଁ ପସନ୍ଦ କରିଥାନ୍ତି। ଆମେରିକାର ଏକ ଦମ୍ପତି ନିଜର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ଏକାଠି ବିତାଇବା ପାଇଁ ନର୍ଥ କାରୋଲିନାର ‘ବ୍ଲୁ ରିଜ୍ ପାର୍କୱେ’ କୁ ଯାଇଥିଲେ। ସେମାନେ ତାଙ୍କ ସହ ନିଜ ପୋଷା କୁକୁରକୁ ମଧ୍ୟ ନେଇଥିଲେ। ପାର୍କରେ ବସିଥିବା ବେଳେ ହଠାତ୍ ଏକ ଭାଲୁଟି ତାଙ୍କ ଆଡକୁ ମାଡି ଆସିଲା, ଯାହାକୁ ଦେଖି ଦମ୍ପତି ଭୟବୀତ ହୋଇପଡିଲେ ଏବଂ ଜୀବନ ବଞ୍ଚାଇବା ପାଇଁ ସେଠାରୁ ପଳାୟନ କରିଥିଲେ। ପାର୍କର କର୍ମଚାରୀ ଭାଲୁକୁ ଦେଖି ଆଶ୍ଚର୍ଯ୍ୟ ହୋଇପଡିଥିଲେ।

Advertisment

ପାର୍କ ନିୟମ ଅନୁଯାୟୀ ଲୋକମାନେ ନିଜର ପୋଷା କୁକୁରଙ୍କୁ ପାର୍କରେ ଏଣେ ତେଣେ ଛାଡି ପାରିବେନାହିଁ। କୁକୁରକୁ ରସି ସହ ବାନ୍ଧି ରଖିବା ଦରକାର। ତେବେ ଏହି ଦମ୍ପତି ଜଣକ ମଧ୍ୟ ନିୟମନୁଯାୟୀ ନିଜ କୁକୁରକୁ ରସିରେ ବାନ୍ଧି ରଖିଥିଲେ। ଭାଲୁକୁ ଦେଖିବା ମାତ୍ରେ ଦମ୍ପତି ନିଜ କୁକୁରର ରସି ଖୋଲି ଦେଇଥିଲେ। କୁକୁରଟି ରସି ଖୋଲିବା ପରେ ଭାଲୁ ଆଡକୁ ମାଡି ଯାଇଥିଲା। ଭାଲୁଟି ଦମ୍ପତିଙ୍କ ବହୁତ ପାଖକୁ ଆସି ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲା, କାରଣ କୁକୁରଟି ଭାଲୁ ଉପରକୁ ଆକ୍ରମଣ କରିଥିଲା। ସେହି ସମୟରେ ଦମ୍ପତି ଜଣକ ନିଜ କୁକୁରକୁ ନେଇ ଜୋରରେ ଦୌଡିବାକୁ ଲାଗିଲେ। ଭାଲୁର ଆକ୍ରମଣରେ ଦମ୍ପତି ଜଣକ ଆହତ ମଧ୍ୟ ହୋଇଥିଲେ। ତେବେ ପାର୍କରୁ ବାହାରି ସେ ତୁରନ୍ତ ଚିକିତ୍ସା ପାଇଂ ହସ୍ପିଟାଲ ଯାଇଥିଲେ।

ପାର୍କ କର୍ମଚାରୀଙ୍କ ଦ୍ୱାରା ଭାଲୁର ସନ୍ଧାନ ଚାଲିଛି। ଭାଲୁ ମିଳିବା ମାତ୍ରେ ତାକୁ ମାରି ଦିଆଯିବ, କାରଣ ପୁର୍ବରୁ ମଧ୍ୟ ଏକ ଭାଲୁ ଏକ ମହିଳା ଉପରେ ଆକ୍ରମଣ କରିଥିଲା। ସେ ସମୟରେ ସରକାରଙ୍କ ପକ୍ଷରୁ ନିୟମ ଲାଗୁ କରାଯାଇଥିଲା ଯେ ଏଭଳି ଘଟଣାରେ ଆକ୍ରମଣକାରୀ ପଶୁକୁ ମାରି ଦିଆଯିବ।

Advertisment
Couple Bear Attack America Park
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ