Advertisment

ଏହି ଦେଶରେ କାହିଁକି ଜନ୍ମ ହେଉ ନାହାଁନ୍ତି ପିଲା ? ୩ ମାସରେ ଜନ୍ମ ହୋଇନାହାନ୍ତି ଜଣେ ବି ଶିଶୁ

ବର୍ଷକରେ ଦେଶର ଜନସଂଖ୍ୟା ୧ ଲକ୍ଷ ୭୯ ହଜାର ହ୍ରାସ.. କୁହାଯାଉଛି ପ୍ରଜନନକ୍ଷମ ମହିଳାଙ୍କ ଅଭାବ ଜନସଂଖ୍ୟା ଶିଶୁ ଜନ୍ମହାର ହ୍ରାସର ମୁଖ୍ୟ କାରଣ।

ଅଦ୍ୟତନ ହୋଇଛି
Births in Italy heading for new record low in 2023

Births in Italy heading for new record low in 2023

Advertisment

ମରୁଛନ୍ତି ୧୨, ଜନ୍ମ ହେଉଛନ୍ତି ୭। ଗତ ୩ ମାସରେ ଜନ୍ମ ହୋଇନାହାନ୍ତି ଜଣେ ବି ଶିଶୁ । ୬ କୋଟିରୁ କମ ଜନସଂଖ୍ୟା ବିଶିଷ୍ଟ ଇଟାଲୀରେ ଏଭଳି ସ୍ଥିତିକୁ ନେଇ ଉଦବେଗ। ବର୍ଷକରେ ଦେଶର ଜନସଂଖ୍ୟା ୧ ଲକ୍ଷ ୭୯ ହଜାର କମିଯାଇଛି। ଏବେ ଇଟାଲୀର ମୋଟ ଜନସଂଖ୍ୟା ରହିଛି ୫ କୋଟି ୮୮ ଲକ୍ଷ।

Advertisment

କୁହାଯାଉଛି ପ୍ରଜନନକ୍ଷମ ମହିଳାଙ୍କ ଅଭାବ ଜନସଂଖ୍ୟା ଶିଶୁ ଜନ୍ମହାର ହ୍ରାସର ମୁଖ୍ୟ କାରଣ। ୧୫ରୁ ୪୯ ବର୍ଷ ମହିଳାଙ୍କ ସଂଖ୍ୟା ଦ୍ରୁତ ବେଗରେ କମୁଥିବା ବେଳେ ବୟସ୍କଙ୍କ ସଂଖ୍ୟା ବଢୁଛି। ଫଳରେ ଦେଶର ହାରାହାରି ଜନ୍ମଦେବା କ୍ଷମତା ବା ଫର୍ଟିଲିଟି ହାର ଯାହାକୁ ୨୦୨୧ରେ ୧.୨୫ ପ୍ରତିଶତ ଥିଲା ଏବେ ୧.୨୪କୁ ଖସି ଆସିଛି। ଫଳରେ ଇଟାଲୀ ଜାପାନ, କୋରିଆ ଓ ଚୀନ କ୍ଲବରେ ସାମିଲ ହୋଇଛି।

କେବଳ ଇଟାଲୀ ନୁହେଁ। ମାତ୍ର ଏକ କୋଟିରୁ ସାମାନ୍ୟ ଅଧିକ ଜନସଂଖ୍ୟା ବିଶିଷ୍ଟ ପୂର୍ବ ୟୁରୋପୀୟ ଦେଶଗୁଡିକରେ ଜନସଂଖ୍ୟା କମିବାରେ ଲାଗିଛି। ଯୁଦ୍ଧଗ୍ରସ୍ତ ୟୁକ୍ରେନ ସମେତ ପର୍ତ୍ତୁଗାଲ, ପୋଲାଣ୍ଡ, ରୋମାନିଆ ଓ ଗ୍ରୀସରେ ଜନସଂଖ୍ୟା ହ୍ରାସ ପାଉଛି। ୨୦୩୦ ସୁଦ୍ଧା ଜର୍ମାନୀ, ସ୍ପେନ ଓ ଅନ୍ୟ କିଛି ଦେଶରେ ବି ସମାନ ସ୍ଥିତି ସୃଷ୍ଟି ହେବ। ଜନ୍ମଦେବା କ୍ଷମତା ହ୍ରାସ ଓ ଏସବୁ ଦେଶରୁ ବହୁ ଲୋକ ଅନ୍ୟତ୍ର ପଳାୟନ କରିବା ଜନସଂଖ୍ୟା ହ୍ରାସର କାରଣ କୁହାଯାଉଛି।

Advertisment

ତେବେ ଆଫ୍ରିକୀୟ ଦେଶଗୁଡିକର ଜନସଂଖ୍ୟା କ୍ରମାଗତ ଭାବେ ବୃଦ୍ଧ ପାଇବ ବୋଲି ଆକଳନ କରାଯାଇଛି। ସେହିପରି ଆସନ୍ତା ୩ ଦଶନ୍ଧିରେ ଭାରତର ଜନସଂଖ୍ୟା ବି ବଢିବ। ୨୦୫୦ ସୁଦ୍ଧା ଏହା ୧୬୬କୋଟି ଟପିବା ଆଶା କରାଯାଉଛି। ଏହା ପରେ ଜନସଂଖ୍ୟା କମିବାକୁ ଆରମ୍ଭ କରିବ।ସେଇ ସମୟରେ ଚୀନର ଜନସଂଖ୍ୟା ୧୩୧ କୋଟି ଥିବା।...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ