Advertisment

ରାଗର ବଶବର୍ତ୍ତୀ ହୋଇ ନିଜର ସର୍ବନାଶ କରନି, ନେତାନ୍ୟାହୁଙ୍କୁ ବାଇଡେନଙ୍କ ପରାମର୍ଶ

୯-୧୧ ଆକ୍ରମଣ ପରେ ଆମେ କରିଥିବା ଭୁଲ ତୁମେ କରନି...ଇସ୍ରାଏଲ ନଦୋହରାଉ ଆମେରିକାର ଭୁଲ୍ ...

ଅଦ୍ୟତନ ହୋଇଛି
Biden tells Israel not to ‘repeat mistakes’ made by US after 9/11

Biden tells Israel not to ‘repeat mistakes’ made by US after 9/11

Advertisment

ରାଗର ବଶବର୍ତ୍ତୀ ହୋଇ ନିଜର ସର୍ବନାଶ କରନି। ୯-୧୧ ଆକ୍ରମଣ ପରେ ଆମେ ଯେଉଁ ଭୁଲ କରିଥିଲୁ ତୁମେ କରନି। ତେଲଆଭିବ୍ ଗସ୍ତ ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଏହି ପରାମର୍ଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ।

Advertisment

ୱାଲର୍ଡ ଟ୍ରେଡ ସେଣ୍ଟର ସମେତ ବିଭିନ୍ନ ଜାଗାରେ ଅଲ କାଏଦା ଆତଙ୍କବାଦୀ କରିଥିବା ଆକ୍ରମଣରେ ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ଆମେରିକା ଏହାର ଜବାବ ଦେବା ସହ ନ୍ୟାୟ ମଧ୍ୟ ପାଇଥିଲା। ତେବେ ଆମେରିକା କିଛି ଭୁଲ ମଧ୍ୟ କରିଥିଲା ବୋଲି କହିଛନ୍ତି ବାଇଡେନ।ଇସ୍ରାଏଲ ସମାନ ଭୁଲ ନ ଦୋହରାଇବାକୁ ସେ ନେତାନ୍ୟାହୁଙ୍କୁ ପରାମର୍ଶ ଦେଇଛନ୍ତି।

ତେଣେ ଗାଜାକୁ ମାନବୀୟ ସହାୟତା ପଠାଇବା ନେଇ ନେତାନ୍ୟାହୁ ରାଜି ହୋଇଥିବା ସେ କହିଥିଲେ। ପାଲେଷ୍ଟାଇନ ଲୋକ ଦୁର୍ଦ୍ଦଶାରେ ଅଛନ୍ତି, ସେମାନଙ୍କ ନିକଟରେ ଖାଦ୍ୟ, ପାଣି ଓ ବିଜୁଳି ପହଞ୍ଚିବା ନିହାତି ଜରୁରୀ ବୋଲି କହିଥିଲେ ବାଇଡେନ।...

Advertisment

ଅଧିକ ପଢ଼ନ୍ତୁ: ଭାରତକୁ ମାଳଦ୍ୱୀପ ଅଡୁଆ, ଭାରତୀୟ ସୈନ୍ୟଙ୍କୁ ଫେରାଇ ଦେବା କଥା କହିଲେ ନୂଆ ରାଷ୍ଟ୍ରପତି

ସେପଟେ ଗତକାଲି ଇସ୍ରାଏଲ୍ ରାଜଧାନୀ ତେଲ-ଅଭିଭ୍ ଗସ୍ତ କରି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଭେଟି ନିଜ ଅକୁଣ୍ଠ ସମର୍ଥନ ଜଣାଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ୍ । କହିଛନ୍ତି, ନିଜ ସୁରକ୍ଷା ପାଇଁ ଇସ୍ରାଏଲ ପାଖରେ ସବୁପ୍ରକାର ପଦକ୍ଷେପ ନେବାର ଅଧିକାର ରହିଛି । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ବ୍ରିଟେନ ଇସ୍ରାଏଲ ସହ ଦୃଢ଼ଭାବେ ଛିଡ଼ା ହୋଇଛି । ଅନ୍ୟପକ୍ଷରେ ନେତାନ୍ୟାହୁ ତାଙ୍କ ସହଯୋଗ ଲୋଡ଼ି କହିଛନ୍ତି, ହମାସ୍ ବିରୋଧୀ 'ଗାଜା' ଯୁଦ୍ଧ ଆହୁରି ଲମ୍ବିବ ।.

Advertisment
Joe Biden Israel Palestine War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ