Advertisment

‘ଆଗକୁ ଦିନରେ କମ୍‌ କାମ, ଅଧିକ ବିଶ୍ରାମ...ରାତି ୮ଟା ପରେ ନୋ ମିଟିଂ’

ଟ୍ରମ୍ପଙ୍କ ଅଭିଯୋଗ ଆଧାରରେ ବାଇଡେନ୍‌ଙ୍କ ବଡ଼ ମନ୍ତବ୍ୟ। କହିଲେ, ଏଣିକି ଦିନରେ କମ୍‌ କାମ, ଅଧିକ ନିଦ୍ରା ଓ ରାତି ୮ଟା ପରେ ସବୁ କାମ ବନ୍ଦ।

ଅଦ୍ୟତନ ହୋଇଛି
Biden tells Democratic governors he needs more sleep

Joe Biden

Advertisment

ଏଣିକି ଦିନରେ କମ୍‌ କାମ, ଅଧିକ ନିଦ୍ରା ଓ ରାତି ୮ଟା ପରେ ସବୁ କାମ ବନ୍ଦ। ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌। ଥକ୍କାପଣରୁ ମୁକ୍ତି ପାଇବା ପାଇଁ ଗଭର୍ଣ୍ଣର ମାନଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ବାଇଡେନ୍‌। ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କୁ ସେ ଏକ ପ୍ରକାର ସମାଲୋଚନା କରିଛନ୍ତି।

Advertisment

ନିକଟରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏକ ବିତର୍କ ବେଳେ ବାଇଡେନ୍‌ କାର୍ଯ୍ୟକ୍ରମ ବେଳେ ଶୋଇପଡ଼ିଥିବା ନେଇ ଟ୍ରମ୍ପଙ୍କ ସମର୍ଥକ ଅଭିଯୋଗ କରିଥିଲେ। ସେ କହିଥିଲେ କି ବାଇଡେନ୍‌ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ନାହିଁ। ଟ୍ରମ୍ପଙ୍କ ବିତର୍କ ଆଗରେ ବାଇଡେନ୍‌ ହାଲୁକା ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା। ତେବେ ଏନେଇ ବାଇଡେନ୍‌ ହ୍ୱାଇଟ୍‌ ହାଉସ୍‌ରେ ଗଭର୍ଣ୍ଣରମାନଙ୍କୁ ନେଇ ଏକ ବୈଠକ ଡକାଇଥିଲେ। ଯେଉଁଥିରେ କିଛି ଗଭର୍ଣ୍ଣର ଭର୍ଚୁଆଲ ମୋଡ୍‌ରେ ମଧ୍ୟ ଯୋଗ ଦେଇଥିଲେ।

ଅଧିକ ପଢ଼ନ୍ତୁ: ବ୍ରିଟେନ୍‌କୁ ମିଳିଲା ନୂଆ ପ୍ରଧାନମନ୍ତ୍ରୀ; ସୁନକ୍‌ଙ୍କୁ ହରାଇଥିବା ଏହି ରାଜନେତା କିଏ ?

Advertisment

ବୈଠକରେ ବାଇଡେନ୍‌ କହିଥିଲେ, ଗତ କିଛି ମାସ ହେବ ବିଭିନ୍ନ କାର୍ଯ୍ୟକ୍ରମ ଲାଗି ରହିଛି। ଏହାକୁ ନଜରରେ ରଖି ସେ ଆଗାମୀ ଦିନରେ କମ୍‌ କାମ ସାଙ୍ଗକୁ ଅଧିକ ସମୟ ଶୋଇବାରେ ଦେବେ। ଏହାଛଡ଼ା ସେ ରାତି ୮ଟା ପରେ କୌଣସି କାର୍ଯ୍ୟକ୍ରମ ନ ରଖିବା ପାଇଁ ଗଭର୍ଣ୍ଣର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବାଇଡେନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଟ୍ରମ୍ପଙ୍କ ସମର୍ଥକ ଟ୍ରୋଲ୍‌ କରୁଥିବା ବେଳେ ବାଇଡେନ୍‌ କହିଛନ୍ତି, ମୁଁ ଜାଣିନି ମୋ ବ୍ରେନ୍‌ କେମିତି ଅଛି..କିନ୍ତୁ ମୁଁ ଫାଇନ୍‌। ବାଇଡେନ୍‌ଙ୍କୁ ବର୍ତ୍ତମାନ ୮୧ ବର୍ଷ ହୋଇଥିବା ବେଳେ ସେ ଏବେ ବି ନିର୍ବାଚନ ଲଢ଼ିବା ପାଇଁ ଇଚ୍ଛା ରଖିଛନ୍ତି। ଏହାପୂର୍ବରୁ ଅନେକଥର ବାଇଡେନ୍‌ ଏଭଳି କିଛି ଘଟଣା ନେଇ ଟ୍ରୋଲ ହୋଇଛନ୍ତି। ସେ ମଞ୍ଚ ଉପରେ ଝୁଣ୍ଟି ପଡ଼ିବା ହେଉ କି ଚାଲୁ ଚାଲୁ ହଟାତ୍‌ ଠିଆ ହୋଇପଡ଼ିବା। ତେବେ ବାଇଡେନ୍‌ଙ୍କ ବୟସ ମଧ୍ୟ ଅଧିକ ହୋଇଥିବାରୁ ସେ ଏଭଳି ଆଚରଣ କରୁଥିବା ନେଇ ବିରୋଧି ଟାର୍ଗେଟ କରନ୍ତି।

Advertisment
Joe Biden Donald Trump
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ