Advertisment

ରୁଷ୍‌ର ମୁନ୍ ମିଶନକୁ ଝଟ୍‌କା ! ଲୁନା-୨୫ ଚନ୍ଦ୍ରର କକ୍ଷପଥକୁ ଯିବା ପୂର୍ବରୁ ତ୍ରୁଟି

ରୁଷ୍‌ର ମୁନ୍ ମିଶନକୁ ଝଟ୍‌କା ! ରୁଷ୍‌ର ଲୁନା-୨୫ ଚନ୍ଦ୍ରର କକ୍ଷପଥକୁ ଯିବା ପୂର୍ବରୁ ପ୍ରି ଲାଣ୍ଡିଂ ପ୍ରକ୍ରିୟାରେ ଅଜଣା ତ୍ରୁଟି ପରିଲକ୍ଷିତ ହୋଇଛିା

ଅଦ୍ୟତନ ହୋଇଛି
Russia's Luna-25 Lander Fails

Russia's Luna-25 Lander Fails

Advertisment

ରୁଷ୍‌ର ମୁନ୍ ମିଶନକୁ ଝଟ୍‌କା ! ରୁଷ୍‌ର ଲୁନା-୨୫ ଚନ୍ଦ୍ରର କକ୍ଷପଥକୁ ଯିବା ପୂର୍ବରୁ ପ୍ରି ଲାଣ୍ଡିଂ ପ୍ରକ୍ରିୟାରେ ଅଜଣା ତ୍ରୁଟି ପରିଲକ୍ଷିତ ହୋଇଛିା ରୁଷ୍‌ର ସ୍ପେସ୍ ଏଜେନ୍ସି ରସ-କସମୋସ୍ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ, ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ ପୂର୍ବରୁ ଜରୁରୀକାଳୀନ ପରିସ୍ଥିତି ନେଇ ସିଗ୍ନାଲ ପଠାଇଥିଲା ଲୁନା-୨୫ା ଫଳରେ ମେନ୍ୟୁଓଭର ପ୍ରକ୍ରିୟା ସଫଳ ହୋଇପାରିନିା

Advertisment

ନିର୍ଦ୍ଧାରିତ ବେଗ ଓ ଦିଗରେ ଲୁନା ବଢ଼ିବା କଥା ତାହା ସମ୍ଭବ ହୋଇପାରିନିା ଫଳରେ ଲୁନା-୨୫ର ଚନ୍ଦ୍ରରେ ଲ୍ୟାଣ୍ଡିଂକୁ ନେଇ ଆଶା ଆଶଙ୍କା ଦେଖାଦେଇଛିା ଆସନ୍ତାକାଲି ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିଥାନ୍ତା।

ଭାରତର ଚନ୍ଦ୍ରୟାନ୍-୩ ଓ ଲୁନା-୨୫ ବିଶ୍ୱର ଦୁଇଟି ବହୁପ୍ରତୀକ୍ଷିତ ଓ ଗୁରୁତ୍ୱପୂର୍ଣ୍ଣ ମୁନ୍ ମିଶନ୍‌। ଏମାସ ୨୧ ତାରିଖରେ ଚନ୍ଦ୍ର ପାଇଁ ଲୁନା-୨୫କୁ ପଠାଇଥିଲା ରୁଷ୍‌। ମାସ ୫ ଦିନରେ ପୃଥିବୀର କକ୍ଷପଥ ପରିକ୍ରମା କରି ଏହା ଚନ୍ଦ୍ର ଅଭିମୁଖେ ଆଗକୁ ବଢ଼ିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ