Advertisment

୨୦ ସେକେଣ୍ଡରେ ଲେଖକ ସଲମାନ୍ ରୁସ୍‌ଦିଙ୍କ ଉପରକୁ ୧୫ ଥର ଆକ୍ରମଣ

ପ୍ରଥମେ ଆକ୍ରମଣକାରୀ ମଞ୍ଚ ଉପରକୁ ଚଢ଼ିଥିଲା। ଯେଉଁଠି ରୁସ୍‌ଦିଙ୍କ ସମେତ ଅନ୍ୟ ଅତିଥି ଉପସ୍ଥିତ ଥିଲେ। ଏହାପରେ ସେ ରୁସ୍‌ଦିଙ୍କୁ କାବୁ କରିବା ଲାଗି ଚେଷ୍ଟା କରିଥିଲେ। କେହି କିଛି ବୁଝିବା ଆଗରୁ ଆକ୍ରମଣକାରୀ ରୁସ୍‌ଦିଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ।

ଅଦ୍ୟତନ ହୋଇଛି
Author Salman Rushdie Was Hit 10-15 Times In 20 Seconds

Author Salman Rushdie Was Hit 10-15 Times In 20 Seconds

Advertisment

ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମ ସମାରୋହରେ ଖ୍ୟାତନାମା ଲେଖକ ସଲମାନ୍ ରୁସ୍‌ଦି(Salman Rushdie)ଙ୍କୁ ମଞ୍ଚ ଉପରେ ଛୁରାମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ରୁସ୍‌ଦିଙ୍କୁ ଏୟାରଲିଫ୍ଟ କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ଏସବୁ ଭିତରେ ଆକ୍ରମଣକୁ ନେଇ  ପ୍ରତ୍ୟେକ୍ଷଦର୍ଶୀ ରବି ଚାର୍ଲ୍ସଙ୍କ ବୟାନ ସାମ୍ନାକୁ ଆସିଛି। ଯେତେବେଳେ ରୁସ୍‌ଦିଙ୍କ ଉପରେ ଆକ୍ରମଣ ହୋଇଥିଲା ସେହି ସମୟରେ ଚାର୍ଲ୍ସ ହଲ୍‌ରେ ଉପସ୍ଥିତ ଥିଲେ। ଭାଷଣ ଦେବାର କିଛି ସମୟ ପୂର୍ବରୁ ରୁସ୍‌ଦିଙ୍କ ଉପରକୁ ଆକ୍ରମଣ ହୋଇଥିଲା ବୋଲି ସେ କହିଛନ୍ତି।

Advertisment

ରବି ଚାର୍ଲ୍ସ କହିଛନ୍ତି, ପ୍ରଥମେ ଆକ୍ରମଣକାରୀ ମଞ୍ଚ ଉପରକୁ ଚଢ଼ିଥିଲା, ଯେଉଁଠି ରୁସ୍‌ଦିଙ୍କ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ଏହାପରେ ସେ ରୁସ୍‌ଦିଙ୍କୁ କାବୁ କରିବା ଲାଗି ଚେଷ୍ଟା କରିଥିଲେ। କେହି କିଛି ବୁଝିବା ଆଗରୁ ଆକ୍ରମଣକାରୀ ରୁସ୍‌ଦିଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ପାଖାପାଖି ୨୦ ସେକେଣ୍ଡରେ ଆକ୍ରମଣକାରୀ ଜଣକ ଛୁରାରେ ୧୦ରୁ ୧୫ ଥର ରୁସ୍‌ଦିଙ୍କ ଉପରକୁ ଆକ୍ରମଣ କରିଥିଲେ। 

ପୋଲିସ୍‌ ସୂଚନା ଅନୁସାରେ, ଆକ୍ରମଣକାରୀକୁ ଅଟକ ରଖାଯାଇ ପଚରାଉଚରା ଚାଲିଛି। ଆକ୍ରମଣ ସମୟରେ ଇଣ୍ଟରଭିୟୁ ନେଉଥିବା ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି। ଅନ୍ୟପକ୍ଷେ, ଆକ୍ରମଣ ବେଳର ଫଟୋ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଦିନ ଯେତେବେଳେ ରୁସ୍‌ଦି ଭାଷଣ ଦେବାକୁ ଯାଉଥିଲେ, ସେହି ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।

Advertisment

ସୂଚନାଥାଉ କି, ଭାରତୀୟ ବଂଶୋଦ୍ଭବ ଇଂରାଜୀ ଲେଖକ ରୁସ୍‌ଦି ୧୯୮୦ ଦଶକରେ ନିଜ ପୁସ୍ତକ Satanic Versesକୁ ନେଇ ବିବାଦ ଘେରକୁ ଆସିଥିଲେ। ଇରାନରେ ଏହି ପୁସ୍ତକ ଉପରେ ୧୯୮୮ରେ ବ୍ୟାନ୍ ଲାଗିବା ସହ ତାଙ୍କ ନାଁରେ ଫତୱା ବି ଜାରି ହୋଇଥିଲା। ତାଙ୍କୁ ହତ୍ୟା କଲେ ୩ ମିଲିୟନ୍ ଆମେରିକୀୟ ଡଲାର୍ ପୁରସ୍କାର ରାଶି ବି ଘୋଷଣା କରିଥିଲେ କିଛି ମୁସଲିମ୍ ସଂଗଠନ। ତେଣୁ ଏହି ଆକ୍ରମଣ ପରେ ଏବେ ତଦନ୍ତ ଆରମ୍ଭ କରିଛି ନ୍ୟୁୟର୍କ ପୋଲିସ୍। କିଏ ଓ କାହିଁକି ରୁସ୍‌ଦିଙ୍କୁ ଆକ୍ରମଣ କଲା ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

Salman Rushdie Author Salman Rushdie Attack On Author Salman Rushdie
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ