Advertisment

ଅଷ୍ଟ୍ରେଲିଆ PM ଆନ୍ଥୋନୀ ଆଲବାନିଜଙ୍କ ନିର୍ବନ୍ଧ; ଭାଲେନଣ୍ଟାଇନ ଡେରେ ପ୍ରେମିକାଙ୍କୁ କଲେ ପ୍ରପୋଜ୍

ଆଲବାନିଜଚ ନିଜର ୪ ବର୍ଷର ପାର୍ଟନର ଜୋଡି ହେଡେନଙ୍କ ସହ ନିର୍ବନ୍ଧ କରିଛନ୍ତି।

Engagement

Engagement

Advertisment

ଭାଲେନ୍‌ଣ୍ଟାଇନ୍ ଡେ ରେ ପ୍ରେମିକାଙ୍କୁ ପ୍ରପୋଜ୍ କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ। ଆଲବାନିଜଚ ନିଜର ୪ ବର୍ଷର ପାର୍ଟନର ଜୋଡି ହେଡେନଙ୍କ ସହ ନିର୍ବନ୍ଧ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଲବାନିଜ୍ ନିଜ ସୋସିଆଲ୍ ମିଡିଆ ପେଜ୍ ଏକ୍ସରେ ଏହା ପୋଷ୍ଟ କରିଛନ୍ତି।

Advertisment

ଗତକାଲି ଭାଲେଣ୍ଟାଇନ୍ ଡେ ଅବସରରେ ସେ ନିଜ ପାର୍ଟନରଙ୍କୁ ପ୍ରୋପୋଜ କରିଥିଲେ। ଆଉ ଜୋଡି ଏହାକୁ ସ୍ୱୀକାର କରିଥିବା ସେ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି। ୬୦ ବର୍ଷୀୟ ଆଲବାନିଜ୍ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଦ ଲଜ୍ ର ବାଲକୋନୀରେ ୪୫ ବର୍ଷୀୟା ଜୋଡିଙ୍କୁ ପ୍ରପୋଜ୍ କରିଥିଲେ। ପରେ ଦୁହେଁ ଏକ ଇଟାଲୀୟ ରେଷ୍ଟୁରାଣ୍ଟରେ ରୋମାଣ୍ଟିକ ଡିନର କରିବାକୁ ଯାଇଥିଲେ।

Advertisment

ଆଲବାନିଜ୍ ପ୍ରଥମ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଯିଏ ପଦରେ ରହି ନିର୍ବନ୍ଧ କରିଛନ୍ତି। ୨୦୨୦ ମସିହାରେ ମେଲବୋର୍ଣ୍ଣରେ ଏକ ବିଜିନେସ୍ ଡିନର ଅବସରରେ ଆଲବାନିଜ୍, ଜୋଡିଙ୍କୁ ଭେଟିଥିଲେ। ଆରମ୍ଭରେ ଦୁହେଁ ନିଜ ସମ୍ପର୍କକୁ ଗୁପ୍ତ ରଖିଥିଲେ। ତେବେ ୨୦୨୨ ମସିହାରେ ଆଲବାନିଜ୍‌ଙ୍କୁ ନିର୍ବାଚନୀ ଅଭିଯାନରେ ଜୋଡିଙ୍କୁ ଖୋଲାଖୋଲି ଦେଖିବାକୁ ମିଳିଥିଲା। ଆଲବାନିଜ୍ ପ୍ରଧାନମନ୍ତ୍ରୀ ହେବା ପରେ ହେଡେନ ତାଙ୍କର ପ୍ରାୟ ସରକାରୀ ଗସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହୁଥିଲେ ।

Advertisment
Australia PM Engagement Ceremony
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ