Advertisment

ବାଲୋଚିସ୍ତାନ ଲିବରେସନ ଆର୍ମି ପକ୍ଷରୁ ରକେଟ୍ ମାଡ଼

ବାଲୋଚିସ୍ତାନରେ ଚୀନର ନିବେଶକୁ ବିରୋଧ କରି ହମଲା । ପାକିସ୍ତାନର ଦ୍ୱିତୀୟ ସବୁଠୁ ବଡ଼ ଏୟାରବେସରେ ହମଲା ।

ଅଦ୍ୟତନ ହୋଇଛି
Pakistan Airbase Attack

Pakistan Airbase Attack

Advertisment

ପାକିସ୍ତାନର ଏୟାରବେସରେ ଜୋରଦାର ହମଲା । ଏଥିରେ ୬ଜଣଙ୍କର ମୃତ୍ୟୁ ହୋଇଛି । ବାଲୋଚିସ୍ତାନ ଲିବରେସନ ଆର୍ମି ପକ୍ଷରୁ ରେକଟ ମାଡ଼ ସହ ଲଗାତାର ଫାୟାରିଂ କରାଯାଇଛି । ବାଲୁଚିସ୍ତାନରେ ଚୀନର ନିବେଶକୁ ବିରୋଧ କରି ପାକିସ୍ତାନର ଦ୍ୱିତୀୟ ସବୁଠୁ ବଡ଼ ଏୟାରବେସରେ ହମଲା କରାଯାଇଛି ।

Advertisment

ଏୟାରବେସରେ ଚୀନର ଡ୍ରୋନ ଥିବା ଜାଣିବା ପରେ ଲିବରେସନ ଆର୍ମି ପକ୍ଷରୁ ହମଲା କରାଯାଇଥିଲା । ଏଭଳି ଆକ୍ରମଣ ପରେ ପାକିସ୍ତାନର ଟରବାଟ ପ୍ରଶାସନ ପକ୍ଷରୁ ପୂରା ଅଞ୍ଚଳରେ ଆପାତ୍ତକାଳ ଘୋଷଣା କରାଯାଇଛି । ଗତବର୍ଷ ମଧ୍ୟ ଲିବରେସନ ଆର୍ମି ପକ୍ଷରୁ ଆକ୍ରମଣ ହୋଇଥିବା ବେଳେ ଚଳିତ ବର୍ଷ ଏହା ଦ୍ୱିତୀୟ ଆକ୍ରମଣ । ଏୟାରବେସରେ କିଛି ଆତଙ୍କବାଦୀ ପଶିବାକୁ ଚେଷ୍ଟା କରୁଥିବା ବେଳେ ସେନା ପକ୍ଷରୁ ସେମାନଙ୍କୁ ଅଟକାଯାଇଛି ବୋଲି ପାକିସ୍ତାନ କହିଛି ।

ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ଯେ ସୋମବାର ରାତିରେ ଆତଙ୍କବାଦୀମାନେ ତୁର୍ବତ ଅନ୍ତର୍ଜାତୀୟ ବିମାନବନ୍ଦର (ଟିୟୁକେ) ଏବଂ ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ନୌସେନା ଏୟାର ଷ୍ଟେସନ ପିଏନଏସ ସିଦ୍ଦିକ ଉପରେ ଆକ୍ରମଣ କରିଥିଲେ। ଉଭୟ ସ୍ଥାନରେ ପ୍ରବଳ ଗୁଳି ବିନିମୟ ହୋଇଥଲା। ବାଲୁଚିସ୍ତାନ ପୋଷ୍ଟର ସମ୍ବାଦ ଏଜେନ୍ସି କହିଛି ଯେ ତୁର୍ବାତରେ ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ନୌସେନା ଏୟାର ଷ୍ଟେସନ ପିଏନଏସ ସିଦ୍ଦିକ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଅଞ୍ଚଳରେ ଅନେକ ବିସ୍ଫୋରଣ ହୋଇଥିବା ମଧ୍ୟ ସୂଚନା ମିଳିଛି।

Advertisment

ଆତଙ୍କବାଦୀ ଆକ୍ରମଣ ପରେ ସ୍ୱାସ୍ଥ୍ୟ ଅଧିକାରୀମାନେ ତୁର୍ବାତ ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ଏବଂ ସମସ୍ତ ଡାକ୍ତରଙ୍କୁ ତୁରନ୍ତ ଡ୍ୟୁଟି ପାଇଁ ରିପୋର୍ଟ କରିବାକୁ କୁହାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିଷିଦ୍ଧ ବାଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍ଏ) ର ମାଜିଦ୍ ବ୍ରିଗେଡ୍ ତୁର୍ବାତରେ ନୌସେନା ଏୟାରବେସ୍ ଉପରେ ହୋଇଥିବା ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି। ମାଜିଦ୍ ବ୍ରିଗେଡ୍ ପକ୍ଷରୁ ବାଲୁଚିସ୍ତାନ ପ୍ରଦେଶରେ ଚୀନର ପୁଞ୍ଜି ବିନିଯୋଗକୁ ବିରୋଧ କରାଯାଉଛି। ଏହି ସଂଗଠନ ଅଭିଯୋଗ କରିଛି ଯେ ଚୀନ୍ ଏବଂ ପାକିସ୍ଥାନ ଏହି ଅଞ୍ଚଳର ସମ୍ବଳର ଅପବ୍ୟବହାର କରୁଛନ୍ତି।

Advertisment

ବିଏଲ୍ଏ ଦାବି କରିଛି ଏହାର ଅନେକ ଯୋଦ୍ଧା ଏୟାରବେସରେ ପ୍ରବେଶ କରିଛନ୍ତି। ଏହି ଏୟାରବେସରେ ଚାଇନାର ଡ୍ରୋନ୍ ମଧ୍ୟ ନିୟୋଜିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ