Bangladesh Train Fire
ବାଂଲାଦେଶରେ ସାଧାରଣ ନିର୍ବାଚନ ଦିନକ ପୂର୍ବରୁ ଭୟଙ୍କର କାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ଟ୍ରେନ୍। ଏଥିରେ ଅତିକମରେ ୪ ଜଣଙ୍କ ଜୀବନ ଯାଇଛି ଏବଂ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଢାକା ଯାଉଥିବା ଏହି ବେନାପୋଲ ଏକ୍ସପ୍ରେସରେ ବହୁ ଭାରତୀୟ ମଧ୍ୟ ଯାତ୍ରା କରୁଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ସୟେଦାବାଦର ଗୋଲାପବାଗରେ ଏହି ଅଗ୍ନିକାଣ୍ଡ ଘଟିଛି। ଟ୍ରେନଟି ଜେସୋରରୁ ଢାକା ଯାଉଥିଲା । ଏହାର ଅତିକମରେ ୪ଟି ବଗି ସଂପୂର୍ଣ୍ଣ ଭାବେ ଜଳିଯାଇଛି। ତେବେ ସବୁଠୁ ଚାଞ୍ଚଲ୍ୟକର କଥା ହେଉଛି, ଏହା କୌଣସି ଦୁର୍ଘଟଣା ନୁହେଁ, ବରଂ ଟ୍ରେନରେ ଉଦ୍ଦେଶ୍ୟମୂଳକ ଭାବେ ନିଆଁ ଲଗାଯାଇଥିବା ଆଶଙ୍କା କରୁଛି ପୋଲିସ ।
ଟ୍ରେନରୁ ୪ଟି ମୃତଦେହ ଉଦ୍ଧାର କରାଯାଇଛି ବୋଲି ପୋଲିସ କମାଣ୍ଡର ଖଣ୍ଡକେର ଅଲ ମୋଇନ୍ ସୂଚନା ଦେଇଛନ୍ତି। ଢାକାର ଗୋପୀବାଗ ଅଞ୍ଚଳରେ ଟ୍ରେନରେ ନିଆଁ ଲାଗିଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।
ଆଗକୁ ବାଂଲାଦେଶରେ ସାଧାରଣ ନିର୍ବାଚନ ଥିବା ବେଳେ, ଏହା ପ୍ରାକ୍-ନିର୍ବାଚନୀ ହିଂସାକାଣ୍ଡ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି । ଆସନ୍ତାକାଲି ବାଂଲାଦେଶରେ ସାଧାରଣ ନିର୍ବାଚନ ପାଇଁ ଭୋଟିଂ ହେବାକୁ ଥିବା ବେଳେ, ଏହାକୁ ବୟକଟ କରିଛି ସେଠାକାର ପ୍ରମୁଖ ବିରୋଧୀ ଦଳ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704522441.jpg)