Advertisment

ଭୟଙ୍କର ଟର୍ଣ୍ଣାଡୋରେ ଛିନଭିନ୍ ‌ଆମେରିକାର କେଣ୍ଟୁକି ! ପ୍ରବଳ ଜୋରରେ ପବନ ବହିବାରୁ ଧ୍ୱଂସସ୍ତୁପରେ ପରିଣତ ହୋଇଛି ମେ-ଫିଲ୍ଡ ଟାଉନ

ଆମେରିକାର କେଣ୍ଟୁକିରେ ଭୟଙ୍କର ଟର୍ଣ୍ଣାଡ଼ୋ । ଏଥିରେ ପ୍ରାୟ ୭୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
 tornadoes

tornadoes

Advertisment

କେଣ୍ଟୁକି : ଭୟଙ୍କର ଟର୍ଣ୍ଣାଡ଼ୋରେ ଖିନଭିନ୍ ‌ଆମେରିକାର କେଣ୍ଟୁକି । ଆମେରିକାର ଦକ୍ଷିଣ ଓ ମଧ୍ୟପଶ୍ଚିମରେ ଟର୍ଣ୍ଣାଡ଼ୋରେ ୪ ଟି ରାଜ୍ୟ କେଣ୍ଟୁକି, ଇଲିନୋଇସ୍, ମିସୌରି ଓ ଆର୍କାନ୍ସାସ୍ କ୍ଷତିଗ୍ରସ୍ତ ହୋଇଛି । ଏଥିରେ ମୃତ୍ୟୁସଂଖ୍ୟା ୭୦ ଛୁଇଁଥିବା ବେଳେ ଶତାଧିକ ଗୁରୁତର ଆହତ ହୋଇଛନ୍ତି । ଏଣୁ ମୃତ୍ୟୃସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ମେ-ଫିଲ୍ଡ ସହର ଧ୍ୱଂସସ୍ତୁପରେ ପରିଣତ ହେବା ସହ ଶହ ଶହ ଘର ନିଶ୍ଚିହ୍ନ ହୋଇଯାଇଛି । ବହୁ ବଡ଼ ବଡ଼ କୋଠା ବି ଧରାଶାୟୀ ହୋଇଛି । ବହୁ ପୁରୁଣା ଓ ଐତିହ୍ୟ ସଂପନ୍ନ କୋଠା ମାଟିରେ ମିଶିଯାଇଛି । ଆକାଶ ମାର୍ଗରୁ ମେ ଫିଲ୍ଡ ସହର ଦେଖାୟାଉଚି ମରୁଭୂମି । ମେଫିଲ୍ଡର ଏକ ମହମବତୀ ଫ୍ୟାକ୍ଟ୍ରିରେ କର୍ମଚାରୀମାନେ କାର୍ଯ୍ୟରତ ଥିବା ବେଳେ, ସେମାନଙ୍କ ଉପରେ କୋଠା ଭୁଶୁଡ଼ି ପଡ଼ିଛି ।

Advertisment

ସକାଳ ୩ଟା ଯାଏ କାରଖାନାର ଧ୍ୱଂସସ୍ତୁପରୁ ଲୋକଙ୍କୁ ଉଦ୍ଧାର କରାଯାଇ ପାରିନାହିଁ । ସେହିପରି ଇଲିନଇସର ଆମାଜନ୍ ଫ୍ୟାସିଲିଟିରେ ଟର୍ଣ୍ଣାଡ଼ୋର ତାଣ୍ଡବ ଦେଖିବାକୁ ମିଳିଛି । ଝଡ଼ବାତ୍ୟାରେ ଏକର ଏକର ଜମିରେ ଛିଡ଼ା ହୋଇଥିବା ଆମାଜନ ଫ୍ୟାସିଲିଟି ଭାଙ୍ଗିରୁଜି ଛାରଖାର ହୋଇଛି । କେଣ୍ଟୁକି ଇତିହାସରେ ଏହା ସବୁଠାରୁ ବଡ଼ ଓ ଖତରନାକ ଟର୍ଣ୍ଣାଡ଼ୋ ବୋଲି କେଣ୍ଟୁକି ଗଭର୍ଣ୍ଣର ଆଣ୍ଡି ବେସର କହିଛନ୍ତି । ବାସହରାଙ୍କୁ ପାଣି ଓ ଖାଦ୍ୟ ଯୋଗାଇ ଦିଆଯାଉଛି। ଏଥିସହ ରାଜ୍ୟରେ ରାତାରାତି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ଗଭର୍ଣ୍ଣର ।

ସେଠାକାର ପାଣିପାଗ ବିଭାଗର ସୂଚନାନୁସାରେ, ପାଞ୍ଜଟି ରାଜ୍ୟ ଆର୍କସସ, ଇଲିନୋଇସ, କେଣ୍ଟୁକି, ମିସୌରୀ ଏବଂ ଟେନେସିରେ ଅତି କମ୍‌ରେ ୨୪ଟି ଘୂର୍ଣ୍ଣିଝଡ ହେବା ସମ୍ଭାବନା ରହିଛି। ଏବେ କେଣ୍ଟୁକିରେ ମୃତ୍ୟୁସଂଖ୍ୟା ୭୦ ହୋଇଥିବାବେଳେ ରାତି ସୁଦ୍ଧା ୧୦୦ରେ ପହଞ୍ଚିଯିବ ବୋଲି ସେ ଆଶଙ୍କା କରିଛନ୍ତି । କେଣ୍ଟୁକିର ଚର୍ଚ୍ଚ, କୋର୍ଟ ବିଲ୍ଡିଂ ସବୁ ଧ୍ୱଂସ ହୋଇଯାଇଛି । ଝଡ଼ବାତ୍ୟାରେ ବିଦ୍ୟୁତ ସରବରାହ ମଧ୍ୟ ବାଧାପ୍ରାପ୍ତ ହୋଇଛି କେଣ୍ଟୁକିରେ ତାଣ୍ଡବ ରଚିଥିବା ଟର୍ଣ୍ଣାଡ଼ୋର ବେଗ ଘଣ୍ଟାପ୍ରତି ୨୨୭ ମାଇଲ୍ ଥିଲା ବୋଲି କୁହାଯାଉଛି ।

Advertisment
Tornadoes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ