ୟୁକ୍ରେନ୍‌ ଓ ଋଷିଆ ମଧ୍ୟରେ ମହାଯୁଦ୍ଧ : ଭିତରେ ପେଶି ହେଉଛି ଭୋଡ୍‌କା

ଋଷିଆକୁ ଆର୍ଥିକ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡାର ଅନେକ ରାଜ୍ୟ ଋଷିଆ ନିର୍ମିତ ଭୋଡକା(ପ୍ରଖ୍ୟାତ ରୁଷୀୟ ମଦ)କୁ ବୟକଟ୍ କରିବା ଆରମ୍ଭ କରିଛନ୍ତି ।

ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଭୋଡକାକୁ ମୂଲ୍ୟ ଦେବାକୁ ପଡ଼ୁଛି

ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଭୋଡକାକୁ ମୂଲ୍ୟ ଦେବାକୁ ପଡ଼ୁଛି । ଋଷିଆକୁ ଆର୍ଥିକ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡାର ଅନେକ ରାଜ୍ୟ ଋଷିଆ ନିର୍ମିତ ଭୋଡକା(ପ୍ରଖ୍ୟାତ ରୁଷୀୟ ମଦ)କୁ ବୟକଟ୍ କରିବା ଆରମ୍ଭ କରିଛନ୍ତି । ଋଷିଆ ଭୋଡକାର Quality ସାରା ବିଶ୍ୱକୁ ଶୁଣା । ଦୁଇ ଦେଶ ଯୁଦ୍ଧ ମଧ୍ୟରେ ରୁଷୀୟ ମଦ ଭୋଡକାକୁ ଶତ୍ରୁ କରିଦେଇଛି ଆମେରିକା ।

ରାଷ୍ଟ୍ରାୟତ୍ତ ମଦ ଦୋକାନରେ ଋଷିଆ ନିର୍ମିତ ତଥା ଭୋଡକା ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଛନ୍ତି ଆମେରିକାର ନ୍ୟୁ ହାମ୍ପସାୟରରେ ରାଜ୍ୟପାଳ କ୍ରିସ୍ ସୁନନୁ । ଶନିବାର ଦିନ ଏହି ଘୋଷଣା ହୋଇଛି । ଓହିଓରେ ମଧ୍ୟ ରୁଷୀୟ ମଦ ବ୍ୟାନ୍ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶି ଦେଇଛନ୍ତି । ତୁରନ୍ତ ଭୋଡକାକୁ କାଉଣ୍ଟରରୁ ହଟାଇବାକୁ ଦୋକାନୀମାନଙ୍କୁ କୁହାଯାଇଛି ।

କାନାଡା ମଧ୍ୟ ଭୋକା ମାଧ୍ୟମରେ ପୁଟିନ୍ ସରକାରଙ୍କୁ ଆର୍ଥିକ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି । ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି କାନାଡା ଭୋଡକା ଏବଂ ଋଷୀୟ ପାନୀୟ ଉପରେ ନିଷେଧାଦେଶ ଜାରି କରିଛି । କାନାଡାର ଦୋକାନୀମାନେ ଋଷୀୟ ନିର୍ମିତ ବ୍ରାଣ୍ଡ ବିକ୍ରୟ କରିବା ଉଚିତ୍ ନୁହେଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ମୈନିଟୋବା ଏବଂ ନ୍ୟୁଫାଉଣ୍ଡଲାଣ୍ଡରେ ରୁଷିଆ ଭୋଡକା ବ୍ୟାନ୍

ରଏଟର୍ସ ରିପୋର୍ଟ ଅନୁସାରେ ମୈନିଟୋବା ଏବଂ ନ୍ୟୁଫାଉଣ୍ଡଲାଣ୍ଡରେ ଥିବା ମଦ ଦୋକାନଗୁଡ଼ିକରୁ ରୁଷୀୟ ସ୍ପିରିଟକୁ ହଟାଇ ଦିଆଯାଉଛି । ସେପଟେ କାନାଡାର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପ୍ରଦେଶ ମଧ୍ୟ ରୁଷର ସମସ୍ତ ଉତ୍ପାଦ ପ୍ରତ୍ୟାହାର କରିବାକୁ ଲିକୋର କଣ୍ଟ୍ରୋଲ ବୋର୍ଡକୁ ନିର୍ଦ୍ଦେଶ ଦେଇଛି ।

ସେପଟେ ପୁଟିନ୍‌ଙ୍କ ଉପରେ ଆରମ୍ଭ ହୋଇଯାଇଛି ଡିଜିଟାଲ ଆଟାକ୍ । YouTube) ୟୁଟ୍ୟୁବ ପରେ (Google) ଗୁଗୁଲ ବନ୍ଦ ଗତକାଲି ମନିଟାଇଜେସନ୍‌ ବନ୍ଦ କରିଛି । ଋଷିଆର ସରକାରୀ ମିଡିଆ ସଂଗଠନ ଆରଟିଓ (RT), ଅନ୍ୟାନ୍ୟ ଚ୍ୟାନେଲ, ୱେବସାଇଟ୍ ଏବଂ ଆପରେ ଭିଡିଓରେ ବିଜ୍ଞାପନରୁ ଆସୁଥିବା ଟଙ୍କାକୁ ବ୍ଲକ୍‌ କରିଦିଆଯାଇଛି । ୟୁକ୍ରେନ ଉପରେ ଆକ୍ରମଣ ପରେ ଫେସବୁକ ମଧ୍ୟ ଋଷିଆର ସରକାରୀ ଗଣମାଧ୍ୟମ ଉପରେ ସମାନ ପ୍ରତିବନ୍ଧକ ଲଗାଇଛି । ୟୁଟ୍ୟୁବ ଘୋଷଣା ପୂର୍ବରୁ ଫେସବୁକର ମାଲିକ କମ୍ପାନୀ ମେଟା (Meta) ଋଷିଆର ସରକାରୀ ଗଣମାଧ୍ୟମକୁ ଡିମୋନିଟାଇଜ୍‌ (Demonetize) କରିଥିଲା ।