Asim Munir
'ଅପରେସନ ସିନ୍ଦୂର' ବେଳେ ପାକିସ୍ତାନ ସେନା ମୁଖ୍ୟ ଭୟରେ ବଙ୍କର ଭିତରେ ଆତ୍ମଗୋପନ କରିଥିଲେ ବୋଲି ବଡ଼ ଖୁଲାସା କରିଛନ୍ତି ଭାରତୀୟ ସେନା ବାହିନୀର ରିଟାୟର୍ଡ ଲେଫ୍ଟନାଣ୍ଟ ଜେନେରାଲ କନୱାଲ ଜିତ୍ ସିଂ ଢିଲୋନ । ଏକ ଇଣ୍ଟରଭ୍ୟୁରେ ମିଛୁଆ ପାକିସ୍ତାନର ପୋଲ୍ ଖୋଲିଛନ୍ତି ସେ।
ରିଟାୟର୍ଡ ଲେଫ୍ଟନାଣ୍ଟ ଜେନେରାଲ କହିଛନ୍ତି, ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର୍ ଏକମାତ୍ର ସେନା ମୁଖ୍ୟ ଯିଏକି ସାମରିକ ଅପରେସନ ବେଳେ ବଙ୍କରରେ ଲୁଚିଥିଲେ ଓ ଦେଶବାସୀଙ୍କୁ ଆକ୍ରୋଶରୁ ବଞ୍ଚିବାକୁ ନିଜକୁ ସେନା ମୁଖ୍ୟରୁ ଫିଲ୍ଡ ମାର୍ଶଲକୁ ପଦୋନ୍ନତି ଦେଇଥିଲେ ।
ସେହିପରି ପାକିସ୍ତାନ ସେନା ଦୁନିଆର ଏକମାତ୍ର ସେନା ଯିଏ ଆଜି ଯାଏ କୌଣସି ଯୁଦ୍ଧ ଜିତିନି । ଏହାସହ ପାକିସ୍ତାନ ସେନା ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ସବୁଠୁ ବଡ଼ ସୈନ୍ୟ ଆତ୍ମସମର୍ପଣ କରିବାରେ ମଧ୍ୟ ଦୁନିଆରେ କେବଳ ଏକମାତ୍ର ସେନା ବାହିନୀ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ପାକିସ୍ତାନ ସେନାର ୯୩ ହଜାର ସୈନ୍ୟ ଆତ୍ମସମର୍ପଣ କରିଥିଲେ ।
ମେ' ୧୦ରେ ଭାରତ ପାକିସ୍ତାନର ୧୧ଟି ଏୟାରବେସକୁ ମିସାଇଲରେ ଉଡାଇ ଦେଇଥିଲା । ପାକିସ୍ତାନ ସୀମାରେ ପଶି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା । ହେଲେ ପାକିସ୍ତାନର ଦୁର୍ବଳ ଏୟାର ଡିଫେନ୍ସ ସିଷ୍ଟମ ଗୋଟିଏ ହେଲେ ବି ମିସାଇଲକୁ ରୋକିପାରି ନଥିଲା । ଆଉ ପହଲଗାମ୍ ନରସଂହାରର ପ୍ରତିଶୋଧ ନେଇଥିଲା ଭାରତ ।
ଏହାପରେ ଦୁଇ ଦେଶ ଭିତରେ ଯୁଦ୍ଧବିରତି ଘୋଷଣା ହୋଇଥିଲା । ଯୁଦ୍ଧବିରତି ପାଇଁ ଭାରତକୁ ଭିକ ମାଗିଥିଲା ପାକିସ୍ତାନ ବୋଲି କହିଛନ୍ତି ଢିଲୋନ । ମେ' ୧୦ରେ ପାକିସ୍ତାନ DGMO ଫୋନ କରି ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲେ । ତେଣୁ ଏହି ଯୁଦ୍ଧରେ ଭାରତର ବିଜୟ ହୋଇଥିବା ପୂର୍ବତନ ଲେଫ୍ଟନାଣ୍ଟ ଜେନେରାଲ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Asim_Munir_1758026545.jpg)