Advertisment

ଗୋଟିଏ ହାତରେ ଆଙ୍କିଦେଲେ ୫ ସୁପରହିରୋଙ୍କ ଚିତ୍ର

ରିୟଲ ଚିତ୍ର ସେଦିନର ରିଲ୍‌ ଠାରୁ ବି ଅଧିକ କଷ୍ଟକର, ଯାହା ୟୁଜର୍ସଙ୍କୁ ଆକୃଷ୍ଟ କରିଛି।

ଅଦ୍ୟତନ ହୋଇଛି
5 pencil sketches at once.

5 pencil sketches at once.

Advertisment

ଚିତ୍ର ଆଙ୍କିବା ଏତେ କଷ୍ଟକର ନୁହେଁ ବୋଲି କେହି କେହି ଭାବନ୍ତି। ବହିରେ ଚିତ୍ର ଆଙ୍କିବା ସହଜ ବୋଲି କେତେକ ଧରିନିଅନ୍ତି। ଏହା ବୋଧହୁଏ ସେମାନଙ୍କ ଭ୍ରାନ୍ତ ଧାରଣା। ଜଣେ ଚିତ୍ରକାର ଏକାବେଳକେ ଆଙ୍କିଦେଲେ ୫ ସୁପରହିରୋଙ୍କ ଚିତ୍ର। ତେବେ ଚିତ୍ର ଆଙ୍କିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେଥିରେ ଗୋଟିଏ ହାତରେ ଏକାସମୟରେ ପାଞ୍ଚ ପାଞ୍ଚଟା ହିରୋଙ୍କ ଚିତ୍ର ଆଙ୍କିବା କଣ ଏତେ ସହଜ?

Advertisment

ମଣିଷର ୫ଟି ହାତ ନଥାଏ, ତଥାପି ଗୋଟିଏ ହାତରେ ୫ ପ୍ରକାରର କାର୍ଯ୍ୟ କରିବାକୁ ସକ୍ଷମ। ହେଇଟି ତଳେ ଦିଆଯାଇଥିବା ଭିଡିଓକୁ ଦେଖନ୍ତୁ- ଜଣେ ପେଣ୍ଟର ଗୋଟିଏ ହାତରେ ସ୍କେଚ୍‌ରେ ୫ ସୁପର ହିରୋଙ୍କ ଚିତ୍ର କରିଛନ୍ତି।  ଚିତ୍ର ଆଙ୍କୁଥିବା ବେଳର ଭିଡିଓକୁ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ଆପଣ ଏହି ଟ୍ୱିଟ୍‌ କରାଯାଇଥିବା ଭିଡିଓକୁ ଦେଖିବେ, ସତରେ ଆଶ୍ଚର୍ଯ୍ୟ ନିଶ୍ଚିତ ଲାଗିବ।  ଗୋଟିଏ ହାତରେ ଗୋଟିଏ ରଡ୍ ଧରି ୫ଟି କାଗଜ ଉପରେ ୫ ଚିତ୍ର ଆଙ୍କୁଛନ୍ତି। 

Advertisment

ଆପଣ ନିଶ୍ଚିତ ଥ୍ରୀ-ଇଡିଅଟ୍ସ ପିଲ୍ମ ଦେଖିଥିବେ। ସେଥିରେ କଲେଜ ପ୍ରିନ୍ସିପାଲ ବୀରୁ ସହସ୍ରବୁଦ୍ଧେ(ଭାଇରସ୍) ଚରିତ୍ର ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିଥିଲା। ତେବେ ବୀରୁ ସହସ୍ରବୁଦ୍ଧେ ଏକାବେଳକେ ଦୁଇଟି ହାତରେ ଦୁଇଟି କାଗଜରେ ଏକାସମୟରେ ଲେଖୁଥିଲେ। ଏହି ଭିଡିଓ ସେତେବେଳେ ଚର୍ଚ୍ଚା ବିଷୟ ହୋଇଥିଲା। ଏହା କଣ ସମ୍ଭବ ବୋଲି  ପ୍ରଶ୍ନ କରିଥିଲେ ଦର୍ଶକ। ତେବେ ରିୟଲ ଚିତ୍ର ସେଦିନର ରିଲ୍‌ ଠାରୁ ବି ଅଧିକ କଷ୍ଟକର, ଯାହା ୟୁଜର୍ସଙ୍କୁ ଆକୃଷ୍ଟ କରିଛି। 

ଗତ ମେ ୨୧ରେ ଟ୍ୱିଟର୍‌ରେ ପୋଷ୍ଟ ଏହି  ୨୬ ସେକେଣ୍ଡର ଭିଡିଓରେ ୫ ଜଣ ସୁପର ହିରୋଙ୍କ ଚିତ୍ର ଆଙ୍କୁଛନ୍ତି। ସୁପରମ୍ୟାନ୍, ବ୍ୟାଟମ୍ୟାନ୍, ୱଣ୍ଡର ୱିମ୍ୟାନ୍, ଆକ୍ୱାମ୍ୟାନ୍ । ଏହି ଭିଡିଓରେ ୯.୨୭ଲକ୍ଷ ଭ୍ୟୁଜ୍‌ ହୋଇଥିବାବେଳେ ୩୨୭୬ ରିଟ୍ୱିଟ୍‌ ହୋଇଛି। ଗତ ବର୍ଷ ନଭେମ୍ବରରେ ଅଷ୍ଟ୍ରେଲିୟ ଚିତ୍ରକର ଯୋସିହା ଆଲାନ ବୃକ୍ସ ଏକାବେଳରେ ୨୧ଟି ସ୍କେଚ ତଥା ଚିତ୍ର ଆଙ୍କିଥିଲେ। ସେହିପରି ଜାନୁଆରୀରେ ଗୋଡ଼ରେ ଏକାବେଳକେ ୬ଟି ପୋଟ୍ରଏଟ୍ କରିଥିଲେ। 

Advertisment
Viral Video Sketch Simultaneous Sketch
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ