Advertisment

ଯୁଦ୍ଧଗ୍ରସ୍ତ ଦେଶ ୟୁକ୍ରେନରେ ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ

ୟୁକ୍ରେନ୍‌ରେ ଜଣେ ଆମେରିକୀୟ ଫିଲ୍ମ ନିର୍ମାତା ତଥା ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ଅଦ୍ୟତନ ହୋଇଛି
American Journalist Shot Dead

American Journalist Shot Dead

Advertisment

ୟୁକ୍ରେନରେ ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ । ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ଅଭିଜ୍ଞ ସାମ୍ବାଦିକ ତଥା ଫିଲ୍ମ ମେକର୍ ବ୍ରେଣ୍ଟ୍ ରିନୋଡ । ଗୁଳିମାଡ଼ରେ ଆଉ ଜଣେ ଆମେରିକୀୟ ସାମ୍ବାଦିକ ଏବଂ ଜଣେ ୟୁକ୍ରେନୀୟ ନାଗରିକ ମଧ୍ୟ ଆହତ ହୋଇଛନ୍ତି । ୟୁକ୍ରେନ୍ ରାଜଧାନୀ କିଭ୍ ନିକଟବର୍ତ୍ତୀ ଇରପିନରେ ବ୍ରେଣ୍ଟ୍ ରିନୋଡଙ୍କ କାର୍ ଉପରକୁ ଗୁଳିମାଡ଼ ହୋଇଥିଲା ।

Advertisment

ଋଷୀୟ ସୈନ୍ୟଙ୍କ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିବା ୟୁକ୍ରେନ୍ ଅଭିଯୋଗ କରିଥିବା ବେଳେ ପ୍ରକୃତରେ ଘଟଣାସ୍ଥଳରେ କଣ ହୋଇଥିଲା ତାହା ଏବେବି ଅସ୍ପଷ୍ଟ ରହିଛି । ୫୦ ବର୍ଷୀୟ ବ୍ରେଣ୍ଟଙ୍କ ପାଖରୁ ନିୟୁୟର୍କ ଟାଇମ୍ସର ଏକ ପ୍ରେସ୍ ପରିଚୟ ପତ୍ର ମିଳିଥିବା ବେଳେ ତାଙ୍କୁ ସଂସ୍ଥା ପକ୍ଷରୁ ୟୁକ୍ରେନ୍ ପଠାଯାଇନଥିଲା । ସେ ସଂସ୍ଥା ସହ ୨୦୧୫ ଯାଏଁ ସହ ଜଡ଼ିତ ଥିଲେ ବୋଲି ନିୟୁୟର୍କ ଟାଇମ୍ସ ଟୁଇଟ୍ କରିଛି ।

ତେବେ ବ୍ରେଣ୍ଟଙ୍କ ମୃତ୍ୟୁ ପରେ ‘ଦି ନ୍ୟୁୟର୍କ ଟାଇମ୍ସ’ପକ୍ଷରୁ ଏକ ବିବୃତି ଜାରି କରାଯାଇଛି । ବ୍ରେଣ୍ଟ ରିନୋଡଙ୍କ ମୃତ୍ୟୁରେ ଆମେ ଦୁଃଖିତ। ସେ ଜଣେ ଦକ୍ଷ ଫିଲ୍ମ ନିର୍ମାତା ଥିଲେ । ‘ଦି ନ୍ୟୁୟର୍କ ଟାଇମ୍ସ’ପାଇଁ ଲେଖାଲେଖି ମଧ୍ୟ କରୁଥିଲେ। ବହୁ ବର୍ଷ ଧରି ସେ ଆମ ସହିତ ଜଡ଼ିତ ଥିଲେ । ଆମେ ତାଙ୍କୁ କୌଣସି ଦାୟିତ୍ୱ ଦେଇ ୟୁକ୍ରେନ୍ ପଠାଇ ନଥିଲୁ ।

Advertisment
Russia Ukraine Crisis Ukraine Russia War American Journalist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ