Advertisment

କାଲି ଥିଲେ ଡେଲିଭରି ବୟ, ଆଜି ହେଲେ କୋଟିପତି: ପାଖରେ ୨ କୋଟିର କାର୍‌, ୪ କୋଟିର ଆପାର୍ଟମେଣ୍ଟ୍‌

ବର୍ଷ ବର୍ଷ ଧରି ଡେଲିଭରି ବୟ ଜଣକ ପରିଶ୍ରମ କରି ପାଖାପାଖି ୬୬ ହଜାର ଟଙ୍କା ସଞ୍ଚୟ କରିଥିଲେ। ତେବେ ବଡ଼ ରିସ୍କ ଉଠାଇ ଏହି ଟଙ୍କାକୁ ସେ କ୍ରିପ୍ଟୋକରେନ୍ସିରେ ନିବେଶ କରିଥିଲେ। ଆଉ ଏବେ ୨୮ ବର୍ଷ ବୟସରେ ସେ କୋଟିପତି ହୋଇଯାଇଛନ୍ତି।

ଅଦ୍ୟତନ ହୋଇଛି
Amazon Delivery Boy Now Becomes Millionaire

Amazon Delivery Boy Now Becomes Millionaire

Advertisment

କଥାରେ ଅଛି, ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦେଇଥାନ୍ତି। ଆଉ ରାତାରାତି ବଦଳିଯାଏ ଭାଗ୍ୟ। ଏଭଳି କିଛି ଘଟିଛି ଲଣ୍ଡନର ଜଣେ ଯୁବକଙ୍କ ସହ। ଆମାଜନରେ କାମ କରୁଥିବା ଜଣେ ଡେଲିଭରି ବୟ ଝାଳ ବୁହାଇ ବର୍ଷ ବର୍ଷ ଧରି ଉପାର୍ଜନ କରିଥିବା ଟଙ୍କା ତାଙ୍କୁ ଏବେ କୋଟିପତି କରି ଦେଇଛି। ବର୍ଷ ବର୍ଷ ଧରି ଡେଲିଭରି ବୟ ଜଣକ ପରିଶ୍ରମ କରି ପାଖାପାଖି ୬୬ ହଜାର ଟଙ୍କା ସଞ୍ଚୟ କରିଥିଲେ। ତେବେ ବଡ଼ ରିସ୍କ ଉଠାଇ ଏହି ଟଙ୍କାକୁ ସେ କ୍ରିପ୍ଟୋକରେନ୍ସିରେ ନିବେଶ କରିଥିଲେ। ଆଉ ଏବେ ୨୮ ବର୍ଷ ବୟସରେ ସେ କୋଟିପତି ହୋଇଯାଇଛନ୍ତି। 

Advertisment

ବ୍ରିଟେନର ରାଜଧାନୀ ଲଣ୍ଡନର ୱେଷ୍ଟ୍‌ ଡ୍ରେଟନରେ ରହୁଥିବା କ୍ୟାଫ୍‌ ଭଟ୍ଟୀଙ୍କ କୋଟିପତି ହେବା ପଛରେ ମଧ୍ୟ ରହିଛି ଅନେକ ସଂଘର୍ଷମୟ କାହାଣୀ। ସେ କହିଛନ୍ତି ଯେ, ଯେତେବେଳେ ସେ ସ୍କୁଲ୍‌ରେ ପଢ଼ୁଥିଲେ ସେତେବେଳେ କ୍ଲାସ୍‌ମେଟ୍‌ଙ୍କ ସାମ୍ନାରେ ଶିକ୍ଷକ ତାଙ୍କୁ ଅପମାନ କରୁଥିଲେ। ୨୦୧୭ ମସିହାରେ ଗ୍ରାଜୁଏସନ୍‌ ଶେଷ ହେବାପରେ ସେ ଆମାଜନ୍‌ରେ ଡେଲିଭରି ବୟ ଭାବେ କାମ କରିଥିଲେ। ପ୍ରତ୍ୟେକ ଦିନ ପାଖାପାଖି ୧୪ ଘଣ୍ଟା ସେ କାମ କରୁଥିଲେ। ଏନେଇ ସେ ସବୁବେଳେ ମନ ଦୁଃଖରେ ରହୁଥିଲେ। କାରଣ ତାଙ୍କୁ ଲାଗୁଥିଲା ଯେ, ସେ ସବୁବେଳେ ଏମିତି କଷ୍ଟରେ ରହିବେ ଓ ତାଙ୍କ ସ୍ୱପ୍ନ କେବେବି ପୂରଣ ହୋଇପାରିବ ନାହିଁ। ଏହାପରେ ସେ ଏକ ବଡ଼ ରିସ୍କ ଉଠାଇ ଥିଲେ।

ନିଜ ଜୀବନରେ ଉପାର୍ଜନ କରିଥିବା ସମସ୍ତ ସଞ୍ଚୟକୁ କ୍ୟାଫ୍‌ କ୍ରିପ୍ଟୋକରେନ୍ସିରେ ନିବେଶ କରିଥିଲେ। ସେ ‘Verge’ ନାମକ ଏକ କଏନ୍‌ରେ ଏହି ଅର୍ଥ ନିବେଶ କରିଥିଲେ। ଖୁବ୍‌ଶୀଘ୍ର ଏହି କଏନର ମୂଲ୍ୟରେ ଜବରଦସ୍ତ ବୃଦ୍ଧି ହୋଇଥିଲା। ଏହି ନିବେଶରେ ସେ ପାଖାପାଖି ୨୮ ଲକ୍ଷ ଟଙ୍କା ଉପାର୍ଜନ କରିଥିଲେ। ଏହାପରେ ସେ ଆମାଜନ୍‌ରୁ ଚାକିରି ଛାଡ଼ି ଦେଇଥିଲେ। ସେ କହିଛନ୍ତି ଯେ, ‘ମୁଁ କେବେବି ଭାବି ନଥିଲି, ମୁଁ ଏତେ ଟଙ୍କା ରୋଜଗାର କରିପାରିବି ବୋଲି’। 

Advertisment

କ୍ୟାଫ୍‌ ଆହୁରି କହିଛନ୍ତି ଯେ, ଏହା ଏକ ଅଦ୍ଭୁତ ଅନୁଭବ ଥିଲା, ଯେତେବେଳେ ମୁଁ ମୋ ଦକ୍ଷତା ବିଷୟରେ ଜାଣିବାକୁ ପାଇଲି। ଯାହାକି ମୋତେ କ୍ରିପ୍ଟୋ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା ଲାଗି ପ୍ରେରଣା ଦେଇଥିଲା। ମୁଁ ରିସ୍କ ଉଠାଇଥିଲି। ଯାହାର ରେଜଲ୍ଟ ମୋତେ ପରବର୍ତ୍ତୀ ସମୟରେ ମିଳିଥିଲା। ଧୀରେଧୀରେ ମୋ ଇନ୍‌କମ୍‌ ବଢ଼ିବାରେ ଲାଗିଥିଲା। ଆମାଜନ୍‌ରୁ ଚାକିରି ଛାଡ଼ିବାର କିଛି ମାସ ପରେ ପାଖାପାଖି ୫ କୋଟି ଟଙ୍କା କମାଇଥିଲେ ବୋଲି କ୍ୟାଫ୍‌ କହିଛନ୍ତି। ବର୍ଷକ ପରେ ତାଙ୍କର ଏହି ଟଙ୍କା ଦ୍ୱିଗୁଣା ହୋଇଯାଇଥିଲା। 

କୋଟିପତି ହେବାପରେ କ୍ୟାଫ୍‌ ଦୁବାଇକୁ ଶିଫ୍ଟ ହୋଇଯାଇଛନ୍ତି। ଏବେ ତାଙ୍କ ସ୍ୱପ୍ନ ପୂରଣ ହେବାସହ ଅୟସ ଆରାମରେ ସେ ଜୀବନ ବିତାଉଛନ୍ତି। ସେ ଦୁବାଇରେ ୪ କୋଟି ଟଙ୍କାରେ ଆପାର୍ଟମେଣ୍ଟ କିଣିବା ସହ ପାଖାପାଖି ୨ କୋଟି ଟଙ୍କାର Mercedes G Wagon କିଣିଛନ୍ତି। 

Advertisment
Delivery Boy Delivery Boy Millionaire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ