aircraft
ଏକ ଛୋଟ ବିମାନ ହାଇୱେରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆକାଶରେ ଉଡୁଥିବା ବିମାନଟି ଯାନ୍ତ୍ରିକ ତ୍ରୁଟି କାରଣରୁ ହାଇୱେରେ ଖସି ପଡିଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଦୁଇ ଜଣ ମୋଟରଚାଳକ ଗୁରୁତର ଆହତ ହୋଇଥିଲେ।
ଇଟାଲୀର ବ୍ୟସ୍ତବହୁଳ ଏହି ହାଇୱେରେ ଅଚାନକ ଖସିପଡିଥିଲା ବିମାନ । ତାହା ପୁଣି ସଂଧ୍ୟା ୬ଟା ୩୦ରୁ ୭ଟା ଭିତରେ ଘଟିଛି । ଦୁର୍ଘଟଣାଗ୍ରସ୍ତ ଏହି ଛୋଟ ବିମାନଟିର ସଠିକ ମଡେଲ ବା ମାଲିକାନା ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ତଥ୍ୟ ମିଳିପାରିନାହିଁ । ବିମାନଟି ହାଇୱେରେ ଖସି ପଡ଼ିବା ପରେ ନିଆଁ ଲାଗିଯାଇଥିଲା। ଏହା ରାସ୍ତାରେ ଥିବା ଦୁଇଜଣ ମୋଟରଚାଳକଙ୍କୁ ମଧ୍ୟ ଆଘାତ କରିଥିଲା।
ବିମାନରେ ଥିବା ଦୁଇ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ତାଙ୍କର ପରିଚୟ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ।
ଆହତ ହୋଇଥିବା ମୋଟରଚାଳକଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ବିମାନର ଯାନ୍ତ୍ରିକ ତ୍ରୁଟି କିମ୍ୱା ପାଇଲଟ୍ଙ୍କ ଭୁଲ ପାଇଁ ଏହା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।
କେତେକ ରିପୋର୍ଟରେ କୁହାଯାଇଛି ଯେ ବିମାନଟି ଓରିଓ ଆଲ ସେରିଓ ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରୁଥିଲା, କିନ୍ତୁ ହାଇୱେରେ ଖସିପଡ଼ିଥିଲା।
ଦୁର୍ଘଟଣା ପରେ ତୁରନ୍ତ ଅଗ୍ନିଶମ ବାହିନୀ, ପୋଲିସ ଏବଂ ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଇଟାଲୀର ଏଭିଏସନ ଅଥରିଟି ଏବଂ ଅନ୍ୟାନ୍ୟ ସଂସ୍ଥା ଘଟଣାର ତଦନ୍ତ କରୁଛନ୍ତି। ବିମାନର ବ୍ଲାକ ବକ୍ସ ଜବତ କରାଯିବା ସହ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରାଯାଉଛି।
ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିମାନଟି ହାଇୱେରେ ଖସି ନିଆଁ ଲାଗିଯାଇଥିବାର ଦୃଶ୍ୟ ଦେଖାଯାଉଛି।
ହାଇୱେରେ ଦୁର୍ଘଟଣା ହେତୁ ଟ୍ରାଫିକ ବାଧାପ୍ରାପ୍ତ ହୋଇଥିଲା ଏବଂ ରାସ୍ତା କିଛି ସମୟ ପାଇଁ ବନ୍ଦ ରହିଥିଲା। ଏହି ଘଟଣା ଇଟାଲୀରେ ଛୋଟ ବିମାନ ଏବଂ ବିମାନବନ୍ଦର ସୁରକ୍ଷା ନୀତି ଉପରେ ପ୍ରଶ୍ନ ଉଠାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/aircraft_1753448367.jpg)