Advertisment

କାବୁଲ ଏୟାରପୋର୍ଟ ନିକଟରେ ପୁଣି ଏୟାରଷ୍ଟ୍ରାଇକ୍ : ସକାଳୁ ସକାଳୁ ଧୂଆଁ ଧୂଆଁ ହେଲା ସହର

ଆଫଗାନିସ୍ତାନରେ ପୁଣି ଏୟାରଷ୍ଟ୍ରାଇକ୍ । ସକାଳ ପ୍ରାୟ ୬.୪୦ ସମୟରେ କାବୁଲ ବିମାନବନ୍ଦର ନିକଟରେ ରକେଟ ଆକ୍ରମଣ ହୋଇଛି । ପ୍ରାଥମିକ ସୂଚନା ଅନୁଯାୟୀ ଏହି ରକେଟଗୁଡିକ ଏକ ଗାଡିରୁ ଟାର୍ଗେଟ କରାଯାଇଥିଲା। ସମାଚାର ଏଜେନ୍ସି ଏଏଫପି ଅନୁସାରେ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଆକ୍ଟିଭେଟ୍ ହେବାର ଶବ୍ଦ ଶୁଣିଛନ୍ତି କାବୁଲ ବିମାନବନ୍ଦର ନିକଟରେ ରହୁଥିବା ଲୋକେ

ଅଦ୍ୟତନ ହୋଇଛି
afghanistan-crisis

afghanistan-crisis

Advertisment

କାବୁଲ : ଆଫଗାନିସ୍ତାନରେ ପୁଣି ଏୟାରଷ୍ଟ୍ରାଇକ୍ । ସକାଳ ପ୍ରାୟ ୬.୪୦ ସମୟରେ କାବୁଲ ବିମାନବନ୍ଦର ନିକଟରେ ରକେଟ ଆକ୍ରମଣ ହୋଇଛି । ପ୍ରାଥମିକ ସୂଚନା ଅନୁଯାୟୀ ଏହି ରକେଟଗୁଡିକ ଏକ ଗାଡିରୁ ଟାର୍ଗେଟ କରାଯାଇଥିଲା। ସମାଚାର ଏଜେନ୍ସି ଏଏଫପି ଅନୁସାରେ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଆକ୍ଟିଭେଟ୍ ହେବାର ଶବ୍ଦ ଶୁଣିଛନ୍ତି କାବୁଲ ବିମାନବନ୍ଦର ନିକଟରେ ରହୁଥିବା ଲୋକେ। ରକେଟ ମାଡ଼ ପରେ ବିମାନବନ୍ଦର ନିକଟରେ ଧୂଆଁ ଧୂଆଁ ଦେଖିବାକୁ ମିଳିଥିଲା । ଅନେକ ସ୍ଥାନରେ ନିଆଁ ଲାଗିବା ସହ କିଛି ଗାଡ଼ି କ୍ଷତିଗ୍ରସ୍ତ ମଧ୍ୟ ହୋଇଛି । ତେବେ କିଏ ଏୟାରଷ୍ଟ୍ରାଇକ୍ କରିଛି ଏପର୍ଯ୍ୟନ୍ତ ସୂଚନା ମିଳିପାରି ନାହିଁ ।

Advertisment

ଏହାପୂର୍ବରୁ ରବିବାର ଦିନ ଆତ୍ମଘାତୀ ବୋମାବିସ୍ଫୋରଣକାରୀଙ୍କୁ ନେଇ କାବୁଲ୍‌ ବିମାନ ବନ୍ଦରକୁ ଯାଉଥିବା ଗାଡ଼ି ଉପରେ ଆମେରିକା ଏୟାର ଷ୍ଟ୍ରାଇକ୍ କରିଥିଲା । ଆତ୍ମଘାତୀ ବିସ୍ଫୋରଣକାରୀମାନେ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆମେରିକାର ସେନାର ସାମରିକ ନିରାପତ୍ତା କାମକୁ ଟାର୍ଗେଟ କରିବାକୁ ଚାହୁଁଥିଲେ ବୋଲି ସୂଚନା ମିଳିଛି ।

ଆଫଗାନିସ୍ତାନରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଆମେରିକା ଐତିହାସିକ ଅପରେସନ୍ କରୁଥିବା ସମୟରେ ଏହି ରକେଟ୍ ଆକ୍ରମଣ କରାଯାଇଥିଲା । ଐତିହାସିକ ଅପରେସନରେ ହଜାର ହଜାର ଲୋକଙ୍କୁ କାବୁଲର ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ଥାନାନ୍ତର କରାଯାଇଛି । ଦୁଇ ସପ୍ତାହ ପୂର୍ବରୁ ତାଲିବାନ ଦଖଲ କରିବା ପରଠାରୁ ଆଫଗାନିସ୍ତାନ ବିଶୃଙ୍ଖଳା ପରିସ୍ଥିତିରେ ସୃଷ୍ଟି ହୋଇଛି ।

Advertisment

ସେପଟେ ଆଫଗାନିସ୍ତାନର ତାଲିବାନ ଦଖଲ ପରେ ଆମେରିକାର ସୈନ୍ୟଙ୍କ ପାଖରେ ଆଉ ମାତ୍ର ଦୁଇ ଦିନ ଅଛି । ଏହି ସମୟ ମଧ୍ୟରେ ୩୦୦ ଆମେରିକୀୟଙ୍କ ସମେତ ପ୍ରାୟ ୪୫,୦୦ ଲୋକ ଆଫଗାନିସ୍ତାନ ଛାଡିବାକୁ ଚାହୁଁଛନ୍ତି । ୩୧ ଅଗଷ୍ଟ ସମୟସୀମା ପୂର୍ବରୁ କିଛି ଦେଶ ଉଦ୍ଧାର କାର୍ଯ୍ୟ ଶେଷ କରିବା ପରେ ଘରକୁ ଫେରି ସାରିଛନ୍ତି । ଫ୍ରାନ୍ସ ପରେ ବର୍ତ୍ତମାନ ବ୍ରିଟେନ ମଧ୍ୟ ଆଫଗାନିସ୍ତାନ ମିଶନ ଶେଷ କରି ଦେଶକୁ ଫେରିଛି ।

Advertisment
Afghanistan Airstrike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ