Advertisment

Kamala Harris: ନିର୍ବାଚନ ହାରିଗଲେ କମଳା; ଆଗକୁ କରିବେ କ’ଣ, ଜାଣନ୍ତୁ...

କମଳାଙ୍କ ଆଗାମୀ କାର୍ଯ୍ୟପନ୍ଥା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନିର୍ବାଚନ ହାରିବା ପରେ ଏବେ କଣ କରିବେ କମଳା ? କଣ ରହିଛି ତାଙ୍କର ଆଗାମୀ ରଣନୀତି ସେ ନେଇ ଆଲୋଚନା ହେଉଛି।

What's Next For Kamala Harris?

What's Next For Kamala Harris?

Advertisment

ସରିଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଛନ୍ତି ଡେମୋକ୍ରୋଟ୍‌ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ। ପରାଜୟ ସ୍ୱୀକାର କରିଛନ୍ତି ଆମେରିକାର ଉପରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପ୍ରାର୍ଥୀ କମଳା ହାରିସ। ଏହାପରେ କମଳାଙ୍କ ଆଗାମୀ କାର୍ଯ୍ୟପନ୍ଥା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନିର୍ବାଚନ ହାରିବା ପରେ ଏବେ କଣ କରିବେ କମଳା ? କଣ ରହିଛି ତାଙ୍କର ଆଗାମୀ ରଣନୀତି ସେ ନେଇ ଆଲୋଚନା ହେଉଛି।

Advertisment

ନିର୍ବାଚନ ହାରିବା ପରେ କମଳା (Kamala Harris) ଆଲମା ମ୍ୟାଟର୍ ହାୱାର୍ଡ ୟୁନିଭରସିଟି (alma mater of Harvard University)ରେ ଆୟୋଜିତ ଏକ ଜନସଭାରେ ଯୋଗ ଦେଇଥିଲେ। ଲୋକଙ୍କୁ ଉଦବୋଧନ ଦେବା ଅବସରରେ ସେ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଅବଗତ କରାଇଛନ୍ତି। ସେ କହିଛନ୍ତି, ଏ ଲଢେଇ ଜାରି ରହିବ। ତେବେ ଆଗାମୀ ୭୨ ଦିନ ପରେ ସେ ନିଜର ଉପରାଷ୍ଟ୍ରପତି ପଦ ଛାଡ଼ିବେ। ଯଦି ତାଙ୍କ ରାଜନୈତିକ କ୍ୟାରିୟର କଥା ଦେଖିବା ତେବେ ସେ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ଖୁବଶୀଘ୍ର ସେ ବିଷୟରେ ଖୁଲାସା କରିବେ।

୨୦୨୮ ରାଷ୍ଟ୍ରପତି ନିର୍ବାଚନ ଲଢିବେ କି କମଳା ?

ତେବେ ଚଳିତ ନିର୍ବାଚନରେ ହାରିବା ସତ୍ତ୍ୱେ ସେ ଆଗାମୀ ୨୦୨୮ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇପାରନ୍ତି। ଅତୀତରେ ଏଭଳି କିଛି ଉଦାହରଣ ମଧ୍ୟ ଅଛି । ୨୦୦୪ ମସିହାରେ ଜନ୍ କେରି (John Kerry), ଜର୍ଜ ବୁଶ (George Bush)ଙ୍କଠାରୁ ହାରିଯାଇଥିଲେ। ମାତ୍ର ଏହା ପରେ ରାଜନୈତିକ ଦୃଶ୍ୟପଟ୍ଟରୁ ସମ୍ପୂର୍ଣ୍ଣ ରୂପେ ଅଦୃଶ୍ୟ ହୋଇନଥିଲେ। ସେ ବାରାକ ଓବାମା (Barack Obama)ଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ରାଜ୍ୟ ସଚିବ ଭାବେ କାର୍ଯ୍ୟ କରିଥିଲେ। ଜନ୍ କେରିଙ୍କ ପରି ରାଜ୍ୟ ରାଜନୀତିକୁ ଫେରିବା ଏବଂ ପୁନର୍ବାର ଗତି କରିବା ଏକ ବିକଳ୍ପ । ତଥାପି, କମଳା ହାରିସଙ୍କ ରାସ୍ତା ସେତେଟା ସହଜ ଦେଖାଯାଉ ନାହିଁ ।

Advertisment

ପୂର୍ବତନ ଡେମୋକ୍ରାଟିକ୍ ପ୍ରାର୍ଥୀଙ୍କ ମଧ୍ୟରୁ ଅନ୍ତତଃ ପକ୍ଷେ ଦୁଇଜଣ ହିଲାରୀ କ୍ଲିଣ୍ଟନ୍ (Hillary Clinton) ଏବଂ ଅଲ୍ ଗୋର(Albert Arnold Gore)ଙ୍କ ପରି ରାଷ୍ଟ୍ରପତି ପଦ ପାଇଁ ଲଢି ହାରିଯାଇଥିଲେ। ଏହାପରେ ସେମାନେ ଲେଖକ ଓ ଅନ୍ୟାନ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ତେବେ ଏହି ଦିଗରେ କାମ କରିବା ବିଷୟରେ ହାରିସ୍ ମଧ୍ୟ ଚିନ୍ତା କରିପାରନ୍ତି । ୨୦୧୬ରେ ଟ୍ରମ୍ପ(Donald Trump)ଙ୍କଠାରୁ ହାରିବା ପରେ ହିଲାରୀ 'What Happend’ ନାମକ ଏକ ପୁସ୍ତକ ରଚନା କରିଥିବା ବେଳେ ଗୋରେ ଏକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର 'An Inconvenient Truth’ ପ୍ରସ୍ତୁତ କରିଥିଲେ।

କାହିଁକି ଚର୍ଚ୍ଚାରେ କମଳା ?

କମଳା ହାରିସ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। ୬୦ ବର୍ଷୀୟ କମଳାଙ୍କ ଜନ୍ମ ୨୦ ଅକ୍ଟୋବର ୧୯୬୪ରେ କାଲିଫର୍ଣ୍ଣିଆ ରାଜ୍ୟର ଓକଲାଣ୍ଡ ସହରରେ ହୋଇଥିଲା।ତାଙ୍କ ବାପାଙ୍କ ନାମ ଡୋନାଲ୍‌ଡ ଜାସ୍ପେର ହାରିସ ଓ ମା’ଙ୍କ ନାମ ହେଉଛି ଶ୍ୟାମଳା ଗୋପାଲନ। କମଳାଙ୍କ ଅଜା ପି. ଭି. ଗୋପାଲନ (P. V. Gopalan) ତାମିଲନାଡୁ ରାଜ୍ୟର ତିରୁବାରୁର ଜିଲାର ମାନରଗୁଡ଼ି ଗ୍ରାମର ବାସିନ୍ଦା। ସେ ଭାରତ ସରକାରଙ୍କ ଅଧୀନରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ।

Advertisment

କମଳାଙ୍କୁ ଯେତେବେଳେ ୧୨ ବର୍ଷ ହୋଇଥିଲା, ସେ ମା’ଙ୍କ ସହିତ କାନାଡ଼ା ଯାଇଥିଲେ। ତାଙ୍କ ମା’ ମ୍ୟାକଗିଲ ୟୁନିଭରସିଟିରେ ଉଚ୍ଚତର ଗବେଷଣା ଓ ଶିକ୍ଷକତା କରୁଥିଲାବେଳେ କମଳା ୱେଷ୍ଟ ମାଉଣ୍ଟ ଉଚ୍ଚବିଦ୍ୟାଳୟରେ ପାଠ ପଢିଥିଲେ। ପରେ ସେ ୱାଶିଂଟନରେ ଥିବା ହାୱାର୍ଡ ବିଶ୍ୱବିଦ୍ୟାଳୟରେ ରାଜନୀତି ଓ ଅର୍ଥନୀତିରେ ୧୯୮୬ମସିହାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ l ସେ ୧୯୮୯ ମସିହାରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ହଷ୍ଟିଙ୍ଗସ କଲେଜରୁ ଆଇନ ପାଠ ପଢିଥିଲେ ଏବଂ ଆଫ୍ରିକୀୟ ଆଇନ ଛାତ୍ର ସଂସଦର ସଭାପତି ମଧ୍ୟ ହୋଇଥିଲେ l

ସେସାନ ଫ୍ରାନ୍ସିକୋ ଜିଲା ନ୍ୟାୟାଳୟରେ ୨୭ତମ ମୁଖ୍ୟ ଆଇନ ପରାମର୍ଶଦାତା ଭାବେ ୮ ଜାନୁଆରୀ ୨୦୦୪ରୁ ୩ ଜାନୁଆରୀ ୨୦୧୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୪ ଜାନୁଆରୀ ୨୦୧୧ରୁ ୩ ଜାନୁଆରୀ ୨୦୧୭ ପର୍ଯ୍ୟନ୍ତ କାଲିଫର୍ଣ୍ଣିଆ ରାଜ୍ୟର ୩୨ତମ ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ। ସେ ୪ ଜାନୁଆରୀ ୨୦୧୭ଠାରୁ ୨୦୨୦ ଯାଏ କାଲିଫର୍ଣ୍ଣିଆ ରାଜ୍ୟର କନିଷ୍ଠ ସିନେଟର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି l ଏହାପରେ ସେ ଆମେରିକାର ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଛନ୍ତି।

Kamala Harris Donald Trump US Presidential Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ