Advertisment

ଦୀର୍ଘ ସମୟ ଯାଏଁ ଲଢ଼ିବ ପଞ୍ଜଶିର, ଗୋଳା ବାରୁଦରେ ପୁରା ଷ୍ଟାଡିୟମ ପ୍ୟାକ୍‌

ଆଫଗାନିସ୍ତାନରେ ପଞ୍ଜଶିର ବ୍ୟତୀତ ଅନ୍ୟ ସବୁଠି ଚାଲିଛି ତାଲିବାନ ରାଜ୍‌ । ହେଲେ ପଞ୍ଜଶିରରେ ନର୍ଦନ ଆଲାଏନ୍ସ ସହ ଏବେ ବି ଲଢ଼ୁଛି ତାଲିବାନ । ଏମିତିକି ସାରା ଆଫ୍‌ଗାନିସ୍ତାନକୁ ନିଜ କବ୍‌ଜାକୁ ନେଇସାରିଥିବା ତାଲିବାନ ପଞ୍ଜଶିରରେ ଆଣ୍ଠେଇ ଯାଇଛି ।

ଅଦ୍ୟତନ ହୋଇଛି
Panjsir

Panjsir

Advertisment

ଆଫଗାନିସ୍ତାନରେ ପଞ୍ଜଶିର ବ୍ୟତୀତ ଅନ୍ୟ ସବୁଠି ଚାଲିଛି ତାଲିବାନ ରାଜ୍‌ । ହେଲେ ପଞ୍ଜଶିରରେ ନର୍ଦନ୍‌ ଆଲାଏନ୍ସ ସହ ଏବେ ବି ଲଢ଼ୁଛି ତାଲିବାନ । ଏମିତିକି ସାରା ଆଫ୍‌ଗାନିସ୍ତାନକୁ ନିଜ କବ୍‌ଜାକୁ ନେଇସାରିଥିବା ତାଲିବାନ ପଞ୍ଜଶିରରେ ଆଣ୍ଠେଇ ଯାଇଛି । ବାରମ୍ବାର ଆକ୍ରମଣ କରି ଫେଲ ମାରିଛି । ତାଲିବାନର ଅତ୍ୟାଧୁନିକ ଅସ୍ତଶସ୍ତ୍ର ବି ପଞ୍ଜଶିର ଫେଲ ମାରୁଥିବା ଦେଖାଯାଇଛି । ଶହ ଶହ ତାଲିବାନ ଆତଙ୍କବାଦୀ ପଞ୍ଜଶିର କବ୍‌ଜା କରିବାକୁ ଯାଇ ଜୀବନ ହରାଇ ସାରିଲେଣି ।

Advertisment

ଟୋଲୋ ନ୍ୟୁଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅହମ୍ମଦ ମାସୁଦଙ୍କୁ କୌଣସି ମତେ ହତ୍ୟା କରିବାକୁ ଚାହୁଁଛି ତାଲିବାନ । କାରଣ ତାଲିବାନ ଜାଣିଛି ଯେ, ଅହମ୍ମଦ ମାସୁଦଙ୍କ ନଥିଲେ ପଞ୍ଜଶିରରେ ତାଲିବାନ ବିଦ୍ରୋହୀ ଆନ୍ଦୋଳନ ଭାଙ୍ଗିବା ସହଜ ହେବ । ଏମିତିକି ପଞ୍ଜଶିରକୁ ଅକ୍ତିଆର କରିବା ପାଇଁ ମଧ୍ୟ ତାଙ୍କୁ ସହଜ ହୋଇଯିବ ।

Advertisment

ଅନ୍ୟପଟେ କିନ୍ତୁ ପଞ୍ଜଶିରରେ ତାଲିବାନ ବିରୋଧରେ ଆର-ପାର୍‌ ଲଢ଼େଇ ପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି । ବିଦ୍ରୋହୀମାନେ ପଞ୍ଜଶିର ଘାଟିରେ ଥିବା ଏକ ଷ୍ଟାଡିୟମ୍‌ରେ ଭରପୁର ଗୋଳା ବାରୁଦ ମହଜୁଦ କରିବାରେ ଲାଗି ପଡ଼ିଛନ୍ତି । ସେମାନଙ୍କ ପାଖରେ ଦୁଇଟି ହେଲିକପ୍ଟର ମଧ୍ୟ ରହିଛି ।

ତାଲିବାନ ବିଦ୍ରୋହୀଙ୍କ ପଞ୍ଜଶିରରେ ବିଦ୍ରୋହୀ ଆନ୍ଦୋଳନକୁ ଚୂର୍ଣ୍ଣ କରାଯାଇପାରିବ। ତେବେ ତାଲିବାନ ବିରୋଧରେ ରକ୍ତାକ୍ତ ଯୁଦ୍ଧ ପାଇଁ ପଞ୍ଜଶିର ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି। ବିଦ୍ରୋହୀମାନେ ପଞ୍ଜଶିର ଉପତ୍ୟକା ଭିତରେ ଥିବା ଏକ ଷ୍ଟାଡିୟମକୁ ଗୁଳିରେ ଭରି ଦେଇଛନ୍ତି। ତାଙ୍କର ଦୁଇଟି ହେଲିକପ୍ଟର ମଧ୍ୟ ଅଛି।

Advertisment

ପଞ୍ଜଶିର ଘାଟି ହେଉଛି ଏକମାତ୍ର ସ୍ଥାନ ଯାହାକି ତାଲିବାନ ବିଦ୍ରୋହୀମାନଙ୍କ ଦ୍ୱାରା ଅଧିକୃତ । ତାଲିବାନ ଦାବି କରିଛି ଯେ, ସେ ପଞ୍ଜଶିରକୁ ଘେରି ରହିଛି ଏବଂ ବିଦ୍ରୋହକୁ ଦମନ କରିବାରେ ସଫଳ ହୋଇଛି । କିନ୍ତୁ ଗ୍ରାଉଣ୍ଡ ଜିରୋରୁ ଦେଖିବାକୁ ଗଲେ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା । ତାଲିବାନର ଆକ୍ରମଣ ବାରମ୍ବାର ବିଫଳ ହେଉଛି, ଯାହାଫଳରେ ସେମାନେ ପଞ୍ଜଶିର ସହ ଆଲୋଚନା କରିବାକୁ ଚାହୁଁଛନ୍ତି ।

ତେବେ ନର୍ଦନ ଆଲାଏନ୍ସକୁ ଗୋଟିଏ ମାତ୍ର ଭୟ ଯେ, ତାଲିବାନ ଆମେରିକାଠାରୁ ପାଇଥିବା ଘାତକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବଳରେ ପଞ୍ଜଶିର ଉପରେ ଆକ୍ରମଣ କରିପାରେ । ତେବେ ଏହା ବିରୋଧରେ ଲଢ଼ିବା ପାଇଁ ପଞ୍ଜଶୀର ଯୋଦ୍ଧାମାନେ ମଧ୍ୟ ପ୍ରସ୍ତୁତି କରିସାରିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଇଛି ଯେ, ପଞ୍ଜଶିରର ଏକ ଷ୍ଟାଡିୟମରେ ସେନାର ଗାଡି ଏବଂ ହେଲିକପ୍ଟରଗୁଡ଼ିକ ରଖାଯାଇଛି । କେବଳ ଏତିକି ନୁହେଁ, ଘାଟିର ଚାରିପାଖରେ ମେସିନ ଗନ୍‌ ଗୁଡ଼ିକୁ ମୁତୟନ କରାଯାଇଛି । ଯଦି ତାଲିବାନ ଆତଙ୍କବାଦୀ ସେଠାରେ ପ୍ରବେଶ କରିବାକୁ ଚାହାନ୍ତି, ତେବେ ସେମାନଙ୍କୁ କଡ଼ା ଜବାବ ମିଳିବ ।

ନର୍ଦନ ଆଲାଏନ୍ସର ନେତା ଫହିମ ଫେତ୍‌ରାତ୍‌ ଫ୍ରାନ୍ସ ୨୪ ଚ୍ୟାନେଲକୁ କହିଛନ୍ତି, 'ମୁଁ ସେନାର ବିଶେଷତା ବିଷୟରେ କହି ପାରିବି ନାହିଁ, କିନ୍ତୁ ଆମର ଯେତିକି ଶକ୍ତି ଅଛି, ସେଥିରେ ଲମ୍ବା ସମୟ ପର୍ଯ୍ୟନ୍ତ ତାଲିବାନ ସହ ଲଢ଼େଇ ଜାରି ରଖିପାରିବୁ । ଏହାସହ ପଞ୍ଜଶିରକୁ ନିଜ ଅକ୍ତିଆରେ ରଖିବାରେ ସଫଳ ହେବୁ । ଏବେ ବି ଆମ ପାଖରେ ସୋଭିଏତ୍ ୟୁନିଅନ ବେଳର ହତିଆର ରହିଛି ଏବଂ ୧୯୯୦ ଦଶକରେ ତାଲିବାନ ବିରୋଧ ଯୁଦ୍ଧରେ ବ୍ୟବହାର ହୋଇଥିବା ଅସ୍ତ୍ର ରହିଛି ।

ପଞ୍ଜଶିରକୁ ଅକ୍ତିଆର କରିବାକୁ ଚେଷ୍ଟା କରି ତାଲିବାନ ଅନେକ ଆତଙ୍କୀ ମୃତ୍ୟୁବରଣ କରିସାରିଲେଣି । ଏବେ ନିକଟରେ ୪୦ ଆତଙ୍କୀ ନିହତ ହୋଇଛନ୍ତି । ଇତିହାସରେ ଯେବେ ବି ଆଉ ଯିଏ ପଞ୍ଜଶିର ଦଖଲ କରିବାକୁ ଚେଷ୍ଟା କରିଛି, ସେ ବିଫଳ ହୋଇଛି । ବ୍ରିଟେନ, ସୋଭିଏତ୍ ୟୁନିଅନ୍ କିମ୍ବା ତାଲିବାନ କେହି ବି ପଞ୍ଜଶିର ଘାଟିକୁ ଦଖଲ କରିପାରି ନାହାଁନ୍ତି । ତାଲିବାନ ବିରୋଧରେ ଏହି ଘାଟିରେ ହଜାର ହଜାର ସଂଖ୍ୟାରେ ଯୋଦ୍ଧା ଏକାଠି ହୋଇ ତାଲିବାନକୁ ମୁହଁ ତୋଡ଼ ଜବାବ ଦେଉଛନ୍ତି ।

Taliban V/s Panjsir Taliban Attacks Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ