Advertisment

ତାଲିବାନ କବଜାକୁ ଆସିବ କି ପଞ୍ଜଶିର୍?

ପ୍ରତିରୋଧର ଶେଷ ଗଡ଼ ପଞ୍ଜଶିର ପ୍ରଦେଶ ଦଖଲ ଲାଗି ତାଲିବାନର ଜୋରଦାର ପ୍ରୟାସ କରୁଛି । ନିଜର ୩ହଜାରରୁ ଅଧିକ ଲଢାକୁଙ୍କୁ ପଞ୍ଜଶିର ପଠାଇଛି ତାଲିବାନ। ତେବେ ସେମାନଙ୍କୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଛି। ପୂର୍ବତନ ଉପରାଷ୍ଟ୍ରପତି ଅମ୍ରୁଲା ସାଲ୍ହେ ଓ ତାଜିକ୍ କମାଣ୍ଡର ଅହମ୍ମଦ ମସୁଦଙ୍କ ନେତୃତ୍ୱାଧୀନ ନର୍ଦ୍ଦର୍ଣ୍ଣ ଆଲାଏନ୍ସ ସେମାନଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି

ଅଦ୍ୟତନ ହୋଇଛି
Taliban

Taliban

Advertisment

କାବୁଲ୍‌: ପ୍ରତିରୋଧର ଶେଷ ଗଡ଼ ପଞ୍ଜଶିର ପ୍ରଦେଶ ଦଖଲ ଲାଗି ତାଲିବାନର ଜୋରଦାର ପ୍ରୟାସ କରୁଛି । ନିଜର ୩ହଜାରରୁ ଅଧିକ ଲଢାକୁଙ୍କୁ ପଞ୍ଜଶିର ପଠାଇଛି ତାଲିବାନ। ତେବେ ସେମାନଙ୍କୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଛି। ପୂର୍ବତନ ଉପରାଷ୍ଟ୍ରପତି ଅମ୍ରୁଲା ସାଲ୍ହେ ଓ ତାଜିକ୍ କମାଣ୍ଡର ଅହମ୍ମଦ ମସୁଦଙ୍କ ନେତୃତ୍ୱାଧୀନ ନର୍ଦ୍ଦର୍ଣ୍ଣ ଆଲାଏନ୍ସ ସେମାନଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି। ଏଥିରେ ୩ ଶହରୁ ଅଧିକ ତାଲିବାନୀ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

Advertisment

ଆଫଗାନିସ୍ତାନର ପଞ୍ଜଶିର ପ୍ରଦେଶରେ ଘମାଘୋଟ ଲଢେଇ ଚାଲିଛି । ତାଲିବାନ ଲଢାକୁଙ୍କର ଜୋରଦାର ମୁକାବିଲା କରୁଛି ନର୍ଦ୍ଦର୍ଣ୍ଣ ଆଲାଏନ୍ସ। ନିଜର ଶେଷ ଶତ୍ରୁ ନର୍ଦ୍ଦର୍ଣ୍ଣ ଆଲାଏନ୍ସକୁ ଦମନ ଲାଗି କାବୁଲଠାରୁ ମାତ୍ର ଦେଢ ଶହ କିଲୋମିଟର ଦୂରରେ ଅବସ୍ଥିତ ପଞ୍ଜଶିର ପ୍ରଦେଶକୁ ଯାଇଛନ୍ତି ୩ ହଜାରରୁ ଅଧିକ ତାଲିବାନ ଆତଙ୍କୀ । ତେବେ ଦୁର୍ଗମ ପାହାଡ଼ ଓ ଅଗମ୍ୟ ଘାଟିରେ ଭରପୁର ପଞ୍ଜଶିରରେ ପ୍ରବେଶ କରିବା ସେମାନଙ୍କ ଲାଗି ସମ୍ଭବ ହେଉନି। ପ୍ରଦେଶର ପ୍ରବେଶ ପଥରେ ହିଁ ତାଲିବାନ ଉପରେ ଅତର୍କିତ ଆକ୍ରମଣ କରିଛି ନର୍ଦ୍ଦର୍ଣ୍ଣ ଆଲାଏନ୍ସ। ଏଥିରେ ଆତଙ୍କୀ ସଂଗଠନକୁ ଜବରଦସ୍ତ କ୍ଷତି ସହିବାକୁ ପଡିଛି। ଏହି ଆମ୍ବୁସରେ ୩ ଶହରୁ ଅଧିକ ତାଲିବାନ ଆତଙ୍କୀ ନିପାତ ହୋଇଛନ୍ତି।

Advertisment

ପୂର୍ବତନ ଉପରାଷ୍ଟ୍ରପତି ଅମ୍ରୁଲା ସାଲ୍ହେ ନିଜେ ଟୁଇଟ୍ କରି ତାଲିବାନ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଗତକାଲି ସୂଚନା ଦେଇଥିଲେ। ଅନ୍ଦରାବ ଉପତ୍ୟକାରେ ତାଲିବାନ ଲଢାକୁ ଫସି ଯାଇଥିବା ସେ ଲେଖିଥିଲେ। ସେହିପରି ସଲାଙ୍ଗ ରାଜପଥକୁ ବି ନର୍ଦ୍ଦର୍ଣ୍ଣ ଆଲାଏନ୍ସ ପକ୍ଷରୁ ବନ୍ଦ କରିଦିଆଯାଇଛି। ପଞ୍ଜଶିରରେ ପ୍ରବେଶ କରିବାକୁ ହେଲେ ତାଲିବାନକୁ ବହୁ ଘାଟି ଅତିକ୍ରମ କରିବାକୁ ପଡ଼ିବ । ତେବେ ସେମାନଙ୍କ ସହ ଦେଖା ହେବ ବୋଲି ଲେଖିଛନ୍ତି ସାଲ୍ହେ।. ଏପଟେ ନର୍ଦ୍ଦର୍ଣ୍ଣ ଆଲାଏନ୍ସର କମାଣ୍ଡର ଅହମ୍ମଦ ମସୁଦ୍ ମଧ୍ୟ ତାଲିବାନକୁ ଚେତାବନୀ ଦେଇଛନ୍ତି। ଆଫଗାନିସ୍ତାନରେ ଶାନ୍ତି ଫେରିବା ତାଙ୍କ ସଂଗଠନ ଚାହେଁ ବୋଲି ବିବିସିକୁ କହିଛନ୍ତି ମସୁଦ୍। କଥାବାର୍ତ୍ତା ଜରିଆରେ ହିଁ ଏହା ସମ୍ଭବ ହୋଇପାରିବ। ମାତ୍ର ତାଲିବାନ ଯଦି ଯୁଦ୍ଧ ଚାହେଁ ସେଥିଲାଗି ସେ ପ୍ରସ୍ତୁତ ବୋଲି କହିଛନ୍ତି ମସୁଦ୍। ଆଫଗାନିସ୍ତାନର ସବୁ ପକ୍ଷଙ୍କୁ ନେଇ ସରକାର ଗଠନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ତାଲିବାନର ଏକଛତ୍ର ଶାସନକୁ ତାଙ୍କ ସଂଗଠନ ଗ୍ରହଣ କରିବ ନାହିଁ । ନିଜ ସ୍ୱାଧୀନତା ବଜାୟ ରଖିବା ପାଇଁ ନର୍ଦ୍ଦର୍ଣ୍ଣ ଆଲାଏନ୍ସ ତାଲିବାନର ମୁକାବିଲା କରିବ ବୋଲି ମସୁଦ୍ ସ୍ପଷ୍ଟ କରିଦେଇଛନ୍ତି ।

ସେପଟେ ନର୍ଦ୍ଦନ ଆଲାଏନ୍ସ ୩ଟି ଜିଲ୍ଲାକୁ ନିଜ କବଜାକୁ ନେଇଥିବା କୁହାଯାଉଛି। ତେବେ ନର୍ଦ୍ଦର୍ଣ୍ଣ ଆଲାଏନ୍ସ ନୁହେଁ ବରଂ ତାଲିବାନକୁ ବିରୋଧ କରୁଥିବା ବିଭିନ୍ନ ସଂଗଠନ। ଏ ସବୁ ଜିଲ୍ଲାକୁ କବଜା କରିଥିବା ମସୁଦ୍ କହିଛନ୍ତି।

Advertisment

ଅଶୀ ଦଶକରେ ଆଫଗାନିସ୍ତାନ ଅଧିକାର କରିଥିବା ସୋଭିଏତ୍ ଋଷ ପଞ୍ଜଶିର ପ୍ରଦେଶକୁ ନିଜ ନିୟନ୍ତ୍ରଣକୁ ନେଇ ପାରିନଥିଲା। ତାଜିକ୍ କମାଣ୍ଡର ଅହମ୍ମଦ ଶାହ ମସୁଦଙ୍କ ନେତୃତ୍ୱରେ ଏହି ଅଞ୍ଚଳକୁ ସୋଭିଏତ୍ ନିୟନ୍ତ୍ରଣ ମୁକ୍ତ ରଖିପାରିଥିଲା ନର୍ଦ୍ଦନ ଆଲାଏନ୍ସ । ସେହିପରି ୧୯୯୬ ଆଫାଗାନିସ୍ତାନ ଉପରେ କବଜା କରିଥିଲେ ମଧ୍ୟ, ତାଲିବାନ ହାତକୁ ଆସିନଥିଲା ପଞ୍ଜଶିର । ଅଲ୍-କାଏଦା ଆତଙ୍କୀଙ୍କ ଆତ୍ମଘାତୀ ଆକ୍ରମଣରେ ଅହମ୍ମଦ ଶାହ ମସୁଦଙ୍କ ମୃତ୍ୟୁ ସତ୍ତ୍ୱେ, ପୁଅ ଅହମ୍ମଦ ମସୁଦ୍ ଏହି ପ୍ରଦେଶର ସ୍ୱାଧୀନତା ବଜାୟ ରଖିବାକୁ ସକ୍ଷମ ହୋଇଥିଲେ। ତେବେ ଗତଥର ଠାରୁ ତାଲିବାନ ଏଥର ଅଧିକ ଶକ୍ତିଶାଳୀ ହୋଇଥିବାରୁ ପଞ୍ଜଶିର କେତେ ଦିନ ଯାଏ ସେମାନଙ୍କ ମୁକାବିଲା କରିପାରୁଛି ଏବେ ତା ଉପରେ ନଜର ରହିଛି।

ସମଗ୍ର ଆଫଗାନିସ୍ତାନ ଉପରେ ନିଜ ପ୍ରଭୂତ୍ୱ ବିସ୍ତାର ଲାଗି ଉଦ୍ୟମ କରୁଥିବା ତାଲିବାନ ପାଇଁ ପଞ୍ଜଶିର ହୋଇଛି ସମ୍ମାନର ପ୍ରଶ୍ନ । ତାଛଡ଼ା ୯୦ ଦଶକର ତାଲିବାନ ଓ ବର୍ତ୍ତମାନର ତାଲିବାନ ମଧ୍ୟରେ ଆକାଶପାତାଳ ଫରକ । ତାଲିବାନ ନିଜର କଳେବର ବଢାଇ ଥିବା ବେଳେ ଏହା ହାତରେ ଲାଗିଛି ଅତ୍ୟାଧୁନିକ ଆମେରିକୀୟ ଅସ୍ତ୍ରଶସ୍ତ୍ର। ତେଣୁ ନର୍ଦ୍ଦନ ଆଲାଏନ୍ସକୁ ପାନେ ଚଖାଇବା ଲାଗି ପଞ୍ଜଶିରର ପ୍ରବେଶ ପଥରେ ପହଞ୍ଚିଛନ୍ତି ତାଲିବାନ ଆତଙ୍କୀ। ମାତ୍ର ପୂର୍ବତନ ଆଫଗାନ ସୈନକଙ୍କୁ ନେଇ ଗଠିତ ନର୍ଦ୍ଦନ ଆଲାଏନ୍ସ ମଧ୍ୟ ସବୁ ପରିସ୍ଥିତିର ମୁକାବିଲା ଲାଗି ନିଜକୁ ପ୍ରସ୍ତୁତ ରଖିଛି। ଆଲାଏନ୍ସ ନିକଟରେ ୬ ହଜାରରୁ ଅଧିକ ସୈନ ଥିବା ବେଳେ ଏମାନେ ଗରିଲା ଯୁଦ୍ଧରେ ବି ପାରଙ୍ଗମ । ତାଛଡ଼ା ପଞ୍ଜଶିରର ଭୌଗଳିକ ସ୍ଥିତି ସବୁବେଳେ ଏହି ଅଞ୍ଚଳର ସୁରକ୍ଷାକବଚ ସାଜି ଆସିଛି। ଏହାସତ୍ତ୍ୱେ ରକ୍ତମୁଖା ତାଲିବାନର କ୍ରୁର ଚକ୍ଷୁରୁ ନର୍ଦ୍ଦର୍ଣ୍ଣ ଆଲାଏନ୍ସ କେତେଦିନ ନିଜକୁ ସୁରକ୍ଷିତ ରଖିପାରୁଛି ତାହା ବଡ଼ ପ୍ରଶ୍ନ।

Afghanistan India Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ