Advertisment

ଜର୍ମାନୀରେ ପିଜା ଡ଼େଲିଭରି ବଏ ଅଛନ୍ତି ଆଫଗାନିସ୍ତାନର ପୂର୍ବତନ ମନ୍ତ୍ରୀ

ଦିନେ ମନ୍ତ୍ରୀ ଥିଲେ, ଆଜି ପିଜା ବିକିଲେ। କଥାରେ ଅଛି ଆଜି ଯିଏ ରାଜେନ୍ଦ୍ର ଆସନେ କାଲି ଫକୀର ଅର୍ଥାତ୍‌ କାଲି ଯିଏ ରାଜା ଥିବ ଆଜି ସିଏ ଭିକାରୀ ହୋଇଯାଇପାରେ। ଆଜିକା ଦିନରେ ଥରେ ଯିଏ ନେତା ମନ୍ତ୍ରୀ ହେଲା ତା’ର ପରବର୍ତ୍ତୀ କେତେ ପିଢ଼ି ପାଇଁ ଯେ ସେ ଧନ ସଂଚୁଛନ୍ତି ତାହାର ହିସାବ କାହା ପାଖରେ ନାହିଁ। କିନ୍ତୁ ଥରେ ଚିନ୍ତା କରନ୍ତୁ ଏହି ମନ୍ତ୍ରୀଙ୍କ ପାଖରେ କଣ ଅଭାବ ରହିଲା ଯେ, ସେ ପିଜା ବିକିବାକୁ ବାଧ୍ୟ ହେଲେ

ଅଦ୍ୟତନ ହୋଇଛି
former minister delivering pizza

former minister delivering pizza

Advertisment

କାବୁଲ୍‌: ଦିନେ ମନ୍ତ୍ରୀ ଥିଲେ, ଆଜି ପିଜା ବିକିଲେ। କଥାରେ ଅଛି ଆଜି ଯିଏ ରାଜେନ୍ଦ୍ର ଆସନେ କାଲି ଫକୀର ଅର୍ଥାତ୍‌ କାଲି ଯିଏ ରାଜା ଥିବ ଆଜି ସିଏ ଭିକାରୀ ହୋଇଯାଇପାରେ। ଆଜିକା ଦିନରେ ଥରେ ଯିଏ ନେତା ମନ୍ତ୍ରୀ ହେଲା ତା’ର ପରବର୍ତ୍ତୀ କେତେ ପିଢ଼ି ପାଇଁ ଯେ ସେ ଧନ ସଂଚୁଛନ୍ତି ତାହାର ହିସାବ କାହା ପାଖରେ ନାହିଁ। କିନ୍ତୁ ଥରେ ଚିନ୍ତା କରନ୍ତୁ ଏହି ମନ୍ତ୍ରୀଙ୍କ ପାଖରେ କଣ ଅଭାବ ରହିଲା ଯେ, ସେ ପିଜା ବିକିବାକୁ ବାଧ୍ୟ ହେଲେ। ଏଠାରେ ସ୍ପଷ୍ଟ କରୁଛୁ କି, ଆଫଗାନିସ୍ତାନର ପୂର୍ବତନ ସଂଚାର(ଯୋଗାଯୋଗ) ମନ୍ତ୍ରୀ ଏବେ ଜର୍ମାନୀରେ ପିଜା ବିକ୍ରି କରୁଛନ୍ତି। ମନ୍ତ୍ରୀ ସୟଦ ଅହମ୍ମଦ ଶାହା ସାଦତ ତାଲିବାନ ଆଫଗାନିସ୍ତାନ ଅକ୍ତିଆର କରିବା ମାତ୍ରେ ଦେଶ ଛାଡ଼ି ପଳାଇଥିଲେ। ଏବେ ସେ ଜର୍ମାନୀରେ ରହୁଥିବା ଜଣାପଡ଼ିଛି। କିନ୍ତୁ ଜର୍ମାନୀରୁ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ବ୍ୟଥିତ କରିଛି।

Advertisment

ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବା ମାତ୍ରେ ରାଷ୍ଟ୍ରପତି ଅଶରଫ୍ ଘାନିଙ୍କ ସମେତ ବହୁ ବଡ ବଡ଼ ନେତା ଦେଶ ଛାଡି ଚାଲିଯାଇଛନ୍ତି। ଏହି ସମୟରେ, ଆଫଗାନିସ୍ତାନ ମନ୍ତ୍ରୀଙ୍କ ସମ୍ପର୍କରେ ଜର୍ମାନୀରୁ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ବିଚଳିତ କରିଛି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ମନ୍ତ୍ରୀ ପିଜା ବିକ୍ରି କରୁଥିବା ନେଇ ଖବର ଟ୍ୱିଟ୍‌ କରାଯାଇଛି। ଜର୍ମାନୀରେ ପହଞ୍ଚିବା ପରେ ଅହମ୍ମଦ ଶାହା ପିଜା ବିକ୍ରି କରୁଛନ୍ତି। ଜର୍ମାନୀର ରାଜରାସ୍ତାରେ ସାଇକେଲ୍‌ ଯୋଗୋ ବୁଲି ବୁଲି ସେ ଘରକୁ ଘର ପିଜା ଡେଲିଭରି କରୁଛନ୍ତି। କୁହାଯାଉଛି ପରିବାର ଚଳାଇବା ପାଇଁ ସେ ସେଠାରେ ପିଜା ବିକ୍ରି କରୁଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଫଟୋ ଭାଇରାଲ ହେବାରେ ଲାଗିଛି। କିନ୍ତୁ କାହିଁକି ସେ ପିଜା ବିକ୍ରି କରୁଛନ୍ତି? ସେନେଇ ଗଣମାଧ୍ୟମକୁ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ତେବେ କେବଳ ସେ ନୁହେଁ ବରଂ ତାଲିବାନିଙ୍କ ଆତଙ୍କ ପାଇଁ ଅନେକ ନେତା ଦେଶ ଛାଡ଼ି ପଳାଇଛନ୍ତି। ସେ ଯାହା ବି ହେଉ ସୟଦଙ୍କୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି।

Advertisment
Afghanistan Pizza Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ