Advertisment

କାବୁଲ ବିମାନବନ୍ଦରରେ ଗୁଳିକାଣ୍ଡ: ଜଣେ ସୁରକ୍ଷାକର୍ମୀ ମୃତ

କାବୁଲ ବିମାନବନ୍ଦରରେ ପୁଣି ଗୁଳିକାଣ୍ଡ ହୋଇଛି। ଏୟାରପୋର୍ଟର ଉତ୍ତର ଗେଟରେ ହୋଇଥିବା ଏହି ଗୁଳିକାଣ୍ଡରେ ଜଣେ ଆଫଗାନ ସୁରକ୍ଷାକର୍ମୀଙ୍କର ଜୀବନ ଯାଇଛି। ଆଉ ୩ ଜଣ କ୍ଷତାକ୍ତ ହୋଇଛନ୍ତି। ତାଲିବାନୀ ଶାସନରୁ ମୁକ୍ତି ପାଇଁ ହଜାର ହଜାର ଆଫଗାନ କାବୁଲ ଏୟାରପୋର୍ଟ ପରିସରରେ ରୁଣ୍ଡ ହୋଇଥିଲେ। ସେମାନଙ୍କ ଭିତରେ ଆମେରିକା ଓ ଜର୍ମାନୀର ଫୋର୍ସ ମଧ୍ୟ ସାମିଲ ଥିବା ଜର୍ମାନୀର ସେନା ପକ୍ଷରୁ ଟ୍ୱିଟରରେ ସୂଚନା ଦିଆଯାଇଛି

ଅଦ୍ୟତନ ହୋଇଛି
Afghan guard killed

Afghan guard killed

Advertisment

କାବୁଲ: କାବୁଲ ବିମାନବନ୍ଦରରେ ପୁଣି ଗୁଳିକାଣ୍ଡ ହୋଇଛି। ଏୟାରପୋର୍ଟର ଉତ୍ତର ଗେଟରେ ହୋଇଥିବା ଏହି ଗୁଳିକାଣ୍ଡରେ ଜଣେ ଆଫଗାନ ସୁରକ୍ଷାକର୍ମୀଙ୍କର ଜୀବନ ଯାଇଛି। ଆଉ ୩ ଜଣ କ୍ଷତାକ୍ତ ହୋଇଛନ୍ତି। ତାଲିବାନୀ ଶାସନରୁ ମୁକ୍ତି ପାଇଁ ହଜାର ହଜାର ଆଫଗାନ କାବୁଲ ଏୟାରପୋର୍ଟ ପରିସରରେ ରୁଣ୍ଡ ହୋଇଥିଲେ। ସେମାନଙ୍କ ଭିତରେ ଆମେରିକା ଓ ଜର୍ମାନୀର ଫୋର୍ସ ମଧ୍ୟ ସାମିଲ ଥିବା ଜର୍ମାନୀର ସେନା ପକ୍ଷରୁ ଟ୍ୱିଟରରେ ସୂଚନା ଦିଆଯାଇଛି। ଏହି ସମୟରେ ଏୟାରପୋର୍ଟ ବାହାରେ ତାଲିବାନୀ ମାନେ ଆତଙ୍କବାଦୀଙ୍କୁ ମଧ୍ୟ ମୁତୟନ କରିଛନ୍ତି। ତେବେ ହଜାର ହଜାର ଆଫଗାନୀ ଏକାଠି ଥିବା ବେଳେ ଏୟାରପୋର୍ଟ ବାହାରୁ କେହି ଅଜଣା ଆତତାୟୀ ଗୁଳିମାଡ଼ କରିଥିଲା। ଅନ୍ୟପଟେ ଆଫଗାନିସ୍ତାନର ପଂଜସିର ଅଂଚଳରେ ତାଲିବାନୀ ଆଙ୍କବାଦୀଙ୍କୁ ମୁକାବିଲା କରିଛନ୍ତି ସ୍ଥାନୀୟ ଲୋକେ। ତେବେ ଏହି ଘଟଣାରେ ଅନେତ ତାଲିବାନୀ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି।

Advertisment

ସେପଟେ, ତାଲିବାନ୍‌ରେ ମିଶିବାକୁ ଖୁବ୍ ଉତ୍ସାହିତ ବାଂଲାଦେଶୀ ମୌଲବାଦୀ । ପଡ଼ୋଶୀ ବାଂଲାଦେଶର କିଛି ଯୁବକ ଭାରତ ଦେଇ ଆଫ୍‌ଗାନିସ୍ତାନ ପହଞ୍ଚିବାକୁ ଏବଂ ସେଠାରେ ତାଲିବାନ୍‌ରେ ଯୋଗ ଦେବାକୁ ଚାହୁଁଛନ୍ତି । ନିଜେ ଢାକା ପୋଲିସ କମିଶନର ଏନେଇ ସୂଚନା ଦେବା ପରେ, ଆଲର୍ଟରେ ରହିଛି ସୀମା ସୁରକ୍ଷା ବଳ । ଭାରତ-ବାଂଲାଦେଶ ସୀମାରେ ମୁତୟନ ବିଏସ୍ଏଫ୍ ଯବାନଙ୍କୁ ଏଭଳି ଅନୁପ୍ରବେଶ ଗତିବିଧି ଉପରେ କଡ଼ା ନଜର ରଖିବାକୁ ସତର୍କ କରାଯାଇଛି ।

Advertisment

ଢାକା ପୋଲିସ କମିଶନର ଶଫିକୁଲ୍ ଇସ୍‌ଲାମ କହିଛନ୍ତି ଯେ, ଯଦିଓ କେତେଜଣ ଏଭଳି ଯୁବକ ତାଲିବାନରେ ଯୋଗ ଦେବାକୁ ଚାହୁଁଛନ୍ତି ସେନେଇ ସଠିକ୍ ତଥ୍ୟ ନାହିଁ, ତଥାପି ସେମାନେ ଯେକୌଣସି ପ୍ରକାରେ ଆଫଗାନିସ୍ତାନ ପହଞ୍ଚିବାକୁ ଆଗ୍ରହୀ ବୋଲି ସୂଚନା ମିଳିଛି । ଏପଟେ ବିଏସ୍ଏଫ୍ ସାଉଥ୍ ବେଙ୍ଗଲ୍ ଫ୍ରଣ୍ଟିଅର୍ ଡିଆଇଜି ଏସ୍ଏସ୍ ଗୁଲେରିଆ କହିଛନ୍ତି ଯେ, ବିଏସ୍ଏଫ୍ ଯବାନ ଆଲର୍ଟରେ ଅଛନ୍ତି । ଏଯାଏଁ ସେଭଳି କାହାକୁ ଗିରଫ କରାଯାଇନାହିଁ । ୨୦ ବର୍ଷ ତଳେ ବହୁ ବାଂଲାଦେଶୀ ଯୁବକ ତାଲିବାନରେ ଯୋଗ ଦେବାକୁ ଆଫଗାନିସ୍ତାନ ପଳାଇଥିବା ବେଳେ, ଏଥର ମଧ୍ୟ ଆତଙ୍କୀ ସଂଗଠନ ପକ୍ଷରୁ ବାଂଲାଦେଶୀ ଯୁବକଙ୍କୁ ଯୋଗଦେବା ପାଇଁ ଆହ୍ୱାନ ଦିଆଯାଇଥିବା କୁହାଯାଉଛି ।

ଏପଟେ, ଯନ୍ତ୍ରଣା ଓ କ୍ଷତି ବିନା ଫେରିବା ଅସମ୍ଭବ । ଆଫଗାନିସ୍ତାନରୁ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଏଭଳି ସୂଚନା ଦେଇଛନ୍ତି । ଯନ୍ତ୍ରଣା ଓ କ୍ଷତି ବିନା ଏତେ ସଂଖ୍ୟାରେ ଲୋକଙ୍କୁ ଫେରାଇବାର ଅନ୍ୟ ବାଟ ନାହିଁ ବୋଲି ସେ କହିଛନ୍ତି । ଆଫଗାନିସ୍ତାନରୁ ଫେରିବାର ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି । ଏପରି ଦୃଶ୍ୟ ତାଙ୍କ ହୃଦୟରେ ଆଘାତ ଦେଇଛି ବୋଲି ମଧ୍ୟ ଜୋ ବାଇଡେନ କହିଛନ୍ତି ।

Advertisment
Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ