Advertisment

ଚୀନରେ ବ୍ୟାପୁଛି ଆଉ ଏକ ମହାମାରୀ, ଅଧାରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ

ଚୀନରେ ଆତଙ୍କ। ଏଥର କରୋନା ନୁହେଁ, ବ୍ୟାପୁଛି ଆଉ ଏକ ମହାମାରୀ। ନେଉଛି ଗୋଟିଏ ପରେ ଗୋଟିଏ ମୁଣ୍ଡ। ଏହା ଦେଖି ଛାନିଆ ହୋଇଗଲେନି ଚାଇନା ଲୋକେ। କଣ କରିବେ ସେ କଥା ଭାବି ନ ପାରି ତ୍ରାହି ତ୍ରାହି ଡାକ ଛାଡିଲେଣି। ଏମିତି ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ସତର୍କ ସୂଚନା ସାରା ଦେଶରେ ଆତଙ୍କ ଖେଳାଇ ଦେଇଛି

Corona

Corona

Advertisment

ନୂଆଦିଲ୍ଲୀ: ଚୀନରେ ଆତଙ୍କ। ଏଥର କରୋନା ନୁହେଁ, ବ୍ୟାପୁଛି ଆଉ ଏକ ମହାମାରୀ। ନେଉଛି ଗୋଟିଏ ପରେ ଗୋଟିଏ ମୁଣ୍ଡ। ଏହା ଦେଖି ଛାନିଆ ହୋଇଗଲେନି ଚାଇନା ଲୋକେ। କଣ କରିବେ ସେ କଥା ଭାବି ନ ପାରି ତ୍ରାହି ତ୍ରାହି ଡାକ ଛାଡିଲେଣି। ଏମିତି ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ସତର୍କ ସୂଚନା ସାରା ଦେଶରେ ଆତଙ୍କ ଖେଳାଇ ଦେଇଛି। ଏବେ ଜାଣନ୍ତୁ ଚୀନରେ ମାଡି ମାଡି ଚାଲିଥିବା ଏ ରୋଗ କଣ?

Advertisment

ମହାମାରୀ କରୋନା ସଙ୍କଟ ସମୟରେ ସାରା ବିଶ୍ଵକୁ ଆଉ ଏକ ଚେତାବନୀ ଦେଲା ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ। ଚୀନରେ ବ୍ୟାପିବାରେ ଲାଗିଛି ବାର୍ଡ ଫ୍ଲୁ ଭ୍ୟାରିଆଣ୍ଟ H5N6। କୁକୁଡା ଶରୀରରେ ଦେଖାଯାଉଥିବା ଏହି ଘାତକ ଭ୍ୟାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଚୀନରେ ଏବେ ବାର୍ଡ ଫ୍ଲୁ ଜନିତ ମୃତ୍ୟୁ ହାର ୫୦ ପ୍ରତିଶତରେ ପହଞ୍ଚିଛି। ଯାହାକି ଚିନ୍ତାଜନକ ବିଷୟ ପାଲଟିଛି। ତେଣୁ H5N6 ବାର୍ଡ ଫ୍ଲୁ ଭ୍ୟାରିଆଣ୍ଟକୁ ଟ୍ରାକ୍ କରିବାକୁ ଚୀନକୁ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ କହିଛି।

Advertisment

ଏବେ ଚୀନରେ ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳକୁ ନଜରରେ ରଖିବାର ଆବଶ୍ୟକତା ରହିଛି। ଏହାଦ୍ଵାରା ସମ୍ଭାବ୍ୟ ବିପଦକୁ ଟାଳିହୋଇ ପାରିବ। H5N6 ବାର୍ଡ ଫ୍ଲୁ ଭ୍ୟାରିଆଣ୍ଟ ଦ୍ଵାରା ସୃଷ୍ଟି ହେଉଥିବା ଗମ୍ଭୀର ବିପଦକୁ ନେଇ ମଧ୍ୟ ଚୀନର ରୋଗ ନିୟନ୍ତ୍ରଣ କେନ୍ଦ୍ର ଚିନ୍ତା ପ୍ରକଟ କରିଛି। ଅପର ପକ୍ଷରେ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ କହିଛି ଯେ, ଯେଉଁଭଳି ଭାବରେ ବାର୍ଡ ଫ୍ଲୁ ବ୍ୟାପୁଛି ତାହାକୁ ଅଣଦେଖା କରିହେବ ନାହିଁ। ଏହାଦ୍ଵାରା ସଂକ୍ରମିତ ଲୋକଙ୍କ ମୃତ୍ୟୁ ହାର ବଢିବ।

ତେବେ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ଆହୁରି ମଧ୍ୟ କହିଛି ଯେ, ଏଯାବତ୍ ମଣିଷରୁ ମଣିଷ ଶରୀରକୁ ବାର୍ଡ ଫ୍ଲୁ ବ୍ୟାପିବା ନେଇ କୌଣସି ପ୍ରମାଣ ମିଳିନାହିଁ। ହେଲେ ଯେତେ ଜଣ ସଂକ୍ରମିତ ହୋଇଛନ୍ତି, ସମସ୍ତେ ଗମ୍ଭୀର ସମସ୍ୟା ଦେଇ ଗତି କରୁଛନ୍ତି। ଏହାର ଲକ୍ଷଣ ଥଣ୍ଡା ଓ ନିମୋନିଆ ଭଳି ହୋଇଥିବା ଜଣାପଡିଛି। ସଂକ୍ରମଣ ରୋକିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା ବେଳେ ସତର୍କ ରହିବାକୁ କୁହାଯାଇଛି। ମଲା ପକ୍ଷୀଙ୍କ ଠାରୁ ଯଥା ସମ୍ଭବ ଦୂରରେ ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଏହା ସହ ପକ୍ଷୀମାନଙ୍କୁ ନେଇ କାମ କରୁଥିବା ଲୋକମାନେ ସତର୍କ ଓ ସଫା ସୁତୁରା ରହିବା ପାଇଁ ସୂଚନା ଦିଆଯାଇଛି।

Advertisment
China Virus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ