Advertisment

ଟଙ୍କା ପାଇଁ ନିଜେ ନିଜର କଲେ ଅପହରଣ। ସତ ଜଣାପଡ଼ିବା ପରେ ଗିରଫ କଲା ପୋଲିସ୍

ନିଜ ଅପହରଣର ନିଜେ କରିଥିଲେ ଷଡ଼ଯନ୍ତ୍ର କିନ୍ତୁ ଧରାପଡ଼ିଗଲେ। ନିଜର ଚାକିରି ଯିବା ପରେ ଟଙ୍କାର ଅଭାବ ପାଇଁ ଏମିତି କିଛି ଚିନ୍ତା କରିଥିଲେ ଯୁବକ। କିନ୍ତୁ ନିଜର ଭୁଲ ହେତୁ ତାଙ୍କର ସମ୍ପୂର୍ଣ୍ଣ ଯୋଜନା ଫେଲ୍‌ ହୋଇଯାଇଥିଲା ଏବଂ ପୋଲିସ ତାଙ୍କୁ ଧରିଥିଲା

kidnap

kidnap

Advertisment

ନୂଆଦିଲ୍ଲୀ: ନିଜ ଅପହରଣର ନିଜେ କରିଥିଲେ ଷଡ଼ଯନ୍ତ୍ର କିନ୍ତୁ ଧରାପଡ଼ିଗଲେ। ନିଜର ଚାକିରି ଯିବା ପରେ ଟଙ୍କାର ଅଭାବ ପାଇଁ ଏମିତି କିଛି ଚିନ୍ତା କରିଥିଲେ ଯୁବକ। କିନ୍ତୁ ନିଜର ଭୁଲ ହେତୁ ତାଙ୍କର ସମ୍ପୂର୍ଣ୍ଣ ଯୋଜନା ଫେଲ୍‌ ହୋଇଯାଇଥିଲା ଏବଂ ପୋଲିସ ତାଙ୍କୁ ଧରିଥିଲା। ଆମେରିକାର ଆରିଜୋନା ରାଜ୍ୟରେ ଖ୍ରୀଷ୍ଟୋଫର ସେଲମାନ ନାମକ ଜଣେ ସନ୍ଦିଗ୍ଧ ୧୦ ହଜାର ୟୁରୋ ଅର୍ଥାତ୍ ପ୍ରାୟ ୧୦,୧୮,୮୮୦ ଟଙ୍କା ପାଇବା ପାଇଁ ଏହି ଷଡଯନ୍ତ୍ର କରିଥିଲେ।

Advertisment

ଆଉ ବ୍ଲାକମେଲିଂ ମାଧ୍ୟମରେ ଟଙ୍କା ନେବାକୁ ଚାହୁଁଥିଲେ। ସ୍ଥିତି ଏମିତି ହୋଇଥିଲା କି ବେକରେ ବ୍ଲେଡ଼୍‌ ଲଗାଇ ଏକ ଅଜଣା ନମ୍ବରରୁ ଫଟୋ ପଠାଯାଇଥିଲା। ଆଉ ଅପହରଣ ସମ୍ପର୍କରେ ମେସେଜ୍‌ ମଧ୍ୟ ଦିଆଯାଇଥିଲା। କୁହାଯାଇଥିଲା କି, ୟାଙ୍କୁ ଆମେ ଅପହରଣ କରିନେଇଛୁ। ଯଦି ଆପଣ ତାଙ୍କୁ ନେବା ପାଇଁ ଇଚ୍ଛା ରଖିଛନ୍ତି ତେବେ ତଳେ ଦିଆଯାଇଥିବା ଆକାଉଣ୍ଟକୁ ଟଙ୍କା ପଠାନ୍ତୁ। ଆଉ ଟଙ୍କା ପଠାଇବା ପରେ ଆମେ ପରବର୍ତ୍ତୀ ମେସେଜ୍‌ ଦେବୁ ବୋଲି କୁହାଯାଇଥିଲା।

Advertisment

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ତାଙ୍କ ସେ ନିଜେ ଏନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏବଂ ତାଙ୍କୁ ବ୍ଲାକମେଲ କରିବାର ଉଦ୍ୟମ ହେଉଥିବା ଅଭିଯୋଗ କରିଥିଲେ। ତେବେ ଷଡଯନ୍ତ୍ରକାରୀମାନେ ଧମକ ପାଇଁ ଇମେଲ ଏବଂ ସୋସିଆଲ ମିଡିଆ ୱେବସାଇଟ୍‌ର ମଧ୍ୟ ଆଶ୍ରୟ ନେଇଥିଲେ। କିନ୍ତୁ ଅପହରଣ ହୋଇଥଇବା ମେସେଜ୍‌କୁ ଦେଖିବା ପରେ ପୋଲିସର ସନ୍ଦେହ ବଢିଥିଲା।

ଆଉ ଏକ୍ସପର୍ଟ୍‌ ଟିମ୍‌ର ସାହାଯ୍ୟ ନେଇ ପୂରା ଘଟଣା ସମ୍ପର୍କରେ ଜାଣିଥିଲା। ପରେ ପୋଲିସ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରିଥିଲା ଏବଂ କାହିଁକି ଏମିତି ଘଟଣା କରିଥିଲେ ବୋଲି ପଚରାଯାଇଥିଲା। ଆଉ ଉତ୍ତର ଯାହା ଆସିଥିଲା ତାହା ଆହୁରି ଆଶ୍ଚର୍ଯ୍ୟଜନକ ଥିଲା। ଷଡ଼ଯନ୍ତ୍ରକାରୀ କହିଥିଲେ, ଚାକିରି ପରେ ଆମକୁ ଟଙ୍କା ଦରକାର ଥିଲା। ତେଣୁ ଆମେ ବାଧ୍ୟ ହୋଇ ଏପରି କରିଛୁ। ତେବେ ଅଭିଯୁକ୍ତମାନେ ଜେଲ୍‌ରେ ଥିବା ସୂଚନା ମିଳିଛି। ଖୁବ୍‌ଶୀଘ୍ର ସେମାନଙ୍କର ଚାର୍ଜସିଟ୍‌ ଫାଇଲ ହେବ ବୋଲି ପୋଲିସ କହିଛି।

Advertisment
Crime America
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ