Advertisment

ତୁର୍କୀରୁ ଆସିଲା ହୃଦୟ ଥରା ଦୃଶ୍ୟ; କନ୍ଦେଇଲା କୁନି ପୁଅର କଥା

ତୁର୍କୀ-ସିରିଆରେ ହୋଇଥିବା ଭୂକମ୍ପର କରୁଣ ପରିସ୍ଥିତି। କେଉଁଠି ପୂରା ପରିବାର ମାଟିରେ ମିଶିଯାଇଛି ତ ପୁଣି କିଏ ବାପା-ମା ଛେଉଣ୍ଡ ହୋଇଯାଇଛି। ସେହିପରି କିଏ ବିଧବା ହୋଇଯାଇଛି ତ ପୁଣି କିଏ ନିଃସନ୍ତାନ ହୋଇ ଆଖିରୁ ଲୁହ ଗଡଉଛି। ଏବେ ଏକ କୁନି ପୁଅର କଥା ସମସ୍ତଙ୍କ ଆଖିକୁ କରୁଛି ଛଳଛଳ।

ଅଦ୍ୟତନ ହୋଇଛି
Turkey Earthquake: Heart-Wrenching Sight From Turkey

A heart-wrenching sight from Turkey

Advertisment

ଫେବୃଆରୀ ୬ ରେ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୩୫ ହଜାରରୁ ଅଧିକ ହୋଇଗଲାଣି। ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବଞ୍ଚିଥିବା ଲୋକଙ୍କୁ ଖୋଜିବାର ସମ୍ଭାବନା ମଧ୍ୟ ଶେଷ ହେଉଛି। ପ୍ରଶାସନ ନିରନ୍ତର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି। ଭାରତ ସମେତ ଅନେକ ଦେଶ ତୁର୍କୀକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ତୁର୍କୀର ଭୂକମ୍ପ ପ୍ରଭାବିତ ସହରଗୁଡ଼ିକର ଦୃଶ୍ୟ ଅତ୍ୟନ୍ତ ଭୟାନକ ପରିସ୍ଥିତିରେ ପହଞ୍ଚିଛି।

Advertisment

ଏଭଳି ପରିସ୍ଥିତିରେ କେଉଁଠି ପୂରା ପରିବାର ମାଟି ତଳେ ମିଶିଯାଇଛି ତ ପୁଣି କିଏ ବାପା-ମା ଛେଉଣ୍ଡ ହୋଇଯାଇଛି। ସେହିପରି କିଏ ବିଧବା ହୋଇଯାଇଛି ତ ପୁଣି କିଏ ନିଃସନ୍ତାନ ହୋଇ ଆଖିରୁ ଲୁହ ଗଡଉଛି। ଏହାରି ଭିତରେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଏହାକୁ ଯିଏ ଦେଖୁଛି ତା ଆଖି ଛଳଛଳ ହୋଇଯାଉଛି।

ଅଧିକ ପଢ଼ନ୍ତୁ: ପ୍ରଳୟଙ୍କାରୀ ଭୂକମ୍ପରେ ତୁର୍କୀ ଛାରଖାର, ଧ୍ୱଂସାବଶେଷ ତଳେ ଏବେ ବି ରାହା ଖୋଜୁଛି ଜୀବନ

Advertisment

ଭାଇରାଲ୍ ହେଉଥିବା ଏହି ଫଟୋ ‘Tanushree Pandey’ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ଶେୟାର ହୋଇଛି। ତନୁଶ୍ରୀ ହେଲେ ଭାରତର ଜଣେ ସାମ୍ବାଦିକ, ଯିଏ କଭରେଜ୍ ପାଇଁ ଘଟଣା ସ୍ଥଳକୁ ଯାଇଥିଲେ। ସେଠାରେ ସେ ଏଭଳି ଏକ ଦୃଶ୍ୟକୁ ସାମ୍ନା କରିଥିଲେ, ଯାହା ଅତ୍ୟନ୍ତ ହୃଦୟ ବିଦାରକ।

ଘଟଣା ସ୍ଥଳରେ ତନୁଶ୍ରୀ ଏକ ଛୋଟ ପିଲାକୁ ଭେଟିଥିଲେ। ଏହି ପିଲାଟି ସହ ମିଶି ସେ କଥା ମଧ୍ୟ ହୋଇଥିଲେ। ତାକୁ ଏକ ଚକୋଲେଟ୍ ମଧ୍ୟ ଦେଇଥିଲେ। ହେଲେ ପିଲାଟି ଚକୋଲେଟ୍‌ଟି ଖାଇସାରିବା ପରେ କାନ୍ଦି କାନ୍ଦି ପଚାରିଥିଲା, ’ମୋ ମାଆ କାଇଁ ?’ ତନୁଶ୍ରୀଙ୍କ ପାଖରେ ଏଇ ପ୍ରଶ୍ନର କିଛି ଉତ୍ତର ନଥିଲା। କାରଣ ପିଲାଟି ଏଭଳି ଏକ ଦୁର୍ଘଟଣାରୁ ଉଦ୍ଧାର ପାଇଯାଇଥିବା ବେଳେ ତା’ ପରିବାରର ପତା ମିଳି ନାହିଁ। 

Advertisment

ଏହି ଦୃଶ୍ୟର ଏକ ଫଟୋକୁ ସେ ନିଜ ଟ୍ୱିଟର୍ ପେଜ୍‌ରେ ଶେୟାର କରି ଲେଖିଛନ୍ତି, “ଆଜିର ଦିନଟି ସମସ୍ତଙ୍କ ପାଇଁ ଭାଲେଣ୍ଟାଇନ୍ ଡେ’। #TurkeyEarthquake ଦେଖିଲି ୩ ବର୍ଷର ଅଲି ଯିଏ ତୁର୍କୀର ଏକ ରିଲିଫ କ୍ୟାମ୍ପରେ ଏକୁଟିଆ ଠିଆ ହୋଇଥିଲା ଆଉ କାନ୍ଦୁଥିଲା। ସେ ୪ ଦିନ ପରେ ଉଦ୍ଧାର ହୋଇଯାଇଛି କିନ୍ତୁ ତା’ ପରିବାର ଏବେ ସୁଦ୍ଧା ନିଖୋଜ। ମୁଁ ତାକୁ କିଛି ଖାଦ୍ୟ ଦେଲି, ଯାହାକୁ ମୁଁ ଭାରତରୁ ଆଣିଥିଲି। ସେ ହସିଦେଲା ଆଉ ଏହାକୁ ଖାଇଲା। ଏହା ପରେ ସେ ମତେ ଚାହିଁଲା ଆଉ ପଚାରିଲା, ମା… ।”

ଏହି ଫଟୋଟି ଶେୟାର ହେବା ପରେ ଅନେକ ଲୋକ ଦୁଃଖ ପ୍ରକାଶ କରିଛନ୍ତି। ଯିଏ ଏହାକୁ ଦେଖୁଛି ତା’ ଆଖି ଲୁହରେ ଭରିଯାଉଛି। ସଞ୍ଜୟ କୁମାର ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ତନୁଶ୍ରୀଙ୍କୁ ପ୍ରଶଂସା କରି ଲେଖିଛନ୍ତି, “ବହୁ ବର୍ଷ ପରେ ମୁଁ ଜଣେ ମାନବିକତା ଥିବା ସାମ୍ବାଦିକଙ୍କୁ ଏଭଳି ଏକ ମର୍ମନ୍ତୁଦ ପରିସ୍ଥିତିରେ ଦେଖିଲି। ସେ ତାଙ୍କ ରିପୋର୍ଟିଂରେ ଅତ୍ୟନ୍ତ ଭାବପୂର୍ଣ୍ଣ କଥା ଭରିଛନ୍ତି। ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ଯିଏ ଏଭଳି ଏକ ଜଟିଳ ପରିସ୍ଥିତିରେ ଜଣେ ମାତୃହରା ପିଲାକୁ ମା’ର ସ୍ପର୍ଶ ଦେଇଛନ୍ତି।”

ସେହିପରି ଆଉ ଜଣେ ଅତ୍ୟନ୍ତ ଭାବପୂର୍ଣ୍ଣ ମତ ଦେଇ କହିଛନ୍ତି, “ତନୁଶ୍ରୀ, ଏହା ପଢି ମୁଁ ଦୁଖିତ। ଅଲିକୁ ଜୋର୍‌ରେ କୁଣ୍ଢେଇ ଧର। ଭଗବାନଙ୍କୁ ପ୍ରାର୍ଥନା କରୁଛି ତାଙ୍କ ପରିବାରକୁ ଶୀଘ୍ର ଉଦ୍ଧାର କରି ପିଲାଟି ପାଖରେ ଛାଡ଼ି ଦିଅନ୍ତୁ। ଯେତେ ସମ୍ଭବ ସେତେ ସମୟ ତୁମେ ତା’ ସହ ରୁହ।”

ଶୁଭମ୍ ସମ୍ଭରକର୍ ନାମକ ଜଣେ ବ୍ୟକ୍ତି ପ୍ରତିକ୍ରିୟାରେ କହିଛନ୍ତି “ଏ ହେଉଛନ୍ତି ଜଣେ ପ୍ରକୃତ ସାମ୍ବାଦିକ ଯିଏ ଆମ ପାଖରେ ବାସ୍ତବ ଚିତ୍ର ପହଞ୍ଚେଇବା ପାଇଁ ଗ୍ରାଉଣ୍ଡରେ ଅଛନ୍ତି। ସେ ଅନ୍ୟମାନଙ୍କ ଭଳି ନୁହଁନ୍ତି, ଯୋଉମାନେ ଏସି ଷ୍ଟୁଡିଓରେ ବସି କେବଳ ଚିତ୍କାର କରନ୍ତି।”

Earthquake Turkey Earthquake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ