ଟ୍ରମ୍ପଙ୍କ ଧମକ
ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଦୀର୍ଘ ଦିନର ସୀମା ସଂଘର୍ଷ ପରେ ଯୁଦ୍ଧ ବନ୍ଦ ହେବ। ଯୁଦ୍ଧ ଦ୍ବାରା କାହାର ଲାଭ ହୁଏ ନାହିଁ, ଏକଥା ଜାଣି ବି ଦୀର୍ଘ ଦିନ ହେବ ଜାରି ରହିଛି ଯୁଦ୍ଧ। ତେବେ ଜରୁରୀକାଳିନ ଭିତ୍ତିରେ ଦୁଇ ରାଷ୍ଟ୍ର ଯୁଦ୍ଧବିରାମ କରିବାକୁ ରାଜି ହୋଇଛନ୍ତି। ମାଲେସିଆର ପ୍ରଧାନମନ୍ତ୍ରୀ ଆନୱାର ଇବ୍ରାହିମ ଯୁଦ୍ଧ ବିରାମ ନେଇ ସୂଚନା ଦେଇଛନ୍ତି। ଯୁଦ୍ଧ ବନ୍ଦ ହେବା ନେଇ ମାଲେସଆ ଜରିଆରେ କଥାବାର୍ତ୍ତା ଚାଲିଛି। ଏଥିରେ କାମ୍ବୋଡିଆର ପ୍ରଧାନମନ୍ତ୍ରୀ ହୁନ ମାନେଟ ଓ ଥାଇଲାଣ୍ଡର ଭାରପ୍ରାପ୍ତ ପ୍ରଧାନମନ୍ତ୍ରୀ ଫୁମଥାମ ୱେଚାୟାଚାଇ ମାଲେସିଆର ପୁତ୍ରଜୟାରେ ମିଳିତ ଭାବେ ଆଲୋଚନା କରିବା ପରେ ଏହି ନିଷ୍କର୍ସ ବାହାରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଯୁଦ୍ଧ ହେବା ଫଳରେ ସୀମାରେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୫ ଥାଇ ସୈନିକ ଆହତ ହୋଇଥିଲେ। ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ଏହି ସଂଘର୍ଷରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଥାଇଲାଣ୍ଡରେ ୧୩ ଜଣ ନାଗରିକ ଓ କାମ୍ବୋଡିଆରେ ୮ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହା ସହିତ ୧.୫ ଲକ୍ଷରୁ ଅଧିକ ଲୋକ ସୀମା ଅଞ୍ଚଳରୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି।
ଟ୍ରମ୍ପଙ୍କ ଧମକ : ଯୁଦ୍ଧ ବନ୍ଦ ନକଲେ ବାଣିଜ୍ୟ ବନ୍ଦ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଥାଇଲାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ଚାଲିଥିବା ବିବାଦରେ ହସ୍ତକ୍ଷେପ କରିଛନ୍ତି । ତୁରନ୍ତ ଯୁଦ୍ଧ ବନ୍ଦ ନ କଲେ ବାଣିଜ୍ୟ କାରବାର ବନ୍ଦ କରିବାକୁ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଦୁଇ ଦେଶର ମୁଖିଆଙ୍କ ସହିତ ଟ୍ରମ୍ପ ଆଲୋଚନା କରିଛନ୍ତି। ଆଲୋଚନା ପରେ ସେ କହିଛନ୍ତି ଯୁଦ୍ଧବିରତି, ଶାନ୍ତି ଏବଂ ସମୃଦ୍ଧି ସ୍ୱାଭାବିକ ଭାବରେ ସମ୍ଭବ ହୋଇପାରିବ। ଯୁଦ୍ଧରେ ସାଧାରଣ ଲୋକ ମରୁଛନ୍ତି। ଏକଥାକୁ ଦୁଇ ରାଷ୍ଟ୍ରର ମୁଖିଆ ଭୁଲିଯିବା ଉଚିତ୍ ନୁହେଁ। ଏହି ଅବସରରେ ଟ୍ରମ୍ପ କହିଛନ୍ତି ଯେ, ବାରମ୍ବାର ଚେଷ୍ଟା କରିବା ପରେ ମେ’ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ବନ୍ଦ କରିବାକୁ ସକ୍ଷମ ହୋଇଥିଲେ। ବିଶ୍ବର ସମସ୍ତ ରାଷ୍ଟ୍ର ଯୁଦ୍ଧରୁ ବିରତ ରହିବା ଆବଶ୍ୟକ ବୋଲି ଟ୍ରମ୍ପ କହିଛନ୍ତି।
କାହିଁକି ଆରମ୍ଭ ହେଲା ଥାଇଲାଣ୍ଡ-କାମ୍ବୋଡିଆ ସଂଘର୍ଷ
୮ଶହ ବର୍ଷର ପୁରୁଣା ଦୁଇ ଶିବ ମନ୍ଦିରକୁ ନେଇ ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ସଙ୍ଘର୍ଷ ଜାରି ରହିଛି । ଏହି ସଙ୍ଘର୍ଷରେ ଏ ପର୍ଯ୍ୟନ୍ତ ୩୪ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ସଂଘର୍ଷର ମୂଳ କାରଣ ୮୧୭ କିଲୋମିଟର ସୀମାରେ ଥିବା କେତେକ ବିବାଦୀୟ ଅଞ୍ଚଳକୁ ନେଇ ରହିଛି। ବିଶେଷତଃ ପ୍ରେହ ଭିହାର ଓ ତା ମୁଏନ ଥୋମ ମନ୍ଦିର ନେଇ ଉଭୟ ଦେଶ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ରହିଆସିଛି। ୧୯୬୨ରେ ଆନ୍ତର୍ଜାତୀୟ ନ୍ୟାୟାଳୟ ପ୍ରେହ ବିହାରକୁ କାମ୍ବୋଡିଆର ଅଧିକାରରେ ଦେଇଥିଲା। କିନ୍ତୁ ଥାଇଲାଣ୍ଡ ଏହାକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରି ନାହିଁ। ଏହି ସଂଘର୍ଷ ଫଳରେ ୨ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି ।
ତେବେ ଶେଷରେ ଏତିକି କୁହାଯାଇପାରେ, ଦୁଇ ରାଷ୍ଟ୍ର ଯୁଦ୍ଧରୁ ନିବୃତ୍ତ ରହି ଦେଶର ଲୋକ ଏବଂ ଅର୍ଥନୈତିକ ବିକାଶଧାରାରେ ସାମିଲ୍ ହୁଅନ୍ତୁ। ବିକାଶ ପାଇଁ ସରକାର ଦୀର୍ଘସୂତ୍ରୀ ବ୍ୟବସ୍ଥା କରିବାର ସମୟ ଏବେ ଅବତୀର୍ଣ୍ଣ। ଏ ଦୁର୍ଦିନ ଚାଲିଯିବ, ପୁଣି ଥରେ ସମସ୍ତଙ୍କ ମନରେ ବିଷାଦ ନୁହେଁ, ହସଖୁସିର ଫୁଲ ଉଠିବ। ସମଗ୍ର ବିଶ୍ବ ହେବ ଯୁଦ୍ଧ ମୁକ୍ତ।
Email id : serveforthenation@gmail.com
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753779001.jpg)