Advertisment

ଋଷିଆ ୟୁନିଭର୍ସିଟିରେ ଗୁଳିମାଡ଼: ୮ ଛାତ୍ର ମୃତ, ଜୀବନ ବଞ୍ଚାଇବାକୁ ଝରକା ଦେଇ ତଳକୁ ଡେଇଁଲେ ଛାତ୍ରଛାତ୍ରୀ

ଋଷିଆର ପର୍ମ ଷ୍ଟେଟ୍‌ ୟୁନିଭର୍ସିଟି(Perm State University)ରେ ଜଣେ ବନ୍ଧୁକଧାରୀର ଆଖୁବୁଜା ଗୁଳିମାଡ଼ରେ ୮ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି।

Shooting At Russia University

Shooting At Russia University

Advertisment

ମସ୍କୋ: ଋଷିଆର ପର୍ମ ଷ୍ଟେଟ୍‌ ୟୁନିଭର୍ସିଟି(Perm State University)ରେ ଜଣେ ବନ୍ଧୁକଧାରୀର ଆଖୁବୁଜା ଗୁଳିମାଡ଼ରେ ୮ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀର ନାଁ ତିମୁର ବେକ୍‌ମାଂସୁରୋଭ ବୋଲି ଜଣାପଡ଼ିଛି। ଆକ୍ରମଣ ପଛରେ ତାଙ୍କର ଉଦ୍ଦେଶ୍ୟ କ’ଣ ଥିଲା, ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନି। 

Advertisment

ସୂଚନା ଅନୁସାରେ, ବିଶ୍ୱବିଦ୍ୟାଳୟର ସମ୍ପୃକ୍ତ ବ୍ୟକ୍ତି ଅଚାନକ୍ ବନ୍ଧୁକ ଧରି କ୍ୟାମ୍ପସ୍ ଭିତରକୁ ପ୍ରବେଶ କରିଥିଲେ। ଆଉ ତା’ ପରେ ଆଖିବୁଜା ଗୁଳିମାଡ଼ କରିଥିଲେ। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ବିଶ୍ୱବିଦ୍ୟାଳୟରେ ସେ ଆତଙ୍କ ଖେଳାଇଥିଲା। ପୋଲିସ୍ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ତାଙ୍କୁ ନିପାତ କରିଥିଲା।

Advertisment

ବନ୍ଧୁକଧାରୀର ଗୁଳିମାଡ଼ରେ ଆତଙ୍କିତ ହୋଇ କିଏ ଛାତରୁ ତ ଆଉ କିଏ ଝରକାରୁ, ଯିଏ ଯେମିତି ପାରିଲା ସେମିତି ବିଶ୍ୱବିଦ୍ୟାଳୟରୁ ବାହାରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ, ଅଧ୍ୟାପକମାନେ ନିଜ ଜୀବନ ବଞ୍ଚାଇବାକୁ ଝରକା ଦେଇ ତଳକୁ ଡେଉଁ ଥିବା ଦେଖିବାକୁ ମିଳିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ବିଶ୍ୱବିଦ୍ୟାଳୟରୁ ବାହାରକୁ ବାହାରିବା ପାଇଁ ଏମାନେ କୌଣସି ବି ବିପଦକୁ ଡରି ନଥିଲେ। ସେହି ସମୟର ଏହି ଦୃଶ୍ୟ ଯେତେ ହୃଦୟବିଦାରକ ଥିଲା, ସେତେ ଭୟାନକ ମଧ୍ୟ ଥିଲା। ଘଟଣା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Advertisment
Russia University Shoot At Russia University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ