Advertisment

ଚର୍ଚ୍ଚାରେ ବାଳକ : ୭ ବର୍ଷ ବୟସରେ ତିଆରି କରିଦେଲେ ବ୍ୟାଙ୍କ

ସମସ୍ତେ ଜାଣନ୍ତି ଯେ ଛୋଟ ପିଲାମାନେ ପାଠ ପଢା ସହ ଖେଳ କୁଦ କରନ୍ତି। ବେପାର ବଣିଜ କିମ୍ବା ସମାଜ ଚିନ୍ତା ଏମାନଙ୍କ ପାଖରେ ନ ଥାଏ। କିନ୍ତୁ ଏହି କଥାକୁ ଭୁଲ୍ ବୋଲି ପ୍ରମାଣ କରି ଦେଖେଇଛନ୍ତି ଜଣେ ୭ ବର୍ଷର ବାଳକ। ଏହି ବୟସରେ ସେ ଏକ ବ୍ୟାଙ୍କର ମାଲିକ ହୋଇ ପାରିଛନ୍ତି। ଛୋଟ ପିଲାଙ୍କ ପାଇଁ ସେ ଖୋଲିଛନ୍ତି ଏକ ନିଆରା ବ୍ୟାଙ୍କ୍‌।

ଅଦ୍ୟତନ ହୋଇଛି
7 year old boy started bank for children

7 year old boy started bank for children

Advertisment

ଯଦି ଆପଣଙ୍କୁ ପଚରାଯାଏ ସାଧାରଣତଃ ଜଣେ ୭ ବର୍ଷର ପିଲାଟିଏ କ’ଣ କରେ? ତେବେ ଉତ୍ତର ନିଶ୍ଚିତ ଏହା ହିଁ ଆସିବ ଯେ ସେ ନିଶ୍ଚିତ ପଢାପଢି କରୁଥିବ, କାର୍ଟୁନ୍ ଦେଖୁଥିବ, ସାଙ୍ଗସାଥୀଙ୍କ ସହ ଖେଳୁଥିବ। ଆଜିକାଲି ତ ଅନେକ ବିନା ମୋବାଇଲ୍ ଦେଖି ଦେଖି ସବୁ ସମୟ ସାରୁଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପିଲା ବିଷୟରେ କହିବାକୁ ଯାଉଛୁ ଯିଏ ଏକ ବିରାଟ ବଡ କାମ କରି ଦେଖେଇ ଦେଇଛନ୍ତି। ୭ ବର୍ଷର ଏହି ପିଲାଟି ୭ କୋଟି ମୁଣ୍ଡର କାମ କରିଛନ୍ତି। ସେ ନିଜ ପରି ଅନ୍ୟ ପିଲାମାନଙ୍କ ପାଇଁ ଏକ ବ୍ୟାଙ୍କ୍‌ ଖୋଲି ଦେଇଛନ୍ତି। ତାଙ୍କର ଏହି କାମ ଯୋଗୁଁ ସେ ବର୍ତ୍ତମାନ ସାରା ବିଶ୍ୱରେ ପରିଚିତ।

Advertisment

ପେରୁରେ ରହୁଥିବା ଜୋସ୍‌ ଯେତେବେଳେ ୭ ବର୍ଷର ଥିଲେ ସେତେବେଳେ ସେ ପିଲାମାନଙ୍କ ପାଇଁ ଏକ ବ୍ୟାଙ୍କ୍ ଖୋଲିଥିଲେ। ବର୍ତ୍ତମାନ ତାଙ୍କୁ ୧୩ ବର୍ଷ ହୋଇଥିବାବେଳେ ତାଙ୍କ ବ୍ୟାଙ୍କ୍‌ରେ ୨ ହଜାରରୁ ଅଧିକ ବାଳକ ସଦସ୍ୟ ଯୋଗ ଦେଇଛନ୍ତି। ଯେତେବେଳେ ଜୋସ୍ ତାଙ୍କ ବୟସର ପିଲାମାନଙ୍କୁ ଆଜେବାଜେ ଜିନିଷରେ ଟଙ୍କା ଖର୍ଚ୍ଚ କରୁଥିବା ଦେଖୁଥିଲେ, ସେତେବେଳେ ସେ ନିଜକୁ ଖରାପ ଅନୁଭବ କରୁଥିଲେ। ସେ ଚାହୁଁଥିଲେ ଯେ ଟଙ୍କାକୁ କିପରି ସଠିକ୍ ଭାବରେ ବ୍ୟବହାର କରାଯାଏ ସେ ସେମାନଙ୍କୁ ଶିଖେଇବେ।

Advertisment

ତେଣୁ ସେ ଏକ ବ୍ୟାଙ୍କ୍‌ ଆରମ୍ଭ କରିବାକୁ ଯୋଜନା କଲେ। ରେମେଜ୍‌ଲା ୱେବ୍‌ସାଇଟ୍ ଅନୁଯାୟୀ, ଯେତେବେଳେ ଜୋସ୍ ତାଙ୍କ ଶିକ୍ଷକମାନଙ୍କୁ ଏହି ଯୋଜନା ବିଷୟରେ କହିଥିଲେ ସେମାନେ ତାଙ୍କୁ ପାଗଳ ବୋଲି ଭାବିଥିଲେ। ତାଙ୍କ କହିବାନୁସାରେ, ଏହି ସବୁ କାମ କରିବାକୁ ଏହିପରି ଛୋଟ ପିଲାମାନେ ନାହାଁନ୍ତି। ଜୋସ୍‌ କହିଛନ୍ତି- “ଲୋକମାନେ ଏହା ଭୁଲିଯାଉଛନ୍ତି ଯେ ଆମେ ଦେଶର ଭବିଷ୍ୟତ ନୁହେଁ, ବର୍ତ୍ତମାନ।”

ଏହି ବ୍ୟାଙ୍କ୍‌ର କାମ ବିନିମୟରେ ଚାଲିଥାଏ। ପିଲାମାନେ ସଂଗୃହିତ ଅଳିଆକୁ ବ୍ୟାଙ୍କ୍‌କୁ ଆଣିଥାନ୍ତି। ଏହାକୁ ବ୍ୟାଙ୍କ୍‌ ଏକ ରିସାଇକ୍ଲିଂ କମ୍ପାନୀକୁ ଦେଇଥାଏ। ଏହି ବର୍ଜ୍ୟବସ୍ତୁକୁ ବିଭିନ୍ନ ଜିନିଷ ତିଆରି କରିବାରେ ବ୍ୟବହାର କରାଯାଏ। କମ୍ପାନୀରୁ ପ୍ରାପ୍ତ ଟଙ୍କାକୁ ବ୍ୟାଙ୍କ୍‌ ଗ୍ରାହକଙ୍କ ଆକାଉଣ୍ଟରେ ରଖିଥାଏ, ଯାହା ସେମାନଙ୍କ ଆକାଉଣ୍ଟ୍‌ରେ ସଞ୍ଚୟର ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ପହଞ୍ଚିବା ପରେ ହିଁ ସେମାନେ ଉଠାଇ ପାରିବେ। କେବଳ ବ୍ୟାଙ୍କ୍‌ର ଗ୍ରାହକମାନେ ହିଁ ସେମାନଙ୍କ ଆକାଉଣ୍ଟ ପରିଚାଳନା କରିପାରିବେ। ଏହିପରି ଭାବରେ ଜୋସ୍ ଅଳ୍ପ ବୟସରେ ଛାତ୍ରମାନଙ୍କ ମଧ୍ୟରେ ସଞ୍ଚୟ କରିବାର ଏକ ଭାବନାକୁ ବିକଶିତ କରିଥିଲେ ଏବଂ ପରିବେଶକୁ ସଫା ରଖିବା ପାଇଁ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଥିଲେ।

Advertisment

ଜୋସ୍ ତାଙ୍କ ବ୍ୟାଙ୍କ୍‌ ପାଇଁ ଅନେକ ପୁରସ୍କାର ମଧ୍ୟ ଗ୍ରହଣ କରିଛନ୍ତି। ପେରୁ ସଂସଦ ପରିବେଶ କ୍ଷେତ୍ରରେ ତାଙ୍କୁ ଜାତୀୟ ସ୍ୱେଚ୍ଛାସେବୀ ପୁରସ୍କାର ପ୍ରଦାନ କରିଥିବାବେଳେ ୨୦୧୫ରେ ରାଣୀ ଏଲିଜାବେଥ୍ ଦ୍ୱିତୀୟ ଏବଂ ମିଳିତ ଜାତିସଂଘ ମଧ୍ୟ ଜୋସ୍‌ଙ୍କୁ ତାଙ୍କ କାର୍ଯ୍ୟ ପାଇଁ ପୁରସ୍କୃତ କରିଥିଲେ। ବର୍ତ୍ତମାନ ଜୋସ୍ ତାଙ୍କ ଦେଶର ବିଭିନ୍ନ ବ୍ୟାଙ୍କ୍‌ ସହ ଅଂଶିଦାରୀ ହେବାକୁ ଯୋଜନା କରିଛନ୍ତି।

Talented Child Peru
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ