Advertisment

କାବୁଲ ଏୟାରପୋର୍ଟରେ ହୃଦୟଥରା ଦୃଶ୍ୟ: ଦଳାଚକଟାରେ ବାପାମା’ଙ୍କଠୁ ଅଲଗା ହୋଇଗଲା ୭ ମାସର ଶିଶୁ

ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ ଫେରିବା ପରେ ଅନେକ ଛାତି ଥରାଇ ଦେବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି। କିଏ ଭୟଭୀତ ଅବସ୍ଥାରେ ଅଛନ୍ତି ତ ଆଉ କିଏ ଜୀବନ ବଞ୍ଚାଇବା ଲାଗି ଦେଶ ଛାଡ଼ି ଚାଲି ଯାଉଛନ୍ତି।

ଅଦ୍ୟତନ ହୋଇଛି
କାବୁଲ ଏୟାରପୋର୍ଟରେ ହୃଦୟଥରା ଦୃଶ୍ୟ: ଦଳାଚକଟାରେ ବାପାମା’ଙ୍କଠୁ ଅଲଗା ହୋଇଗଲା ୭ ମାସର ଶିଶୁ

Afghanistan kid

Advertisment

କାବୁଲ: ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ ଫେରିବା ପରେ ଅନେକ ଛାତି ଥରାଇ ଦେବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି। କିଏ ଭୟଭୀତ ଅବସ୍ଥାରେ ଅଛନ୍ତି ତ ଆଉ କିଏ ଜୀବନ ବଞ୍ଚାଇବା ଲାଗି ଦେଶ ଛାଡ଼ି ଚାଲି ଯାଉଛନ୍ତି। ଆଉ କିଏ ତାଲିବାନଙ୍କ ଗୁଳିମାଡ଼ ଖାଇ ସବୁଦିନ ପାଇଁ ଦୁନିଆକୁ ଅଲ୍‌ବିଦା କହିଛନ୍ତି। କାହାର ସଂସାର ଉଜୁଡ଼ି ଯାଇଛି ତ ଆଉ କିଏ ଅନାଥ ହୋଇଯାଇଛି, ଏଭଳି ଅନେକ ଦୁଃଖଦ ଘଟଣା ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି।  ଲୋକଙ୍କୁ ଆତଙ୍କିତ କରି ରଖିଥିବା ତାଲିବାନୀଙ୍କ ଶାସନରେ ରହିବା ଅପେକ୍ଷା ଦେଶ ଛାଡ଼ି ଚାଲିଯିବା ଶ୍ରେୟସ୍କର ବୋଲି ଲୋକେ ଭାବି ନେଇଛନ୍ତି। ଏପରିକି ଜୀବନ ଜିଇଁବାର ଆଶାରେ ଲୋକମାନେ ବିମାନରେ ଓହଳି  ଯାଉଥିବା ଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। 

Advertisment

କାବୁଲ ବିମାନ ବନ୍ଦରେ ଏତେ ଲୋକଭିଡ ହୋଇଛି ଯେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ଏସବୁ ଭିତରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କାବୁଲ ବିମାନ ବନ୍ଦରରେ ଲୋକଙ୍କ ଦଳାଚକଟା ମଧ୍ୟରେ ଏକ ୭ ମାସର ଶିଶୁ ବାପାମା’ଙ୍କ ଠାରୁ ଅଲଗା ହୋଇଯାଇଛି । ଏୟାରପୋର୍ଟରେ ବାପାମା’ଙ୍କ ଠାରୁ ଅଲଗା ହୋଇଯାଇଥିବା ଏହି ଶିଶୁର ଦେଖାଶୁଣା ଏବେ ଏୟାରପୋର୍ଟ ଷ୍ଟାଫ୍‌ କରୁଛନ୍ତି। ଶିଶୁଟିର ପରିବାରକୁ ଖୋଜିବା ଲାଗି ପ୍ରାୟସ ଜାରି ରହିଛି। 

ସୂଚନା ଅନୁସାରେ, ଶିଶୁଟିର ପରିବାର ସଦସ୍ୟ କାବୁଲର ପିଡି-୫ରେ ରୁହନ୍ତି। ଶିଶୁଟିର ଫଟୋ ସୋସିଆଲ ମିଡିଆରେ ଅନେକ ଲୋକ ଶେଆର କରିଛନ୍ତି। ଶିଶୁଟିକୁ ତାଙ୍କର ବାପାମା’ଙ୍କ ସହ ଭେଟ କରାଇବା ଲାଗି ଲୋକମାନେ ଅପିଲ୍‌ କରିଛନ୍ତି। ଏଭଳି ଘଟଣାକୁ ନେଇ ଅନେକ ଲୋକ ତାଲିବାନକୁ ଦାୟୀ କରିଛନ୍ତି। 

Advertisment

ଆଫଗାନିସ୍ତାନ ଉପରେ କବଜା କରିବା ପରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରି ଅନ୍ତର୍ଜାତୀୟ ସମୂହଠାରୁ ସ୍ୱୀକୃତି ଚାହିଁଛି। ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ଦି କହିଛନ୍ତି, ତାଲିବାନକୁ ସମସ୍ତ ଦେଶ ବିଶ୍ୱାସକୁ ନେବା ଉଚିତ। ଆଫଗାନିସ୍ତାନରେ ଥିବା ସମସ୍ତ ଦେଶର ଦୂତାବାସ ଉପରେ ବିପଦ ନଥିବା ସ୍ପଷ୍ଟ କରିଛି ତାଲିବାନ। ଖାଲି ସେତିକି ନୁହେଁ, ଆଫଗାନିସ୍ତାନରେ ମହିଳାଙ୍କ ଉପରେ କୌଣସି ପ୍ରକାରର ନିର୍ଯାତନା ହେବାକୁ ଦେବନି ତାଲିବାନ। ସ୍କୁଲ ଏବଂ ହସପିଟାଲରେ ମହିଳାଙ୍କୁ କାମ କରିବାକୁ ଅଧିକାର ମିଳିବ। ସେମାନଙ୍କ ମଧ୍ୟରେ କୌଣସି ଭେଦଭାବ କରାଯିବନି। 

Advertisment
Afghanistan Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ