Advertisment

ସକାଳୁ ସକାଳୁ ବଡ଼ଧରଣର ଭୂକମ୍ପ ଝଟ୍‌କା, ଆସିପାରେ ଭୟଙ୍କର ସୁନାମି

ପୂର୍ବ ଇଣ୍ଡୋନେସିଆରେ ମଙ୍ଗଳବାର ଏକ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୭.୩ ରେକର୍ଡ କରାଯାଇଛି। ଭୂକମ୍ପ ଝଟ୍‌କା ପରେ ଭୟଙ୍କର ସୁନାମି ଆସିବାର ଆଶଙ୍କା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି।

ଅଦ୍ୟତନ ହୋଇଛି
Earthquake

Earthquake

Advertisment

ଜାକର୍ତ୍ତା: ପୂର୍ବ ଇଣ୍ଡୋନେସିଆରେ ମଙ୍ଗଳବାର ଏକ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ୟୁଏସ୍‌ ଜିଓଲୋଜିକାଲ୍‌ ସର୍ଭେ(USGS) ଅନୁସାରେ, ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୭.୩ ରେକର୍ଡ କରାଯାଇଛି। ଭୂକମ୍ପ ଝଟ୍‌କା ପରେ ଭୟଙ୍କର ସୁନାମି ଆସିବାର ଆଶଙ୍କା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି।

Advertisment

ନ୍ୟାସନାଲ୍‌ ସେଣ୍ଟର ଫର୍‌ ସିସ୍ମୋଲୋଜି ଅନୁସାରେ, Maumere ସହରର ଉତ୍ତର ଦିଗରୁ ୧୦୦ କି.ମି. ଦୂରରେ ଭୂକମ୍ପର କେନ୍ଦ୍ର ସ୍ଥଳ ବୋଲି ଜଣାପଡ଼ିଛି। ଭୂକମ୍ପର ଗଭୀରତା ସମୁଦ୍ରରେ ୧୮.୫ କି.ମି. ଥିଲା। ସ୍ଥାନୀୟ ସମୟାନୁସାରେ, ଭୋର ୩ଟା ୨୦ ମିନିଟ୍‌ରେ ଏହି ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। 

USGS ଅନୁସାରେ, ବର୍ତ୍ତମାନ ସୁଦ୍ଧା ଭୂକମ୍ପ ଝଟ୍‌କା କ’ଣ କ୍ଷୟକ୍ଷତି ହୋଇଛି, ତାହା ଜଣାପଡ଼ିନି। କିନ୍ତୁ ସୁନାମି ଓ ଭୂସ୍ଖଳନ ବ୍ୟାପକ କ୍ଷୟକ୍ଷତି ଘଟାଇବାର ସମ୍ଭାବନା ରହିଛି। ଫ୍ୟାସିଫିକ ସୁନାମି ୱାର୍ଣ୍ଣିଂ ସେଣ୍ଟର ପକ୍ଷରୁ କୁହାଯାଇଛି, ଭୂକମ୍ପର କେନ୍ଦ୍ର ସ୍ଥଳ ଠାରୁ ୧,୦୦୦ କିମି ଅଞ୍ଚଳ ଯାଏ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ବଡ଼ବଡ଼ ଢେଉ ମାଡ଼ି ଆସିବାର ଆଶଙ୍କା ରହିଛି। ତେଣୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Advertisment

ସୂଚନାଥାଉ କି, ୨୦୦୪ରେ ଇଣ୍ଡୋନେସିଆର ସୁମାତ୍ରାରେ ୯.୧ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଶକ୍ତିଶଳୀ ଏହି ଭୂକମ୍ପରେ ଏତେ ଭୟଙ୍କର ଥିଲା ଯେ, ଏହା ଯୋଗୁ ସୁନାମି ମଧ୍ୟ ଆସିଥିଲା। ଏଥିରେ ପାଖାପାଖି ୨,୨୦,୦୦୦ ଲୋକଙ୍କ ଜୀବନ ଚାଲି ଯାଇଥିଲା।

ସେହିପରି ୨୦୧୮ରେ ଲୋମବକ ଦ୍ୱୀପରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଏଥିରେ ୫୫୦ ଜଣଙ୍କ ଜୀବନ ଯାଇଥିଲା। ଗତବର୍ଷ Paluରେ ୭.୫ ତୀବ୍ରତାର ଭୂକମ୍ପ ପରେ ସୁନାମି ଆସିଥିଲା। ଏଥିରେ ୪,୩୦୦ ଜଣ ଲୋକ ମୃତ୍ୟୁ କିମ୍ବା ନିଖୋଜ ହୋଇଯାଇଥିଲେ।

Advertisment
Earthquake Indonesia Tsunami Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ