Advertisment

ବ୍ୟସ୍ତବହୁଳ ରାସ୍ତାରେ ଭୟଙ୍କର ବିସ୍ଫୋରଣ, ୬ ମୃତ

ତୁର୍କୀର ଅନ୍ୟତମ ପ୍ରମୁଖ ସହର ଇସ୍ତାନବୁଲ୍‌ରେ ଭୟଙ୍କର ବିସ୍ଫୋରଣ ହୋଇଛି। ଗତକାଲି ବ୍ୟସ୍ତବହୁଳ ସଡ଼କରେ ଏହି ବିସ୍ଫୋରଣ ଘଟିଛି।

ଅଦ୍ୟତନ ହୋଇଛି
Istanbul Street Blast

6 Killed In Istanbul Street Blast

Advertisment

ତୁର୍କୀର ଅନ୍ୟତମ ପ୍ରମୁଖ ସହର ଇସ୍ତାନବୁଲ୍‌ରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୧ ଜଣ ଆହତ ହୋଇଛନ୍ତି। ଗତକାଲି ବ୍ୟସ୍ତବହୁଳ ସଡ଼କରେ ଏହି ବିସ୍ଫୋରଣ ଘଟିଛି। ସେଠାକାର ସ୍ଥାନୀୟ ସମୟ ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ଇସ୍ତାନବୁଲ୍‌ ମଝିରେ ଥିବା ଇସ୍ତିକଲାଲ୍‌ ଆଭିନ୍ୟୁରେ ବ୍ୟସ୍ତବହୁଳ ପେଡେଷ୍ଟ୍ରିଆନ୍‌(ପଥଚାରୀ) ଷ୍ଟ୍ରିଟ୍‌ରେ ଏହି ବିସ୍ଫୋରଣ ଘଟିଥିଲା। ଘଟଣାର ଦିନକ ପରେ ଅର୍ଥାତ୍‌ ଆଜି ଜଣେ ସନ୍ଦିଗ୍ଧକୁ ଗିରଫ କରାଯାଇଛି।

Advertisment

ଏହି ସଡ଼କର ଉଭୟ ପାର୍ଶ୍ୱରେ ବହୁ ଦୋକାନ ଥିବାରୁ ସେଠାରେ ସବୁବେଳେ ଗହଳିଚହଳି ଲାଗି ରହିଥାଏ। ଗୋଟିଏ ସ୍ଥାନରେ ପୂର୍ବରୁ ବୋମା ଖଞ୍ଜା ଯାଇଥିବା ଏବଂ ତାହା ବିସ୍ଫୋରଣ ହେଉଥିବା ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି। ବିସ୍ଫୋରଣ ବେଳର ଏକାଧିକ ଭିଡିଓ ଓ ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

୨୦୧୫-୧୬ରେ ଇସ୍ତାନବୁଲ୍‌ରେ ଆତଙ୍କୀ ସଂଗଠନ ISIS ଦ୍ୱାରା ସିରିଜ୍ ଆକ୍ରମଣ ହୋଇଥିଲା। ଏଥିରେ ଇସ୍ତିକଲାଲ୍‌ ଆଭିନ୍ୟୁ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ଗତକାଲିର ‌ଆକ୍ରମଣ ପଛରେ କାହାର ହାତ ରହିଛ, ସେନେଇ ସସ୍‌ପେନ୍ସ ଲାଗି ରହିଛି। ତେବେ ଏଥିରେ ଆତଙ୍କବାଦୀ ସଂଗଠନର ହାତ ଥିବା ସନ୍ଦେହ କରାଯାଉଛି। 

Advertisment
Bomb Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ