Advertisment

ଗାଁରେ ପଶି ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼; ଚାଲିଗଲା ୪୦ ଜୀବନ

ନାଇଜେରିଆର ଉତ୍ତର-ମଧ୍ୟସ୍ଥିତ ପଠାରୀ ରାଜ୍ୟରେ ଏହି ଅଘଟଣ ଘଟିଛି। ସେଠାରେ ପଶୁପାଳକ ଏବଂ କୃଷକଙ୍କ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି।

Firing

Firing

Advertisment

ନାଇଜେରିଆର ଏକ ଗାଁରେ ପଶି ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼। ଗୁଳିମାଡ଼ରେ ୪୦ ଜଣଙ୍କ ମୃତ୍ୟୁ, ଘର ଜାଳିଦେଲେ ଦୁର୍ବୃତ୍ତ। ନାଇଜେରିଆ ପୋଲିସ ଗୁଳିରେ ୭ ବନ୍ଧୁକଧାରୀ ନିହତ ହୋଇଛନ୍ତି। ପଶୁପାଳକ ଏବଂ କୃଷକଙ୍କ ମଧ୍ୟରେ ବିବାଦକୁ ନେଇ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି।

Advertisment

ନାଇଜେରିଆର ଉତ୍ତର-ମଧ୍ୟସ୍ଥିତ ପଠାରୀ ରାଜ୍ୟରେ ଏହି ଅଘଟଣ ଘଟିଛି। ସେଠାରେ ପଶୁପାଳକ ଏବଂ କୃଷକଙ୍କ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି। ପଠାରୀ ରାଜ୍ୟର ପୋଲିସ୍‌ ପ୍ରବକ୍ତାଙ୍କ ସୂଚନା ଅନୁଯାୟୀ, ପଠାରୀ ବଙ୍ଗଲାଲା ଜଙ୍ଗଲରେ ସୁରକ୍ଷା ଏଜେଣ୍ଟଙ୍କ ଆକ୍ରମଣ ଯୋଗୁ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ବାଇକ୍‌ରେ ପଳାୟନ କରିଥିଲେ। ସେମାନେ ରାତି ଅଧରେ ଜୁରାକ ଓ ଡାକାଇ ଗାଁରେ ପଶି ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ୪୦ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ଥିବା ଜଣାଯାଇଛି।

ସୁରକ୍ଷା କର୍ମୀ ସେଠାରେ ପହଞ୍ଚି ଦୁର୍ବୃତ୍ତଙ୍କ ଉପରକୁ ପାଲଟା ଗୁଳି ଚାଳନା କରିଥିଲେ। ସୁରକ୍ଷା କମର୍ମୀଙ୍କ ଆକ୍ରମଣରେ ୭ ଦୁର୍ବୃତ୍ତଙ୍କ ମୃତ୍ୟୁ ଘଟିଛି। ଦୁର୍ବୃତ୍ତମାନେ ଗୁଳି ଫୁଟାଇବା ପରେ ବନ୍ଧୁକ ମୁନରେ ବହୁ ଲୋକଙ୍କୁ ଅପହରଣ କରିବା ସହ ବହୁତ ଘରେ ନିଆଁ ଲଗାଇ ଦେଇଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ସମଗ୍ର ନାଇଜେରିଆରେ ଚାଞ୍ଚଲ୍ୟ ଖେଳିଯାଇଛି।

Advertisment

ନାଇଜେରିଆର ଅଧିକାଂଶ ଅଞ୍ଚଳରେ ଆତଙ୍କବାଦୀମାନେ ସକ୍ରିୟ ଥିବା ବେଳେ ସେମାନେ ଗାଁରେ ପଶି ବନ୍ଧୁକ ମୁନରେ ଲୁଟ୍‌, ଅପହରଣ କରିବାକୁ ପଛାଉ ନାହାନ୍ତି। ଅର୍ଥ ଯୋଗାଡ଼ ନିମନ୍ତେ ସେମାନେ ବିଭିନ୍ନ ସମୟରେ ହିଂସାତ୍ମକ କାଣ୍ଡ ଘଟାଉଥିବା ବେଳେ ସେଠାକାର ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି।

Crime Firing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ