Advertisment

ଆପାର୍ଟମେଣ୍ଟରୁ ମିଳିଲା ଟେକ୍‌ CEOଙ୍କ ମୃତଦେହ, ଫୋବର୍ସ ତାଲିକାରେ ଥିଲା ନାଁ...

ଆପାର୍ଟମେଣ୍ଟରୁ ମିଳିଲା ଟେକ୍‌ ସିଇଓଙ୍କ ମୃତଦେହ। ତାଙ୍କ ମୁଣ୍ଡରେ ଆଘାତ ଚିହ୍ନଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣେ ୩୨ ବର୍ଷୀୟ ଯୁବକଙ୍କ ଉପରେ ସନ୍ଦେହ କରାଯାଉଛି।

26 Year Old Tech CEO Found Dead At Apartment In US

26 Year Old Tech CEO Found Dead At Apartment In US

Advertisment

ଆପାର୍ଟମେଣ୍ଟରୁ ମିଳିଲା ଟେକ୍‌ ସିଇଓଙ୍କ ମୃତଦେହ। ସୋମବାର ଦିନ ଆମେରିକାରେ ୨୬ ବର୍ଷୀୟା ଟେକ୍‌ ସିଇଓଙ୍କ ମୃତଦେହ ଆପାର୍ଟମେଣ୍ଟରୁ ଉଦ୍ଧାର କରାଯାଇଛି। ତାଙ୍କ ମୁଣ୍ଡରେ ଆଘାତ ଚିହ୍ନଥିବା ଦେଖିବାକୁ ମିଳିଛି। ବାଲ୍ଟିମୋର୍‌ ପୋଲିସ୍‌ ବିଭାଗ(BPD)ର କହିବା ଅନୁସାରେ, ଇକୋମ୍ୟାପ୍‌ ଟେକ୍ନୋଲୋଜି କମ୍ପାନୀର ସହ-ସଂସ୍ଥପକ ପାଭା ଲାପରେଙ୍କ ମୃତଦେହ ଡାଉନ୍‌ଟାଉନ୍‌ ବାଲ୍ଟିନୋର ଆପାର୍ଟମେଣ୍ଟରୁ ମିଳିଛି। ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣେ ୩୨ ବର୍ଷୀୟ ଯୁବକଙ୍କ ଉପରେ ସନ୍ଦେହ କରାଯାଉଛି।

Advertisment

ମୁଣ୍ଡରେ ରହିଛି ଅନେକ ଆଘାତ ଚିହ୍ନ...

ପୋଲିସ୍‌ କମିଶନର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଜାସନ୍‌ ଡିନ୍‌ ବିଲିଂସ୍‌ଲେଙ୍କୁ ଧରିବା ପାଇଁ ଛାନ୍‌ଭିନ୍‌ ଚାଲିଛି। ପାଭା ଲାପରେଙ୍କ ମୃତ୍ୟୁ ନେଇ ସୋମବାର ସକାଳ ସାଢ଼େ ୧୧ଟାରେ ପୋଲିସ୍‌କୁ ଖବର ମିଳିଥିଲା। ଖବରପାଇ ତୁରନ୍ତ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲାପରେଙ୍କ ମୃତଦେହ ମୃତଦେହ ଉଦ୍ଧାର କରିଥିଲା। ତଦନ୍ତ ପରେ ତାଙ୍କ ମୁଣ୍ଡରେ ଅନେକ ଆଘତ ଚିହ୍ନ ଥିବା ଦେଖିବାକୁ ମିଳିଛି।

ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। 

Advertisment

ଘଟଣା ପଛରେ ଦୁର୍ଦ୍ଦାନ୍ତ ଅପରାଧୀର ହାତ ଥିବା ସନ୍ଦେହ...

ପାଭା ଲାପରେଙ୍କ ମୃତ୍ୟୁ ପଛରେ ଜାସନ୍‌ ଭଳି ଦୁର୍ଦ୍ଦାନ୍ତ ଅପରାଧୀର ହାତ ଥିବା ସନ୍ଦେହ କରାଯାଉଛି। କାରଣ ତା’ ନାଁରେ ଫାର୍ଷ୍ଟ ଡିଗ୍ରୀ ହତ୍ୟା, ଆକ୍ରମଣ, ଅନ୍ୟମାନଙ୍କୁ ବିପଦରେ ପକାଇବା ସମେତ ଅନ୍ୟ ଅପରାଧ ରହିଛି। ତା’ ପାଖରେ ମାରଣାସ୍ତ୍ର ଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି। ଏପରିକି ସେ ଚେତାବନୀ ଦେଇ କହିଥିଲା ଯେ, କ୍ଷତି ପହଞ୍ଚାଇବା ପାଇଁ ଅଭିଯୁକ୍ତ କୌଣସି ସ୍ତରକୁ ବି ଯାଇପାରେ। ସେ ହତ୍ୟା ବି କରିପାରେ ଓ ଦୁଷ୍କର୍ମ ମଧ୍ୟ କରିପାରେ। 

ଅନ୍ୟପକ୍ଷେ, ଟେକ୍‌ କମ୍ପାନୀ ପକ୍ଷରୁ ଲାପରେଙ୍କ ମୃତ୍ୟୁ ନେଇ ସୂଚନା ଦିଆଯାଇଛି। ଏକ ରିପୋର୍ଟ ଅନୁସାରେ, ଲାପରେଙ୍କୁ ତାଙ୍କ ଷ୍ଟାର୍ଟଅପ୍‌ କମ୍ପାନୀ ଯୋଗୁ ଚଳିତ ବର୍ଷ ସାମାଜିକ ପ୍ରଭାବ ପାଇଁ ଫୋବର୍ସର ୩୦ ଅନ୍ତର୍ଗତ ୩୦ ତାଲିକାରେ ତାଙ୍କ ନାଁ ସାମିଲ କରାଯାଇଥିଲା। 

Advertisment
Deadbody Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ