Advertisment

ଋଷ ଜାରି କଲା ହିଟ ଲିଷ୍ଟ : ଜେଲେନସ୍କିଙ୍କ ସମେତ ଟାର୍ଗେଟରେ ୨୩, ମୁଣ୍ଡ ଗଡ଼ାଇବାକୁ ପ୍ରସ୍ତୁତ ଋଣନୀତି

ୟୁକ୍ରେନର ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଏବେ ଋଷର ପ୍ରଥମ ଟାର୍ଗେଟ୍‌ରେ । ତାଙ୍କୁ ବନ୍ଦୀ କରିବା ପାଇଁ ପୁଟିନ୍‌ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ବ୍ରିଟେନର ଖବର କାଗଜ ଡେଲିମେଲ୍ ଏ ସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରକାଶ କରିଛି

ଅଦ୍ୟତନ ହୋଇଛି
Ukraine Russia War

Ukraine Russia War

Advertisment

ଋଷିଆ ଜାରି କଲା ହିଟ୍‌ ଲିଷ୍ଟ । ଟାର୍ଗେଟ୍‌ରେ ୨୩ ମହାରଥୀ । ସେମାନଙ୍କ ମୁଣ୍ଡ ଗଡ଼ାଇବା ପାଇଁ ଗମ୍ଭୀରା ଭିତରେ ପ୍ଲାନ କରୁଛନ୍ତି ପୁଟିନ । ଆଉ ଏଥିପାଇଁ ଋଷ ସୈନ୍ୟଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ତାଲିମ । ୟୁକ୍ରେନ-ଋଷିଆ ମହାଯୁଦ୍ଧ ବେଳେ ଋଷର ହିଟ ଲିଷ୍ଟକୁ ନେଇ ଏବେ ପୂରା ବିଶ୍ୱରେ ଚର୍ଚ୍ଚା ଚାଲିଛି । ଆଉ ଏହି ଲିଷ୍ଟରେ କିଏ କିଏ ଅଛନ୍ତି, ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Advertisment

ୟୁକ୍ରେନର ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଏବେ ଋଷର ପ୍ରଥମ ଟାର୍ଗେଟ୍‌ରେ । ତାଙ୍କୁ ବନ୍ଦୀ କରିବା ପାଇଁ ପୁଟିନ୍‌ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ବ୍ରିଟେନର ଖବର କାଗଜ ଡେଲିମେଲ୍ ଏ ସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରକାଶ କରିଛି । କେବଳ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କୁ ହତ୍ୟା କରିବାକୁ ୱାଗନର ଗ୍ରୁପର ୪୦୦ ସଦସ୍ୟଙ୍କୁ ୟୁକ୍ରେନରେ ଆଲର୍ଟ କରାଯାଇଛି। କେବଳ ଜେଲେନସ୍କି ନୁହେଁ ବରଂ କିଭ୍‌ର ମେୟର ମଧ୍ୟ ଏହି ତାଲିକାରେ ଥିବା ଜଣାପଡ଼ିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜେଲେନସ୍କିଙ୍କୁ ଟାର୍ଗେଟ୍‌ କରିବା ଲାଗି ଆଫ୍ରିକାରୁ ୟୁକ୍ରେନକୁ ଉଡ଼ାଣ ଭରିଛି ସ୍ୱତନ୍ତ୍ର ଯୁଦ୍ଧଜାହାଜ । ଯେଉଁ ଜାହାଜରେ କାଳେ ଅଛନ୍ତି ୱାଗନର ଗୋଷ୍ଠୀର ଯବାନ । ୟୁକ୍ରେନ-ଋଷିଆ ମଧ୍ୟରେ ପ୍ରାୟ ସପ୍ତାହେ ହେଲାଣି ଲାଗିଲାଣି ଯୁଦ୍ଧ। କିଭ୍‌କୁ ଟାର୍ଗେଟ୍‌ କରିବାରେ ବ୍ୟସ୍ତ ପୁଟିନ ସେନା । ଆଉ ଋଷିଆ ସୈନ୍ୟଙ୍କୁ ମୁହଁତୋଡ୍‌ ଜବାବ ଦେବା ପାଇଁ ୟୁକ୍ରେନ ସେନା ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ଯାହାଦ୍ୱାରା ଏତେ ସହଜରେ କିଭ୍‌କୁ ଅକ୍ତିଆର କରିପାରୁନି ଋଷିଆ।

Advertisment

ବର୍ତ୍ତମାନ ରାଷ୍ଟ୍ରପତି ଜେଲେନସ୍କି, ୟୁକ୍ରେନର ରାଜଧାନୀ କିଭର ମେୟର ଭିଟାଲୀ କ୍ଲିଚ୍‌କୋ ମେୟରଙ୍କ ଭାଇ ଲାଡକିଲ୍ସଙ୍କ ସମେତ ପ୍ରାୟ ୨୩ ଜଣଙ୍କ ଋଷିଆ ଟାର୍ଗେଟରେ ଅଛନ୍ତି । ୱାଗନର ଗ୍ରୁପ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଅତି ନିକଟତର ବୋଲି ମଧ୍ୟ କୁହାଯାଏ ।

ଏହାପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭିଡ଼ିଓ ସେୟାର କରି କହିଥିଲେ, ଋଷିଆର ଟାର୍ଗେଟ୍‌ରେ ମୁଁ ଓ ମୋ ପରିବାର । କିନ୍ତୁ ମୁଁ କି ମୋ ପରିବାର ଦେଶ ଛାଡ଼ି କେଉଁଆଡ଼େ ବି ଯିବୁନାହିଁ । ଏମିତି ଘଡ଼ିସନ୍ଧି ମୁହୂର୍ତ୍ତରେ ପୂରା ବିଶ୍ୱ ଆମକୁ ଏକା ଛାଡ଼ିଦେଲା । ହେଲେ ଆମେ ଲଢେଇ ଜାରି ରଖିଛୁ, ଆଗକୁ ବି ଜାରି ରଖିବୁ ବୋଲି ଜେଲେନସ୍କି କହିଛନ୍ତି । ଆଉ ଏହା ଏବେ ସତ୍ୟ ହେବାକୁ ଯାଉଛି ଏବଂ ଋଷ ଟାର୍ଗେଟ୍‌ରେ ଜେଲେନସ୍କି ଥିବା ନେଇ ସ୍ପଷ୍ଟ ହୋଇଛି ।

Advertisment
Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ