Advertisment

ସମୁଦ୍ରରୁ ବଳ ଗୋଟାଇ ମାଡ଼ି ଆସୁଛି ଭୟଙ୍କର ଝଡ଼

ବର୍ତ୍ତମାନ ସମୁଦ୍ର ମଧ୍ୟରେ ପବନର ଘଣ୍ଟାପ୍ରତି ବେଗ ୨୫୭ କିମି ୧୬୦ ମାଇଲ୍ସ ରହିଛି।

ଅଦ୍ୟତନ ହୋଇଛି
Super Typhoon Hinnamnor

Super Typhoon Hinnamnor

Advertisment

ଜାପାନକୁ ଆସୁଛି ବଡ଼ ବିପଦ। ସମୁଦ୍ରରୁ ବଳ ଗୋଟାଇ ସ୍ଥଳ ଭାଗକୁ ମାଡ଼ି ଆସୁଛି ବାତ୍ୟା। ଏହାକୁ ଚଳିତ ବର୍ଷର ସବୁଠାରୁ ବଡ଼ ବାତ୍ୟା ବୋଲି କହୁଯାଉଛି। ପୂର୍ବ ଚାଇନା ସମୁଦ୍ର ଦେଇ ସ୍ଥଳ ଭାଗକୁ ମାଡ଼ି ଆସୁଛି। ଏହି ବାତ୍ୟା ସ୍ଥଳଭାଗ ଛୁଇଁଲେ ଜାପାନର ଦକ୍ଷିଣପୂର୍ବ ଦ୍ୱୀପପୁଞ୍ଜ ଗୁଡ଼ିକ ଅଧିକ ପ୍ରଭାବ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଏଥିସହ ଚାଇନାର ପୂର୍ବ ଉପକୂଳରେ ଥିବା ସହରଗୁଡ଼ିକ ପ୍ରତି ମଧ୍ୟ ବାତ୍ୟା ବିପଦ ଘନେଇଛି।

Advertisment

ଏହି ସୁପର ଟାଇଫୁନ ନାଁ ହିନ୍ନାମନୋର ରଖାଯାଇଛି। ଏହାର ପ୍ରଭାବରେ ବର୍ତ୍ତମାନ ସମୁଦ୍ର ମଧ୍ୟରେ ପବନର ଘଣ୍ଟାପ୍ରତି ବେଗ ୨୫୭ କିମି ୧୬୦ ମାଇଲ୍ସ ରହିଛି। ଏହାର ଝଟକା ଘଣ୍ଟା ପ୍ରତି ୧୯୫ ମାଇଲ୍ସ ରହିଥିବା ଆମେରିକା ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି। ଏହି ସୁପର ଟାଇଫୁନ ପ୍ରଭାବରେ ଉପକୂଳ ଅଞ୍ଚଳରେ ପବନର ବେଗ ଧିରେ ବଢୁଛି। ତେବେ ପବନକୁ ଦେଖି ସମୁଦ୍ର ନିକଟରେ ରହୁଥିବା ଲୋକେ ଏବେ ଭୟଭୀତ।

Advertisment

ହିନ୍ନାମନୋର ପ୍ରଭାରେ ସମୁଦ୍ର ଜୁଆର ୫୦ ଫୁଟ ବା ୧୫ ମିଟର ଉଚ୍ଚକୁ ଉଠିପାରେ। ଜାପାନ ମେଟ୍ରୋଲଜିକାଲ ଏଜେନ୍ସି ଏହାକୁ ୨୦୨୨ର ସବୁଠାରୁ ବଡ଼ ବାତ୍ୟାର ଆଖ୍ୟା ଦେଇଛି। ଯଦି ଏପରି ଅବସ୍ଥାରେ ବାତ୍ୟା ସ୍ଥଳ ଭାଗରେ ମାଡ଼ ହୁଏ, ତା’ହେଲେ ଭୟଙ୍କର କ୍ଷୟକ୍ଷତି ହେବାର ଆଶଙ୍କା ପ୍ରକାଶ ପାଇଛି।

ହଂକଂ ପାଣିପାଗ ବିଭାଗ କହିଛି ଯେ ଦିନ ୧୦ଟା ସୁଦ୍ଧା ଟାଇଫୁନଟି ଜାପାନର ଓକିନାୱ ଠାରୁ ୨୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିଲା। ଏହା ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ଘଣ୍ଟାପ୍ରତି ୨୨ କିମି ବେଗରେ ରୟୁକୟୁ ଦ୍ୱୀପପୁଞ୍ଜ ମୁହାଁ ହେଉଛି। ଏହା ପ୍ରଭାବରେ ରୟୁକୟୁରେ ୨୦୦-୩୦୦ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ସ୍ଥଳ ଭାଗ କେବେ ପହଞ୍ଚିବ ସେ ବିଷୟରେ କୁହାଯାଇନି।

Advertisment

ଅନ୍ୟପକ୍ଷରେ ଆମେରିକା ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟର କହିଛି ଯେ ଏହି ସୁପର ଟାଇଫୁନ ଆଗାମୀ ଦିନରେ ସାମାନ୍ୟ ଦୁର୍ବଳ ହୋଇପାରେ। ତଥାପି ଏହାର ପ୍ରଭାବରେ ପବନର ଘଣ୍ଟାପ୍ରତି ବେଗ ୨୦୦ କିମି କିମ୍ବା ତା’ ଉପରେ ରହିବ।

ଏହି ସୂଚନା ପରେ ଜାପାନ ସରକାର ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଲୋକଙ୍କୁ ସତର୍କ ରହିବାକୁ ମଧ୍ୟ କୁହାଯାଇଛି। ଏହା ସ୍ଥଳ ଭାଗର ନିକଟବର୍ତ୍ତୀ ହେଲେ ଉପକୂଳବାସୀଙ୍କୁ ସ୍ଥାନାନ୍ତର କରିବାକୁ ମଧ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

Japan Super Typhoon Hinnamnor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ