Nobel Prize
୨୦୨୨ ପାଇଁ କିଏ ପାଇବ ନୋବେଲ ଶାନ୍ତି ପୁରସ୍କାର ? ସବୁ ପ୍ରଶ୍ନର ଅନ୍ତ ଘଟାଇ ଶୁକ୍ରବାର ଘୋଷଣା କରାଯାଇଛି ନାଁ। ଜଣେ ବ୍ୟକ୍ତି ଓ ଦୁଇ ସଂଗଠନକୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ଦିଆଯିବ। ବେଲାରୁଷର ମାନବାଧିକାର କର୍ମୀ ଆଲେସ୍ ବାଲିଆସ୍କିଙ୍କୁ ଶାନ୍ତି ପାଇଁ ନୋବେଲ ପୁରସ୍କାର ମିଳିବ। ଏଥି ସହିତ ରୁଷର ମାନବାଧିକାର ସଂଗଠନ ମେମୋରିଆଲ ଏବଂ ୟୁକ୍ରେନ୍ ମାନବାଧିକାର ସଂଗଠନ ସେଣ୍ଟର ଫର୍ ସିଭିଲ ଲିବର୍ଟିଜକୁ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ମିଳିବ।
ଏଠି କହିରଖିବୁ, ପୂର୍ବରୁ ସାହିତ୍ୟ ପାଇଁ ଫ୍ରେଞ୍ଚ ଅଥର ଆନ୍ନୀ ଏରନସ୍କଙ୍କ ନାଁ ଘୋଷଣା କରାଯାଇଥିଲା । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯିବ ।
ସେହପିର ରସାୟନ ବିଜ୍ଞାନ ପାଇଁ ୩ ରସାୟନ ବିଜ୍ଞାନୀଙ୍କ ନାଁ ଘୋଷଣା କରାଯାଇଥିଲା। ଆମେରିକାର କାରୋଲିନ୍ ବେରତୋଜି, ବେରି ଶାର୍ପଲେସ୍ ଏବଂ ଡେନମାର୍କର ମୋର୍ଟେନ ମେଲାଡାଲ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବେ । ସେହିପରି ପଦାର୍ଥ ବିଜ୍ଞନ ପାଇଁ ୩ ଜଣଙ୍କ ନାମ ପୂର୍ବରୁ ଘୋଷଣା କରାଯାଇଛି ।\
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665137092.jpg)