Advertisment

ସକାଳୁ ସକାଳୁ ଭୂକମ୍ପ ଝଟ୍‌କା: ୨୦ ମୃତ, ଅନେକ ଆହତ

ଆଜି ଭୋର ସମୟରେ ଏକ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଏଥିରେ ୨୦ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଅଧିକାଂଶ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୬ ଜଣ ଶିଶୁ ଅଛନ୍ତି। ମୃତକଙ୍କ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଅଦ୍ୟତନ ହୋଇଛି
Earthquake

Earthquake Hits Pakistan

Advertisment

କ୍ୱେଟ୍ଟା: ଆଜି ଭୋର ସମୟରେ ଦକ୍ଷିଣ ପାକିସ୍ତାନରେ ଏକ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଏଥିରେ ୨୦ ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ ଅଧିକାଂଶ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୬ ଜଣ ଶିଶୁ ଅଛନ୍ତି। ମୃତକଙ୍କ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ବାଲୋଚିସ୍ତାନର ହର୍‌ନେଇ ସହରରେ ଏହି ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ଥିଲା ବୋଲି ଜଣାପଡ଼ିଛି।

Advertisment

ଭୋର ସମୟରେ ଲୋକମାନେ ଶୋଇଥିବା ବେଳେ ଭୂକମ୍ପ ହୋଇଥିଲା। ଲୋକଙ୍କ ଉପରେ ଘରର ଛାତ ଓ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ଅଧିକାଂଶ ଲୋକ ପ୍ରାଣ ହରାଇଥିଲେ। ଭୂକମ୍ପ ଯୋଗୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହେବା ଫଳରେ ଟର୍ଚ୍ଚ ଲାଇଟ୍‌ ଓ ମୋବାଇଲ୍‌ ଫ୍ଲାଶ୍‌ଲାଇଟ୍‌ରେ ସ୍ୱାସ୍ଥକର୍ମୀ ଆହତଙ୍କ ଚିକିତ୍ସା କରିଥିବା ସୂଚନା ମିଳିଛି। ଭୂକମ୍ପରେ ବାଲୋଚିସ୍ତାନର ହର୍‌ନେଇ ସହର ଅଧିକ କ୍ଷତିଗ୍ରସ୍ତ ହୋଇଛି। ସେଠାରେ ବିଦ୍ୟୁତ୍ ସରବରାହ ଏବଂ ମୋବାଇଲ୍ ଫୋନ୍ କଭରେଜ୍‌ ଇତ୍ୟାଦି ପ୍ରଭାବିତ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅଧିକାଂଶ ଲୋକ ନିଖୋଜ ଥିବା ଜଣାପଡ଼ିଛି। 

ୟୁଏସ୍‌ ଜିଓଲୋଜିକାଲ୍‌ ସର୍ଭେର ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୩ଟା ସମୟରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ୨୦ କି.ମି. ଗଭୀରରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା। କ୍ୱେଟ୍ଟାରେ ମଧ୍ୟ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। 

Advertisment

ସୂଚନାଥାଉ କି, ୨୦୧୫ରେ ପାକିସ୍ତାନ ଓ ଆଫଗାନିସ୍ତାନରେ ଏକ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଏଥିରେ ପାଖାପାଖି ୪୦୦ ଜଣଙ୍କ ମୃତ୍ୟୁ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୫ ଥିଲା। ୨୦୦୫, ଅକ୍ଟୋବର ୮ରେ ମଧ୍ୟ ପାକିସ୍ତାନରେ ବଡ଼ ଧରଣର ଭୂକମ୍ପ ହୋଇଥିଲା। ଏଥିରେ ୭୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୩.୫ ମିଲିୟନ ଲୋକ ବାସହରା ହୋଇଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୬ ଥିଲା। 

Earthquake Pakistan Earthquake Hits Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ