Advertisment

ୟୁକ୍ରେନ ସୀମା ଟପି ପୋଲାଣ୍ଡରେ ପଡ଼ିଲା ଋଷ୍‌ ମିଜାଇଲ୍, ୨ ମୃତ

ରୁଷିଆ ମିଜାଇଲ୍ ଆକ୍ରମଣରେ ୨ ପୋଲାଣ୍ଡ ନାଗରିକଙ୍କ ମୃତ୍ୟୁ ଘଟଣା ପରେ ଯୁଦ୍ଧ ଘନଘଟା ବଢ଼ିଛି। ଇଣ୍ଡୋନେସିଆ ବାଲିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବୈଠକ ଡାକିଛନ୍ତି।

ଅଦ୍ୟତନ ହୋଇଛି
Russian Missile Strike On Poland

2 Killed As Russian Missile Lands In Poland

Advertisment

ନାଟୋ ରାଷ୍ଟ୍ର ପୋଲାଣ୍ଡ ଉପରେ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଜରୁରୀକାଳୀନ ବୈଠକ ଡାକିଛନ୍ତି। ଇଣ୍ଡୋନେସିଆରେ ଚାଲିଥିବା G7 ବୈଠକରେ ନାଟୋ ରାଷ୍ଟ୍ରମୁଖ୍ୟଙ୍କ ସହ ବାଇଡେନ୍ ଆଲୋଚନା କରିଛନ୍ତି। ପୋଲାଣ୍ଡ ଉପରେ ଋଷ୍‌ର ମିଜାଇଲ୍ ଆକ୍ରମଣକୁ ଆମେରିକା ଗୁରୁତ୍ୱ ସହ ନେଇଛି। ସହଯୋଗୀ ରାଷ୍ଟ୍ର ହୋଇଥିବାରୁ ପୋଲାଣ୍ଡ ସ୍ଥିତି ଉପରେ ନାଟୋ ନଜର ରଖିଛି।

Advertisment

ଋଷିଆର ଏପରି କାର୍ଯ୍ୟକୁ ଦୃଢ଼ ଭାବେ ନିନ୍ଦା କରିବା ସହ ସମସ୍ତ ପରିସ୍ଥିତିରେ ଆମେରିକା ନାଟୋ ରାଷ୍ଟ୍ରଙ୍କ ସହ ଥିବା ଆମେରିକା ରାଷ୍ଟ୍ରପତି କହିଛନ୍ତି। ଏହାସହ ଯୁଦ୍ଧ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ବିଗତ କିଛି ଦିନରେ ୟୁକ୍ରେନ ଉପରେ ହେଉଥିବା ମିଜାଇଲ୍ ଆକ୍ରମଣକୁ ପ୍ରତିହତ କରିବାକୁ ଯୋଜନା ପ୍ରସ୍ତୁତ ହେଉଥିବା ବାଇଡେନ୍ କହିଛନ୍ତି।

ସୂଚନାଥାଉ କି, ଗତକାଲି ବିଳମ୍ବିତ ରାତିରେ ୟୁକ୍ରେନ ସୀମା ଟପି ପୋଲାଣ୍ଡରେ ଋଷିଆର ମିଜାଇଲ୍ ପଡ଼ିଛି। ଏଥିରେ ପୋଲାଣ୍ଡର ୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି।ଏନେଇ ପୋଲାଣ୍ଡ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଘଟଣା ପରେ ପୋଲାଣ୍ଡ ବୈଦେଶିକ ମନ୍ତ୍ରଣାଳୟ ରେଡ୍ ଆଲର୍ଟ ଜାରି କରିଛି। ଏହାସହ ସେନାକୁ ପ୍ରସ୍ତୁତ ରହିବାକୁ ପୋଲାଣ୍ଡ ସରକାର ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡରେଜ୍ ଡୁଡାଙ୍କୁ ଭେଟି ଆମେରିକା ରାଷ୍ଟ୍ରପତି ଘଟଣା ସମ୍ପର୍କରେ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି। ଗତ ଫେବୃଆରୀ ମାସରୁ ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଛି।ଯେଉଁଥିରେ ଉଭୟ ରାଷ୍ଟ୍ରଙ୍କ ଶତାଧିକ ଲୋକଙ୍କ ମୃତ୍ୟୁ ପରେ ବି ଥମିନି ଯୁଦ୍ଧର ଏହି ବିଭୀଷିକା।

Russian Missile Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ