2 Earthquakes Hit Nepal
ଦେଢ଼ ଘଣ୍ଟା ଭିତରେ ୨ ଥର ଭୂକମ୍ପରେ ଥରିଲା ନେପାଳ। ଗତକାଲି ବିଳମ୍ବିତ ରାତିରେ ନେପାଳରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ନେପାଳର ବାଜୁରା ଦାହାକୋଟରେ ଏହି ଭୂକମ୍ପ ହୋଇଛି। ଫଳରେ ଲୋକମାନେ ଭୟରେ ଘର ବାହାରକୁ ଚାଲି ଆସିଥିଲେ। ଖବର ଲେଖାଯିବା ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନି।
ସୂଚନା ଅନୁସାରେ, ପ୍ରଥମେ ଗତକାଲି ରାତି ୧୧ଟା ୫୮ମିନିଟରେ(ସେଠାକାର ସ୍ଥାନୀୟ ସମୟାନୁସାରେ) ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୯ ଥିଲା। ପୁଣି ରାତି ସାଢ଼େ ୧ଟାରେ ଭୂକମ୍ପ ଅନୁଭୂତ ହୋଇଥିଲା ଓ ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୯ ଥିଲା।
Earthquake of Magnitude:5.0, Occurred on 28-04-2023, 01:15:57 IST, Lat: 29.49 & Long: 81.56, Depth: 10 Km ,Location: Nepal for more information Download the BhooKamp App https://t.co/Um7wqUnxS3@Indiametdept@ndmaindia@Dr_Mishra1966pic.twitter.com/XMqpVOred8
— National Center for Seismology (@NCS_Earthquake) April 27, 2023
ସୂଚନାଥାଉ କି, ଏହା ପୂର୍ବରୁ ମଙ୍ଗଳବାର ଦିନ ପଶ୍ଚିମ ନେପାଳରେ ଭୂକମ୍ପ ହୋଇଥିଲା ଓ ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୧ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଗୋରଖା ଜିଲ୍ଲାର ବାଲୁୱା ଅଞ୍ଚଳ ଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682655701.jpg)